ବାରମୁଳାରେ ସଡ଼କ ଦୁର୍ଘଟଣାରେ ଜଣେ ସୈନିକଙ୍କର ମୃତ୍ୟୁ, ୩ ଆହତ

ନୂଆଦିଲ୍ଲୀ : ଉତ୍ତର କାଶ୍ମୀରର ବାରମୂଳା ଜିଲ୍ଲାର ତୋର୍ନା ଉରି ଅଞ୍ଚଳରେ ଗୁରୁବାର ସଡ଼କ ଦୁର୍ଘଟଣାରେ ଜଣେ ସୈନିକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ତୋର୍ନା ଉରିରେ ସେନାର ଏକ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଉକ୍ତ ଘଟଣାରେ ହାବିଲଦାର ମହମ୍ମଦ ସାଗିରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ସୈନିକ ଆହତ ହୋଇଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଅନୁଯାୟୀ ଏକ ହେଲିକପ୍ଟର ଦ୍ବାରା ୯୨ ବେସ୍ […]

ବାରମୁଳାରେ ସଡ଼କ ଦୁର୍ଘଟଣାରେ ଜଣେ ସୈନିକଙ୍କର ମୃତ୍ୟୁ, ୩ ଆହତ

ନୂଆଦିଲ୍ଲୀ : ଉତ୍ତର କାଶ୍ମୀରର ବାରମୂଳା ଜିଲ୍ଲାର ତୋର୍ନା ଉରି ଅଞ୍ଚଳରେ ଗୁରୁବାର ସଡ଼କ ଦୁର୍ଘଟଣାରେ ଜଣେ ସୈନିକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ତୋର୍ନା ଉରିରେ ସେନାର ଏକ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଉକ୍ତ ଘଟଣାରେ ହାବିଲଦାର ମହମ୍ମଦ ସାଗିରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ସୈନିକ ଆହତ ହୋଇଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଅନୁଯାୟୀ ଏକ ହେଲିକପ୍ଟର ଦ୍ବାରା ୯୨ ବେସ୍ ଶ୍ରୀନଗରକୁ ୩ ଆହତ ସୈନିକଙ୍କୁ ନିଆଯାଇଥିଲା ଏବଂ ସେଠାରୁ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା। ଅନ୍ୟପକ୍ଷେ ହାବିଲଦାର ସାଗିରଙ୍କ ମର ଶରୀରକୁ ହସ୍ପିଟାଲ ଅଣାଯାଇଛି। ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ବରିଷ୍ଠ ପୁଲିସ ଅଫିସର କହିଛନ୍ତି।