ବାରମ୍ବାର ହେଉଛନ୍ତି କି ଅପମାନତି, ଜାଣନ୍ତୁ କିପରି ଦେବେ ଜବାବ

ଯଦି କେହି ଆପଣଙ୍କୁ ବାରମ୍ବାର ଅପମାନିତ କରନ୍ତି ତେବେ କ’ଣ କରିବା ଉଚିତ? ଚାଣକ୍ୟ କୁହନ୍ତି ଜଣେ ଦୁଷ୍ଟ ବ୍ୟକ୍ତି ନିଜର ଖରାପଗୁଣକୁ ଦେଖି ମଧ୍ୟ ଅଣଦେଖା କରେ। ଅନ୍ୟର ଛୋଟରୁ ଛୋଟ ଭୁଲ ଦେଖି ବ୍ୟଗ୍ର ହୋଇପଡ଼ନ୍ତି। ଅଧିକାଂଶ ଲୋକ ଏଭଳି ଲୋକଙ୍କୁ ଜୀବନରେ ଭେଟିଥାନ୍ତି, ଯିଏ ସମୟ ମିଳିବାମାତ୍ରେ ଅପମାନିତ କରିଥାନ୍ତି। ତେବେ ଏହି ଲୋକମାନଙ୍କ ସହ ମୁକାବିଲା କରିହେବ। କିଭଳି ସେମାନଙ୍କୁ ହ୍ୟାଣ୍ଡେଲ କରିବେ ସେ ବିଷୟରେ ଚାଣକ୍ୟ କୁହନ୍ତି: -ଯଦି କେହି […] The post ବାରମ୍ବାର ହେଉଛନ୍ତି କି ଅପମାନତି, ଜାଣନ୍ତୁ କିପରି ଦେବେ ଜବାବ appeared first on Dharitri Odia News.

ବାରମ୍ବାର ହେଉଛନ୍ତି କି ଅପମାନତି, ଜାଣନ୍ତୁ କିପରି ଦେବେ ଜବାବ

ଯଦି କେହି ଆପଣଙ୍କୁ ବାରମ୍ବାର ଅପମାନିତ କରନ୍ତି ତେବେ କ’ଣ କରିବା ଉଚିତ? ଚାଣକ୍ୟ କୁହନ୍ତି ଜଣେ ଦୁଷ୍ଟ ବ୍ୟକ୍ତି ନିଜର ଖରାପଗୁଣକୁ ଦେଖି ମଧ୍ୟ ଅଣଦେଖା କରେ। ଅନ୍ୟର ଛୋଟରୁ ଛୋଟ ଭୁଲ ଦେଖି ବ୍ୟଗ୍ର ହୋଇପଡ଼ନ୍ତି। ଅଧିକାଂଶ ଲୋକ ଏଭଳି ଲୋକଙ୍କୁ ଜୀବନରେ ଭେଟିଥାନ୍ତି, ଯିଏ ସମୟ ମିଳିବାମାତ୍ରେ ଅପମାନିତ କରିଥାନ୍ତି। ତେବେ ଏହି ଲୋକମାନଙ୍କ ସହ ମୁକାବିଲା କରିହେବ। କିଭଳି ସେମାନଙ୍କୁ ହ୍ୟାଣ୍ଡେଲ କରିବେ ସେ ବିଷୟରେ ଚାଣକ୍ୟ କୁହନ୍ତି:

-ଯଦି କେହି ତୁମକୁ ଖରାପ କହୁଛି ତେବେ ତାକୁ ଜବାବ ଦିଅନାହିଁ। ବରଂ ତାଙ୍କଠାରୁ ନିଜର ଖରାପଗୁଣ ବିଷୟରେ ଭଲଭାବେ ପଚାରି ବୁଝିବା ଉଚିତ। ଯଦି ସେ ତାହା କୁହନ୍ତି ତେବେ ସେହି ଖରାପଗୁଣକୁ ଦୂର କରିବାର ଉପାୟ ବିଷୟରେ ମଧ୍ୟ ପଚାରିବା ଉଚିତ। ସେ ଉପାୟ କହିବାର ଶୈଳୀରୁ ଅନୁମାନ କରନ୍ତୁ ଯେ ସେ ଆପଣଙ୍କୁ ଅପମାନିତ କରୁଥିଲେ କି ପ୍ରକୃତରେ ଉନ୍ନତ କରିବାକୁ ଚାହୁଁଥିଲେ।

-ରାଗରେ ସାମ୍ନାରେ ଥିବା ବ୍ୟକ୍ତି କିଛି କଥା କହିଦେଲେ। ଯେଉଁଥିରେ ତୁମେ ରାଗିଗଲ ଏବଂ ରାଗରେ ଏଭଳି କିଛି କହିଦେଲ ଯାହାକୁ ନେଇ ତୁମକୁ ପରେ ଅନୁତାପ କରିବାକୁ ପଡ଼ିବ। ଏଣୁ କ୍ରୋଧରେ ଉତ୍ତର ଦିଅ ନାହିଁ, ମନକୁ ଶାନ୍ତ ରଖ ଏବଂ ବୁଦ୍ଧିମାନ ଭାବେ କାମ କରନ।

-ଯଦି କେହି ତୁମକୁ ଅପମାନିତ କରିବା ଲାଗି ତୁମ ଭିତରେ ଥିବା ଅଭାବୀପଣ ଏବଂ ଖରାପଗୁଣ ବିଷୟରେ କହି ବୁଲିଥାଏ। ତେବେ ସେହି ବ୍ୟକ୍ତିଙ୍କ ବିଷୟରେ ଭଲ କହି, ତାଙ୍କୁ ଉଚ୍ଚ ଦେଖାଇ ତାଙ୍କୁ ତୁମେ ଅପମାନିତ କରିପାରିବ।

-କେହି ଅପମାନିତ କରୁଥିବା ବେଳେ ତାଙ୍କ ପରିବାରକୁ କେବେ ଦୁର୍ବବ୍ୟବହାର କରନ୍ତୁ ନାହିଁ। ବରଂ ସେହି ସମୟରେ ରାଗକୁ ଶାନ୍ତ ରଖନ୍ତୁ ଏବଂ ବେଶ ସଂଯମତାର ସହ କାର୍ଯ୍ୟ କରନ୍ତୁ। ବୁଝି ବିଚାରି ପରେ ଭଲ ଭାବେ ଜବାବ ରଖନ୍ତୁ।

-ଖରାପ କହି ଭଲ କହିବା ଶିଖନ୍ତୁ। ଯେଭଳି ଆପଣ ଅନ୍ୟମାନଙ୍କ ଭୁଲ ବାହାର କରି ତାକୁ ସଜାଡ଼ିବାକୁ ଚେଷ୍ଟା କରନ୍ତି, ସେଭଳି ଯଦି ଆପଣ ନିଜକୁ ଉନ୍ନତ କରିବାର ଚେଷ୍ଟା କରନ୍ତି ତେବେ ସଫଳ ହେବେ।

 

The post ବାରମ୍ବାର ହେଉଛନ୍ତି କି ଅପମାନତି, ଜାଣନ୍ତୁ କିପରି ଦେବେ ଜବାବ appeared first on Dharitri Odia News.