ବ୍ୟାପୁଛି ଡିପଥେରିଆ,ମାସ୍କ ପିନ୍ଧିବା ସହ ହାତ ଧୋଇବାକୁ ପରାମର୍ଶ
ଭୁବନେଶ୍ୱର : ବାୟୁବାହିତ ରୋଗ ଡିପଥେରିଆକୁ ନେଇ ଘାରିଲା ଚିନ୍ତା I ୩ ଟି ଜିଲ୍ଲାରୁ ୨୧ ଜଣ ରୋଗୀ ଚିହ୍ନଟ ହେବା ସହିତ ୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି I ରାୟଗଡା,କୋରାପୁଟ ପରେ କଳାହାଣ୍ଡିକୁ ବ୍ୟାପିସାରିଲାଣି ଏହି ରୋଗ I ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର I ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡ଼ାରୁ ୧୫ ଜଣ କୋରାପୁଟ ବନ୍ଧୁଗାଁ ରୁ ଜଣେ ଏବଂ କଳାହାଣ୍ଡିରୁ ୪ ରୁ […]

ଭୁବନେଶ୍ୱର : ବାୟୁବାହିତ ରୋଗ ଡିପଥେରିଆକୁ ନେଇ ଘାରିଲା ଚିନ୍ତା I ୩ ଟି ଜିଲ୍ଲାରୁ ୨୧ ଜଣ ରୋଗୀ ଚିହ୍ନଟ ହେବା ସହିତ ୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି I ରାୟଗଡା,କୋରାପୁଟ ପରେ କଳାହାଣ୍ଡିକୁ ବ୍ୟାପିସାରିଲାଣି ଏହି ରୋଗ I ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର I ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡ଼ାରୁ ୧୫ ଜଣ କୋରାପୁଟ ବନ୍ଧୁଗାଁ ରୁ ଜଣେ ଏବଂ କଳାହାଣ୍ଡିରୁ ୪ ରୁ ୫ ଜଣ ଚିହ୍ନଟ ହୋଇଛନ୍ତି I
ଡିପଥେରିଆ ମୁକାବିଲା ପାଇଁ ସଂକ୍ରମିତ ଅଂଚଳରେ ଆସନ୍ତା କାଲିଠାରୁ ଦିଆଯିବ ବୁଷ୍ଟର ଡୋଜ I ଆଣ୍ଟିବାୟୋଟିକ୍ ଦ୍ଵାରା ଡିପଥେରିଆ ମୂଳପୋଛ ହୋଇପାରିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ I ଏ ନେଇ ପରିବାର କଲ୍ୟାଣ ନିର୍ଦେଶିକାଙ୍କ ପକ୍ଷରୁ ସୂଚନା ମିଳିଛି। ୧ ବର୍ଷ ଶିଶୁଙ୍କୁ ପେଣ୍ଟାଡୋଜ୍ ଓ ୫ରୁ ୧୫ ବର୍ଷଙ୍କୁ ଟିଡି ଡୋଜ୍ ଦିଆଯିବ। ଏହାକୁ ନେଇ ସର୍ଭେଲାନ୍ସ ଚାଲିଛି ଏବଂ ଲକ୍ଷଣ ଥିଲେ ଆଣ୍ଟିବାୟୋଟିକ୍ ଦିଆଯାଉଛି। ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ଅଞ୍ଚଳରେ ବୁଷ୍ଟର ଡୋଜ୍ ଦିଆଯିବ। ଯେହେତୁ ଏହା ବାୟୁବାହିତ ରୋଗ, ତେଣୁ ଲୋକମାନେ ମାସ୍କ ପିନ୍ଧିବାକୁ ଏବଂ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ।