୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ଅବସରରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ବହୁ ପ୍ରତିଷ୍ଠିତ ଶିଳ୍ପପତିଙ୍କ ସମେତ ଅନ୍ୟ ଅଂଶୀଦାରଙ୍କ ସହ ଆଲୋଚନା କରିବେ । ନିବେଶକଙ୍କ ସହିତ ହେବାକୁ ଥିବା ଚୁକ୍ତି ସ୍ୱାକ୍ଷର ସମୟରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏମ୍‌ଓୟୁ ସ୍ୱାକ୍ଷରିତ ହେବ […]

୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ଅବସରରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ବହୁ ପ୍ରତିଷ୍ଠିତ ଶିଳ୍ପପତିଙ୍କ ସମେତ ଅନ୍ୟ ଅଂଶୀଦାରଙ୍କ ସହ ଆଲୋଚନା କରିବେ । ନିବେଶକଙ୍କ ସହିତ ହେବାକୁ ଥିବା ଚୁକ୍ତି ସ୍ୱାକ୍ଷର ସମୟରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏମ୍‌ଓୟୁ ସ୍ୱାକ୍ଷରିତ ହେବ । ତାଜ୍ ହୋଟେଲରେ IOCL, ISPRL ଓ ପେଟ୍ରୋନେଟ୍ LNG ସହ ରାଜ୍ୟ ସରକାର ଏମଓୟୁ ସ୍ବାକ୍ଷର କରିବେ। ୯ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୩ ନୂଆ ଆଇନ ଲାଗୁ ନେଇ ଆଲୋଚନା କରିବେ । ଦଳୀୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ । ଏହାସହ ନୋଏଡାର HCL ଟେକ୍ନୋଲୋଜି ସହ ଓଡ଼ିଶାରେ ନିବେଶ ପାଇଁ ମଧ୍ୟ କଥା ହେବେ ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଓଡ଼ିଶାରେ ନିବେଶକଙ୍କ ପାଇଁ ଭିତ୍ତିଭୂମି ଏବଂ ପେଟ୍ରୋକେମିକାଲ କ୍ଷେତ୍ରରେ ନିବେଶ ଓ ନିଯୁକ୍ତି ବଢାଯିବ ।