ବାରଣାସୀରେ ପିଏମ୍ ମୋଦୀଙ୍କ ହାଟ୍ରିକ ବିଜୟ; ଦେଢ଼ ଲକ୍ଷରୁ ଅଧିକ ଭୋଟ୍ରେ ଜିତିଲେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାଟ୍ରିକ ବିଜୟ। ବାରଣାସୀ ଲୋକସଭା ଆସନରୁ ସେ ବିଜୟ ଲାଭ କରିଛନ୍ତି। ସେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ତଥା ରାଜ୍ୟ କଂଗ୍ରେସ ସଭାପତି ଅଜୟ ରାୟଙ୍କୁ ୧ ଲକ୍ଷ ୫୦ ହଜାର ୫୧୩ ଭୋଟରେ ପରାସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମୋଟ 612970 ଭୋଟ୍ ପାଇଛନ୍ତି। ବାରାଣାସୀର ଏହା ହେଉଛି ପିଏମ ମୋଦୀଙ୍କ କ୍ରମାଗତ ତୃତୀୟ ବିଜୟ।ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୧୬ ଲକ୍ଷ ୧୨ ହଜାର ୯୭୦ ଭୋଟ୍ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ମୋଟ ୪ ଲକ୍ଷ ୬୦ ହଜାର ୪୫୭ ଭୋଟ୍ ପାଇଛନ୍ତି। BSP ଏଠାରେ ତୃତୀୟ ସ୍ଥାନରେ ରହିଛି। ବିଏସପି ପ୍ରାର୍ଥୀ 33766 ଭୋଟ୍ ପାଇଛନ୍ତି। ଅଜୟ ରାୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢି ସାରିଛନ୍ତି।୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 63.62 ପ୍ରତିଶତ ଭୋଟ୍ ପାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏସପି ପ୍ରାର୍ଥୀ ଶାଳିନୀ ଯାଦବଙ୍କୁ ୪.୭୯ ଲକ୍ଷ ଭୋଟରେ ପରାସ୍ତ ହୋଇଛନ୍ତି। ଏସପି 18.40 ପ୍ରତିଶତ ଭୋଟ୍ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ତୃତୀୟ ସ୍ଥାନରେ ରହିଛନ୍ତି। ସେ 14.38 ଭୋଟ ପାଇଥିଲେ।ସେହିପରି 2014ରେ, ସାଢେ ତିନି ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। 2014ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ବାରଣାସୀରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେତେବେଳେ ସେ ଆମ୍ ଆଦମୀ ପ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାଟ୍ରିକ ବିଜୟ। ବାରଣାସୀ ଲୋକସଭା ଆସନରୁ ସେ ବିଜୟ ଲାଭ କରିଛନ୍ତି। ସେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ତଥା ରାଜ୍ୟ କଂଗ୍ରେସ ସଭାପତି ଅଜୟ ରାୟଙ୍କୁ ୧ ଲକ୍ଷ ୫୦ ହଜାର ୫୧୩ ଭୋଟରେ ପରାସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମୋଟ 612970 ଭୋଟ୍ ପାଇଛନ୍ତି। ବାରାଣାସୀର ଏହା ହେଉଛି ପିଏମ ମୋଦୀଙ୍କ କ୍ରମାଗତ ତୃତୀୟ ବିଜୟ।
ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୧୬ ଲକ୍ଷ ୧୨ ହଜାର ୯୭୦ ଭୋଟ୍ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ମୋଟ ୪ ଲକ୍ଷ ୬୦ ହଜାର ୪୫୭ ଭୋଟ୍ ପାଇଛନ୍ତି। BSP ଏଠାରେ ତୃତୀୟ ସ୍ଥାନରେ ରହିଛି। ବିଏସପି ପ୍ରାର୍ଥୀ 33766 ଭୋଟ୍ ପାଇଛନ୍ତି। ଅଜୟ ରାୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢି ସାରିଛନ୍ତି।
୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 63.62 ପ୍ରତିଶତ ଭୋଟ୍ ପାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏସପି ପ୍ରାର୍ଥୀ ଶାଳିନୀ ଯାଦବଙ୍କୁ ୪.୭୯ ଲକ୍ଷ ଭୋଟରେ ପରାସ୍ତ ହୋଇଛନ୍ତି। ଏସପି 18.40 ପ୍ରତିଶତ ଭୋଟ୍ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ତୃତୀୟ ସ୍ଥାନରେ ରହିଛନ୍ତି। ସେ 14.38 ଭୋଟ ପାଇଥିଲେ।
ସେହିପରି 2014ରେ, ସାଢେ ତିନି ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। 2014ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ବାରଣାସୀରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେତେବେଳେ ସେ ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଲକ୍ଷ ୭୨ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ୨୦୧୯ ଏବଂ ୨୦୧୪ରେ ମଧ୍ୟ କଂଗ୍ରେସ ଅଜୟ ରାୟଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଫିଲ୍ଡିଂ କରିଥିଲା।