ପ୍ରବଳ ଋଣ ଚାପରୁ ପିତୃହନ୍ତା ସାଜିଲା ପୁଅ, ଘଟଣାର ପର୍ଦ୍ଦାଫାସ କଲେ ଡିସିପି ପ୍ରତୀକ ସିଂ

ଭୁବନେଶ୍ବର : ପ୍ରବଳ ଋଣ ଚାପରୁ ପିତୃହନ୍ତା ସାଜିଲା ପୁଅ। ଭୁବନେଶ୍ବର ରଙ୍ଗମାଟିଆରେ ବାପାଙ୍କୁ ଛୁରୀ ଭୁସି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି ପ୍ରତୀକ ସିଂ। ପିତୃହନ୍ତା ପୁଅ ଅନିରୁଦ୍ଧ ଚୌଧୁରୀ ଲକ୍ଷାଧିକ ଟଙ୍କା ଲୋନ କରିଥିଲେ। ପାଖାପାଖି ୪୦ଲକ୍ଷ ଟଙ୍କାର ଲୋନ ତାଙ୍କ ଉପରେ ରହିଥିଲା। ଋଣ ସୁଝିବା ପାଇଁ ଟଙ୍କା ଦେବାକୁ ସେ ବାପା ସୁନୀଲ ଚୌଧୁରୀଙ୍କୁ କହିଥିଲେ। କିନ୍ତୁ ଏହାକୁ ଶୁଣି ନଥିଲେ ସୁନୀଲ ଚୌଧୁରୀ। ଅର୍ଥାଭାବ ସାଙ୍ଗକୁ ଲକ୍ଷାଧିକ ଟଙ୍କାର […] The post ପ୍ରବଳ ଋଣ ଚାପରୁ ପିତୃହନ୍ତା ସାଜିଲା ପୁଅ, ଘଟଣାର ପର୍ଦ୍ଦାଫାସ କଲେ ଡିସିପି ପ୍ରତୀକ ସିଂ appeared first on KNews Odisha.

ପ୍ରବଳ ଋଣ ଚାପରୁ ପିତୃହନ୍ତା ସାଜିଲା ପୁଅ, ଘଟଣାର ପର୍ଦ୍ଦାଫାସ କଲେ ଡିସିପି ପ୍ରତୀକ ସିଂ
pratik singh

ଭୁବନେଶ୍ବର : ପ୍ରବଳ ଋଣ ଚାପରୁ ପିତୃହନ୍ତା ସାଜିଲା ପୁଅ। ଭୁବନେଶ୍ବର ରଙ୍ଗମାଟିଆରେ ବାପାଙ୍କୁ ଛୁରୀ ଭୁସି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି ପ୍ରତୀକ ସିଂ। ପିତୃହନ୍ତା ପୁଅ ଅନିରୁଦ୍ଧ ଚୌଧୁରୀ ଲକ୍ଷାଧିକ ଟଙ୍କା ଲୋନ କରିଥିଲେ। ପାଖାପାଖି ୪୦ଲକ୍ଷ ଟଙ୍କାର ଲୋନ ତାଙ୍କ ଉପରେ ରହିଥିଲା।

ଋଣ ସୁଝିବା ପାଇଁ ଟଙ୍କା ଦେବାକୁ ସେ ବାପା ସୁନୀଲ ଚୌଧୁରୀଙ୍କୁ କହିଥିଲେ। କିନ୍ତୁ ଏହାକୁ ଶୁଣି ନଥିଲେ ସୁନୀଲ ଚୌଧୁରୀ। ଅର୍ଥାଭାବ ସାଙ୍ଗକୁ ଲକ୍ଷାଧିକ ଟଙ୍କାର ଲୋନ ଥିବାରୁ ସେ ମାନସିକ ଚାପରେ ଥିଲେ। ଋଣ ସୁଝିବାକୁ ବାପାଙ୍କୁ ବାରମ୍ବାର ଟଙ୍କା ମାଗି ବିଫଳ ହେବା ପରେ କ୍ଷୁବଧ ହୋଇଥିଲେ। ଶେଷରେ ଭୋର ପ୍ରାୟ ୪ଟାବେଳେ ବାପାଙ୍କୁ ଅନିରୁଦ୍ଧ ଚୌଧୁରୀ ହତ୍ୟା କରିଥିଲା ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ। ନୂଆ ଆଇନ ଅନୁସାରେ ମାମଲାର ତଦନ୍ତ ଆରମ୍ଭ ହୋଇଛି।

The post ପ୍ରବଳ ଋଣ ଚାପରୁ ପିତୃହନ୍ତା ସାଜିଲା ପୁଅ, ଘଟଣାର ପର୍ଦ୍ଦାଫାସ କଲେ ଡିସିପି ପ୍ରତୀକ ସିଂ appeared first on KNews Odisha.