ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେଲା ଓଡ଼ିଶା କ୍ରିକେଟ୍‌ ଲିଗ୍-୨୦୨୪

କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ଓଡ଼ିଶା କ୍ରିକେଟ୍‌ ଲିଗ୍-୨୦୨୪। ଏଥିରେ ଓଡିଶାର ଶ୍ରେଷ୍ଠ ୧୦୦ ଜଣ ରଣଜୀ ଓ ଜୁନିୟର କ୍ରିକେଟରଙ୍କୁ ୬ଟି ଟିମ୍‌ରେ ବିଭକ୍ତ କରାଯାଇ ଆଇପିଏଲ ଢାଞ୍ଚାରେଟି ଟ୍ବେଣ୍ଟି ମ୍ୟାଚ୍‌ ଖେଳାଯାଉଛି।ଉଦଘାଟନୀ୍‌ ମ୍ୟାଚରେ ଓଡ଼ିଶା ଟାଇଗର୍ସ ଡକ ୱର୍ଥ ଲୁଇସ୍ ନିୟମରେ ୧୦ ରନ୍‌ରେ ଓଡ଼ିଶା ଲାୟନ୍ସକୁ ପରାସ୍ତ କରିଛି । ରଣଜୀ ସିଜିନ ପୂର୍ବରୁ ଅଫ୍‌ ସିଜିନରେ ଓଡ଼ିଶାର କ୍ରିକେଟରମାନଙ୍କୁ ଭଲ ଅଭ୍ୟାସର ସୁଯୋଗ ଦେବା ପାଇଁ ଏଭଳି କ୍ରିକେଟ ଲିଗ୍‌ର ଆୟୋଜନ କରି ଆସୁଛି ଓସିଏ। ତେବେ ଏହି ଲିଗ୍ ରାଜ୍ୟର ନୂଆ କ୍ରିକେଟରମାନଙ୍କ ପାଇଁ ଏକ ଭଲ ସୁଯୋଗ ବୋଲି ଖେଳାଳୀମାନେ କହିଛନ୍ତି।

ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେଲା ଓଡ଼ିଶା କ୍ରିକେଟ୍‌ ଲିଗ୍-୨୦୨୪

କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ଓଡ଼ିଶା କ୍ରିକେଟ୍‌ ଲିଗ୍-୨୦୨୪। ଏଥିରେ ଓଡିଶାର ଶ୍ରେଷ୍ଠ ୧୦୦ ଜଣ ରଣଜୀ ଓ ଜୁନିୟର କ୍ରିକେଟରଙ୍କୁ ୬ଟି ଟିମ୍‌ରେ ବିଭକ୍ତ କରାଯାଇ ଆଇପିଏଲ ଢାଞ୍ଚାରେଟି ଟ୍ବେଣ୍ଟି ମ୍ୟାଚ୍‌ ଖେଳାଯାଉଛି।

ଉଦଘାଟନୀ୍‌ ମ୍ୟାଚରେ ଓଡ଼ିଶା ଟାଇଗର୍ସ ଡକ ୱର୍ଥ ଲୁଇସ୍ ନିୟମରେ ୧୦ ରନ୍‌ରେ ଓଡ଼ିଶା ଲାୟନ୍ସକୁ ପରାସ୍ତ କରିଛି । ରଣଜୀ ସିଜିନ ପୂର୍ବରୁ ଅଫ୍‌ ସିଜିନରେ ଓଡ଼ିଶାର କ୍ରିକେଟରମାନଙ୍କୁ ଭଲ ଅଭ୍ୟାସର ସୁଯୋଗ ଦେବା ପାଇଁ ଏଭଳି କ୍ରିକେଟ ଲିଗ୍‌ର ଆୟୋଜନ କରି ଆସୁଛି ଓସିଏ। ତେବେ ଏହି ଲିଗ୍ ରାଜ୍ୟର ନୂଆ କ୍ରିକେଟରମାନଙ୍କ ପାଇଁ ଏକ ଭଲ ସୁଯୋଗ ବୋଲି ଖେଳାଳୀମାନେ କହିଛନ୍ତି।