ଗୋବିନ୍ଦ ସାହୁଙ୍କ ପରିବାରକୁ ମିଳିବ ପାଞ୍ଚ ଲକ୍ଷ ଟଙ୍କା
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି କାରାଗାରରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିଚାରାଧୀନ ବନ୍ଦୀ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାରେ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଡ଼ିଶା ସରକାରଙ୍କୁ ଜାତୀୟ ମାନବାଧିକାର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନିକ ହେପାଜତରେ ବିଚାରଧୀନ ବନ୍ଦୀ ଜଣକ ଥିବା ବେଳେ ତାଙ୍କ ମୃତ୍ୟୁ ନେଇ ପରିବାରବର୍ଗ କ୍ଷତିପୂରଣ ରାଶି ପାଇବାକୁ ହକଦାର ବୋଲି ଆୟୋଗ କହିଛନ୍ତି। ଏହି ଘଟଣାରେ ମୃତକଙ୍କ ମୌଳିକ ଅଧିକାର ଉଲ୍ଲଙ୍ଗନ ହୋଇଥିବା ଅଭିଯୋଗ […]

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି କାରାଗାରରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିଚାରାଧୀନ ବନ୍ଦୀ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାରେ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଡ଼ିଶା ସରକାରଙ୍କୁ ଜାତୀୟ ମାନବାଧିକାର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନିକ ହେପାଜତରେ ବିଚାରଧୀନ ବନ୍ଦୀ ଜଣକ ଥିବା ବେଳେ ତାଙ୍କ ମୃତ୍ୟୁ ନେଇ ପରିବାରବର୍ଗ କ୍ଷତିପୂରଣ ରାଶି ପାଇବାକୁ ହକଦାର ବୋଲି ଆୟୋଗ କହିଛନ୍ତି।
ଏହି ଘଟଣାରେ ମୃତକଙ୍କ ମୌଳିକ ଅଧିକାର ଉଲ୍ଲଙ୍ଗନ ହୋଇଥିବା ଅଭିଯୋଗ କରି ମାନବାଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୨୨ ଡିସେମ୍ବର ୨୦ରେ କଣ୍ଟାବାଞ୍ଜି କାରାଗାରରେ ୫୪ ବର୍ଷୀୟ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିଲେ। ଝୁଲନ୍ତାଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିଲାଗି ପ୍ରଶାସନିକ ଅବେହଳାକୁ ଆୟୋଗ ସିଧାସଳଖ ଦାୟୀ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରି ଏସମ୍ପର୍କରେ ଆୟୋଗଙ୍କୁ ଆଠ ସପ୍ତାହ ମଧ୍ୟରେ ଜଣାଇବାକୁ ଓଡ଼ିଶା ସରକାରଙ୍କୁ ଆୟୋଗ ନିର୍ଦେଶ ଦେଇଛନ୍ତି।