ବାରମ୍ବାର ଅଭିଯୋଗ ପରେ ଶୁଣିଲେନି କେହି, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଗାଡ଼ିକୁ ଘେରିଲେ ଗାଁ ଲୋକ
କୋରାପୁଟ ୨୨।୦୩ : ପାଣି ସମସ୍ୟା ନେଇ ତାତିଲେ ଗ୍ରାମବାସୀ । ବାରମ୍ବାର ଅଭିଯୋଗ ପରେ ବି ଶୁଣିଲେନି କେହି । କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗାଡ଼ି ସମ୍ମୁଖରେ ହାଣ୍ଡି ଓ ଗରା ଧରି ଘେରିଲେ ସ୍ଥାନୀୟ ଲୋକେ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରଡ଼ି ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ନେଇ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନକୁ ଦିନ ଖରା ବଢୁଥିବା ବେଳେ ପାଣି ପାଇଁ ହିନସ୍ତା ହେଉଛନ୍ତି ଲୋକ । ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କୁ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନି । ଶେଷରେ ବାଧ୍ୟ ହୋଇ ବିରୋଧ ପ୍ରଦର୍ଶନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଗ୍ରାମବାସୀ । କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ଗାରଡ଼ି ପଞ୍ଚାୟତ ପରିଦର୍ଶନରେ ଯାଉଥିଲେ । ଏହି ସମୟରେ ତାଙ୍କ ଗାଡ଼ି ସମ୍ମୁଖକୁ ଆସିଯାଇଥିଲେ ଗାଁର ଶତାଧିକ ମହିଳା ଓ ପୁରୁଷ । ଗାଡ଼ି ସମ୍ମୁଖରେ ହାଣ୍ଡି ଏବଂ ଗରା ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘ ଦୁଇ ଘଣ୍ଟା ଯାଏଁ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଘେରି ରହିଥିଲେ ଗାଁ ଲୋକ । ପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆସନ୍ତା ୧୫ ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
କୋରାପୁଟ ୨୨।୦୩ : ପାଣି ସମସ୍ୟା ନେଇ ତାତିଲେ ଗ୍ରାମବାସୀ । ବାରମ୍ବାର ଅଭିଯୋଗ ପରେ ବି ଶୁଣିଲେନି କେହି । କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗାଡ଼ି ସମ୍ମୁଖରେ ହାଣ୍ଡି ଓ ଗରା ଧରି ଘେରିଲେ ସ୍ଥାନୀୟ ଲୋକେ ।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରଡ଼ି ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ନେଇ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନକୁ ଦିନ ଖରା ବଢୁଥିବା ବେଳେ ପାଣି ପାଇଁ ହିନସ୍ତା ହେଉଛନ୍ତି ଲୋକ । ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କୁ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନି । ଶେଷରେ ବାଧ୍ୟ ହୋଇ ବିରୋଧ ପ୍ରଦର୍ଶନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଗ୍ରାମବାସୀ । କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ଗାରଡ଼ି ପଞ୍ଚାୟତ ପରିଦର୍ଶନରେ ଯାଉଥିଲେ । ଏହି ସମୟରେ ତାଙ୍କ ଗାଡ଼ି ସମ୍ମୁଖକୁ ଆସିଯାଇଥିଲେ ଗାଁର ଶତାଧିକ ମହିଳା ଓ ପୁରୁଷ । ଗାଡ଼ି ସମ୍ମୁଖରେ ହାଣ୍ଡି ଏବଂ ଗରା ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘ ଦୁଇ ଘଣ୍ଟା ଯାଏଁ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଘେରି ରହିଥିଲେ ଗାଁ ଲୋକ । ପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆସନ୍ତା ୧୫ ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।