ବାରଂଗ କ୍ରିକେଟ ରେ କେୱାସୀ କୁଣ୍ଡିସାହି ଚମ୍ପିୟାନ।
ହାଟଡିହି ବ୍ଲକ ସମଣା ପଞ୍ଚାୟତ ବରାଙ୍ଗ ପଡିଆରେ ବଜରଙ୍ଗବାଲି କ୍ରିକେଟ କ୍ଳବ ଆନୁକୂଲ୍ୟରେ ତିନିଦିନ ଧରି ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ଉତଯାପିତ ହେଇଛି l ଏଥିରେ ମୋଟ ୮ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ନିୟୁ ଷ୍ଟାର ଇଲେଭେନ ତେମଳା ଓ କେ. ୱାଇ. ସି. ଛେନାପଦି ଏକାଦଶ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଛେନାପଦି ପ୍ରଥେମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭରରେ ୧୬୪ ରନ ସଂଗ୍ରହ କରିଥିଲା l ଜବାବରେ […] The post ବାରଂଗ କ୍ରିକେଟ ରେ କେୱାସୀ କୁଣ୍ଡିସାହି ଚମ୍ପିୟାନ। appeared first on Odisha.News.

ହାଟଡିହି ବ୍ଲକ ସମଣା ପଞ୍ଚାୟତ ବରାଙ୍ଗ ପଡିଆରେ ବଜରଙ୍ଗବାଲି କ୍ରିକେଟ କ୍ଳବ ଆନୁକୂଲ୍ୟରେ ତିନିଦିନ ଧରି ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ଉତଯାପିତ ହେଇଛି l ଏଥିରେ ମୋଟ ୮ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ନିୟୁ ଷ୍ଟାର ଇଲେଭେନ ତେମଳା ଓ କେ. ୱାଇ. ସି. ଛେନାପଦି ଏକାଦଶ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଛେନାପଦି ପ୍ରଥେମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭରରେ ୧୬୪ ରନ ସଂଗ୍ରହ କରିଥିଲା l ଜବାବରେ ତେମଳା ଏକାଦଶ ସମସ୍ତ ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରିଥିଲା l ଉତଜାପନୀ ଦିବସରେ ପୁରସ୍କାର ବିତରଣୀ ଉତ୍ସବରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି,ସମଣା ପଞ୍ଚାୟତର ସରପଞ୍ଚ ଜଗବନ୍ଧୁ କାଣ୍ଡି, ଧୁଶାସନ ବେହେରା, ରତ୍ନାକର ବିଶ୍ୱାଳ, ବିମ୍ବାଧର ବିଶ୍ୱାଳ, ସୁଧାକର ସାର, ନିରାକର ସାର ପ୍ରମୁଖ ଉପସ୍ଥିତ ରହି ଚମ୍ପିୟାନ, ରନର୍ସଅପ ଦଳକୁ ପୁରସ୍କୃତ କରିଥିଲେ l ଅରୂପ ଶା, ସୁବ୍ରତ କୁମାର ନାୟକ, ଅନିଲ କୁମାର ଶା, ସୂରିୟା ପ୍ରକାଶ ନାୟକ, ଅନୁରାଗ ନାୟକ ଙ୍କ ସହିତ ଦୁଇ ଅମ୍ପିୟାର ମହେଶ୍ୱର ଜେନା ଓ ପ୍ରାଚୀ ସୌରଭ ଶା ଖେଳ ପରିଚାଳନା କରିଥିବାବେଳେ ଶୁକଦେବ ଜେନା, ମୁକ୍ତେଶ୍ଵର ଶା , ନାରଣଚନ୍ଦ୍ର ସାହୁ, ଧାରାବିବରଣୀ ପ୍ରଦାନ କରିଥିଲେ l ବଜରଙ୍ଗବାଲି କ୍ରିକେଟ କ୍ଲବର ସମସ୍ତ ସଦସ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ l
The post ବାରଂଗ କ୍ରିକେଟ ରେ କେୱାସୀ କୁଣ୍ଡିସାହି ଚମ୍ପିୟାନ। appeared first on Odisha.News.