ବାରହା ଶିକାର ପଡିଲା ମହଙ୍ଗା, ବିଦ୍ୟୁତ ତାର ଲାଗି ଜଣେ ମୃତ
କଟକ : କଟକ ଜିଲ୍ଲା ବାଙ୍କୀର କୁଶପଙ୍ଗୀରେ ବାରହା ଫାଶରେ ପଡ଼ି ଜଣଙ୍କ ମୃତ୍ୟୁ । ଫାଶରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁକୁ ନେଇ ଉତ୍ତେଜନା । ଧାନ ଜମିକୁ ଯିବା ବେଳେ ଏହି ଅଘଟଣ ଘଟିଛି । ପ୍ରତିବାଦରେ ଗାଁ ଲୋକ ରାସ୍ତାରୋକ କରିଛନ୍ତି । ବାରହା ଧାନ ଫସଲ ନଷ୍ଟ କରିବା ଭୟରେ ପଡୋଶୀ ଜମିରେ ତାର ବାଡ଼ରେ ବିଦ୍ୟୁତ ସଂଯୋଗ କରିଥିବା ବେଳେ ବିଦ୍ୟୁତ ଆଘାତରେ ଚାଷୀଙ୍କ ଜୀବନ […] The post ବାରହା ଶିକାର ପଡିଲା ମହଙ୍ଗା, ବିଦ୍ୟୁତ ତାର ଲାଗି ଜଣେ ମୃତ appeared first on KNews Odisha.

କଟକ : କଟକ ଜିଲ୍ଲା ବାଙ୍କୀର କୁଶପଙ୍ଗୀରେ ବାରହା ଫାଶରେ ପଡ଼ି ଜଣଙ୍କ ମୃତ୍ୟୁ । ଫାଶରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁକୁ ନେଇ ଉତ୍ତେଜନା । ଧାନ ଜମିକୁ ଯିବା ବେଳେ ଏହି ଅଘଟଣ ଘଟିଛି । ପ୍ରତିବାଦରେ ଗାଁ ଲୋକ ରାସ୍ତାରୋକ କରିଛନ୍ତି । ବାରହା ଧାନ ଫସଲ ନଷ୍ଟ କରିବା ଭୟରେ ପଡୋଶୀ ଜମିରେ ତାର ବାଡ଼ରେ ବିଦ୍ୟୁତ ସଂଯୋଗ କରିଥିବା ବେଳେ ବିଦ୍ୟୁତ ଆଘାତରେ ଚାଷୀଙ୍କ ଜୀବନ ଯାଇଛି । ଏହି ଘଟଣାରେ ବିଦ୍ୟୁତ ସଂଯୋଗ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ସହିତ ମୃତ ଚାଷୀଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତା ଉପରେ ଧାରଣା ଦେଇଛନ୍ତି କୁଶପଙ୍ଗୀ ବାସିନ୍ଦା ।
ଆହୁରି ପଢ଼ନ୍ତୁ : ଭାରସାମ୍ୟ ହରାଇ ଘାଟିକୁ ଓଲଟିଲା କୋଲ୍ଡ ଡ୍ରିଙ୍କ୍ସ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
The post ବାରହା ଶିକାର ପଡିଲା ମହଙ୍ଗା, ବିଦ୍ୟୁତ ତାର ଲାଗି ଜଣେ ମୃତ appeared first on KNews Odisha.