ସୂର୍ଯ୍ୟ କୁମାର ଯାଦବ ଆଇସିସି ଟ୍ବେଣ୍ଟି-୨୦ ଦଳର ଅଧିନାୟକ

ଦୁବାଇ: ଭାରତୀୟ କ୍ରିକେଟ୍ ଦଳର ମିଡିଲ୍-ଅର୍ଡର ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଆଇସିସି ପକ୍ଷରୁ ବର୍ଷର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ଘୋଷିତ ହୋଇଛନ୍ତି। ତାଙ୍କ ସହ ଆଉ ୩ ଭାରତୀୟ ଯଶସ୍ବୀ ଜୟସ୍ବାଲ, ସ୍ପିନର ରବି ବିଷ୍ଣୋଇ ଓ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି। ଗତ ବର୍ଷ ବ୍ୟାଟ୍, ବଲ୍ ଓ ଅଲ୍ରାଉଣ୍ଡ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ୧୧ ଖେଳାଳି ଆଇସିସିର ଏହି ଦଳରେ ରହିଛନ୍ତି। ସୂର୍ଯ୍ୟକୁମାର ଲଗାତାର […]

ସୂର୍ଯ୍ୟ କୁମାର ଯାଦବ ଆଇସିସି ଟ୍ବେଣ୍ଟି-୨୦ ଦଳର ଅଧିନାୟକ

ଦୁବାଇ: ଭାରତୀୟ କ୍ରିକେଟ୍ ଦଳର ମିଡିଲ୍-ଅର୍ଡର ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଆଇସିସି ପକ୍ଷରୁ ବର୍ଷର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ଘୋଷିତ ହୋଇଛନ୍ତି। ତାଙ୍କ ସହ ଆଉ ୩ ଭାରତୀୟ ଯଶସ୍ବୀ ଜୟସ୍ବାଲ, ସ୍ପିନର ରବି ବିଷ୍ଣୋଇ ଓ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି। ଗତ ବର୍ଷ ବ୍ୟାଟ୍, ବଲ୍ ଓ ଅଲ୍ରାଉଣ୍ଡ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ୧୧ ଖେଳାଳି ଆଇସିସିର ଏହି ଦଳରେ ରହିଛନ୍ତି। ସୂର୍ଯ୍ୟକୁମାର ଲଗାତାର ଭାବେ ଦ୍ବିତୀୟ ବର୍ଷ ଲାଗି ଏହି ଦଳରେ ସ୍ଥାନ ପାଇବା ସହ ବର୍ଷର ଶ୍ରେଷ୍ଠ ଟ୍ବେଣ୍ଟି-୨୦ କ୍ରିକେଟର୍ ମଧ୍ୟ ହୋଇଛନ୍ତି। ମହିଳା ଦଳରେ ଭାରତୀୟ ଅଫ୍ସ୍ପିନର ଦୀପ୍ତି ଶର୍ମା ଏକା ଥିଲା ବେଳେ ଅଷ୍ଟ୍ରେଲିଆରୁ ୪ ଜଣ ରହିଛନ୍ତି।
ଆଇସିସି ପୁରୁଷ ଟ୍ବେଣ୍ଟି-୨୦ ଦଳ: ଫିଲ୍ ସଲ୍ଟ (ଇଂଲଣ୍ଡ), ଯଶସ୍ବୀ ଜୟସ୍ବାଲ (ଭାରତ), ନିକୋଲାସ ପୂରନ (ୱେଷ୍ଟଇଣ୍ଡିଜ୍, ୱିକେଟ୍କିପର), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ମାର୍କ ଚାପମାନ (ନ୍ୟୁଜିଲାଣ୍ଡ), ସିକନ୍ଦର ରାଜା (ଜିମ୍ବାୱେ), ଅଳ୍ପେଶ ରାଗଜାନି (ଉଗାଣ୍ଡା), ମାର୍କ ଏଡାଇର (ଆୟର୍ଲାଣ୍ଡ), ରିଚାର୍ଡ ଗାରାଭା (ଜିମ୍ବାୱେ), ରବି ବିଷ୍ଣୋଇ, ଅର୍ଶଦୀପ ସିଂହ (ଉଭୟ ଭାରତ)।
ଆଇସିସି ମହିଳା ଟ୍ବେଣ୍ଟି-୨୦ ଦଳ: ବେଥ ମୁନି, ଏଲିସ ପେରି, ଆସ୍ଲେ ଗାର୍ଡନର, ମେଗାନ ସ୍କୁଟ (ଅଷ୍ଟ୍ରେଲିଆ), ଦୀପ୍ତି ଶର୍ମା (ଭାରତ), ନାଟ ସ୍କିଭର-ବ୍ରଣ୍ଟ, ସୋଫି ଏକଲେଷ୍ଟୋନ (ଇଂଲଣ୍ଡ), ଲୌରା ଓଲଭାର୍ଟ (ଦକ୍ଷିଣ ଆଫ୍ରିକା), ହାଲି ମାଥ୍ୟୁସ (ୱେଷ୍ଟଇଣ୍ଡିଜ୍) ଓ ଆମେଲିଆ କେର (ନ୍ୟୁଜିଲାଣ୍ଡ), ଚାମାରି ଆଟାପାଟୁ (ଶ୍ରୀଲଙ୍କା)।