ବାରମ୍ବାର ଶୁଣାଣି ପରେ ବି ହାଜର ହେଲେନି ଆଡଭୋକେଟ୍, ୫ ହଜାର ଜରିମାନା ଲଗାଇଲେ ଗୁଜରାଟ ହାଇକୋର୍ଟ
ଅହମ୍ମଦାବାଦ: ଶୁଣାଣି ସମୟରେ ବାରମ୍ବାର ଅନୁପସ୍ଥିତ ରହିବା ଏବଂ କୋର୍ଟଙ୍କ ଆଦେଶ ଅବମାନନା କରିବା ଜଣେ ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଛି। ଗୁଜରାଟ ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ପ୍ରଶାନ୍ତ ଛାବଡ଼ାଙ୍କ ଏମିତି ବ୍ୟବହାର ପ୍ରତି ଅସନ୍ତୋଷ ବ୍ୟକ୍ତ କରିବା ସହ ୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି। ଜରିମାନା ରାଶି ୩୦ ଦିନ ଭିତରେ ଗୁଜରାଟ ରାଜ୍ୟ ନ୍ୟାୟିକ ସେବା ପ୍ରାଧିକରଣରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏପ୍ରିଲ ୧ରେ ନିଜ ଆଦେଶରେ ବିଚାରପତି ନିଖିଲ କାରିଏଲଙ୍କ ପୀଠ କହିଛନ୍ତି ଯେ, ଆଇନଜୀବୀ ମାମଲାକୁ ନେଇ ସମ୍ବେଦନଶୀଳ ନାହାନ୍ତି ଏବଂ କୋର୍ଟକୁ ଅସମ୍ମାନ କରିଛନ୍ତି। ତେଣୁ ଆଇନଜୀବୀ ପ୍ରଶାନ୍ତ ଛାବଡ଼ାଙ୍କ ବିରୋଧରେ କୋର୍ଟଙ୍କ ଆଦେଶକ୍ରମେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। Also read: ଇସ୍ତଫା ଦେଲେ ବିଜେପି ମୁଖପାତ୍ର ସୋନାଲି ସାହୁକୋର୍ଟ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ, ଆଡଭୋକେଟ୍ ଛାବଡା ପିଟିସନ ଦାୟର କରିବା ପରେ ମଧ୍ୟ ଅନେକ ସମୟରେ ଶୁଣାଣି ବେଳେ କୋର୍ଟରେ ହାଜର ହୋଇ ନାହାନ୍ତି। ଆବେଦନକାରୀ କହିଛନ୍ତି, ବାରମ୍ବାର କଲ୍ କରିବା ପରେ ମଧ୍ୟ ତାଙ୍କ ଓକିଲ ଛାବଡା ନା ଯୋଗାଯୋଗ କରୁଛନ୍ତି ନା କାଗଜପତ୍ର ସହ କୋର୍ଟ ଆସୁଛନ୍ତି। କୋର୍ଟଙ୍କ ନିୟମ ଆଧାରରେ ଛାବଡାଙ୍କୁ ଏହି ମାମଲାରୁ ହଟାଇ ଅନ୍ୟ ଏକ ଓକିଲଙ୍କ ସହ ଶୁଣାଣି ପ୍ରକ୍ରିୟାକୁ ଆଗକୁ ବଢାଇବା ପାଇଁ ହାଇକେ
ଅହମ୍ମଦାବାଦ: ଶୁଣାଣି ସମୟରେ ବାରମ୍ବାର ଅନୁପସ୍ଥିତ ରହିବା ଏବଂ କୋର୍ଟଙ୍କ ଆଦେଶ ଅବମାନନା କରିବା ଜଣେ ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଛି। ଗୁଜରାଟ ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ପ୍ରଶାନ୍ତ ଛାବଡ଼ାଙ୍କ ଏମିତି ବ୍ୟବହାର ପ୍ରତି ଅସନ୍ତୋଷ ବ୍ୟକ୍ତ କରିବା ସହ ୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି। ଜରିମାନା ରାଶି ୩୦ ଦିନ ଭିତରେ ଗୁଜରାଟ ରାଜ୍ୟ ନ୍ୟାୟିକ ସେବା ପ୍ରାଧିକରଣରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏପ୍ରିଲ ୧ରେ ନିଜ ଆଦେଶରେ ବିଚାରପତି ନିଖିଲ କାରିଏଲଙ୍କ ପୀଠ କହିଛନ୍ତି ଯେ, ଆଇନଜୀବୀ ମାମଲାକୁ ନେଇ ସମ୍ବେଦନଶୀଳ ନାହାନ୍ତି ଏବଂ କୋର୍ଟକୁ ଅସମ୍ମାନ କରିଛନ୍ତି। ତେଣୁ ଆଇନଜୀବୀ ପ୍ରଶାନ୍ତ ଛାବଡ଼ାଙ୍କ ବିରୋଧରେ କୋର୍ଟଙ୍କ ଆଦେଶକ୍ରମେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।
Also read: ଇସ୍ତଫା ଦେଲେ ବିଜେପି ମୁଖପାତ୍ର ସୋନାଲି ସାହୁ
କୋର୍ଟ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ, ଆଡଭୋକେଟ୍ ଛାବଡା ପିଟିସନ ଦାୟର କରିବା ପରେ ମଧ୍ୟ ଅନେକ ସମୟରେ ଶୁଣାଣି ବେଳେ କୋର୍ଟରେ ହାଜର ହୋଇ ନାହାନ୍ତି। ଆବେଦନକାରୀ କହିଛନ୍ତି, ବାରମ୍ବାର କଲ୍ କରିବା ପରେ ମଧ୍ୟ ତାଙ୍କ ଓକିଲ ଛାବଡା ନା ଯୋଗାଯୋଗ କରୁଛନ୍ତି ନା କାଗଜପତ୍ର ସହ କୋର୍ଟ ଆସୁଛନ୍ତି। କୋର୍ଟଙ୍କ ନିୟମ ଆଧାରରେ ଛାବଡାଙ୍କୁ ଏହି ମାମଲାରୁ ହଟାଇ ଅନ୍ୟ ଏକ ଓକିଲଙ୍କ ସହ ଶୁଣାଣି ପ୍ରକ୍ରିୟାକୁ ଆଗକୁ ବଢାଇବା ପାଇଁ ହାଇକୋର୍ଟ ଆବେଦନକାରୀଙ୍କୁ ଏପ୍ରିଲ ୮ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।
ସୂଚନାଯୋଗ୍ୟ, ମାମଲାର ପ୍ରଥମ ଶୁଣାଣି ଚଳିତ ବର୍ଷ ଫେବୃଆରୀ ୧୩ ତାରିଖରେ ହୋଇଥିଲା। ମାମଲାରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଲଗାଯାଇଛି। ହାଇକୋର୍ଟ କହିଛନ୍ତି ବିଦ୍ଵାନ ଆଇନଜୀବୀ ଛାବଡ଼ା ମାମଲା ବିଷୟରେ ସବୁ ଜାଣିଥିଲେ। ତାଙ୍କ ମହକିଲଙ୍କ ବିରୋଧରେ ଯେଉଁ ଅଭିଯୋଗ ରହିଛି, ତାର ଜବାବ ରଖିବାକୁ ଓକିଲ ମହୋଦୟ ଅସହଜ ହେଉଛନ୍ତି। ତେଣୁ ଜାଣିଶୁଣି କୋର୍ଟରେ ହାଜର ହେଉ ନାହାନ୍ତି ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି।