ଚାଲିଗଲେ ରାଜପାଲଙ୍କ ବାପା, ଦୀର୍ଘ ଦିନରୁ ଥିଲେ ଅସୁସ୍ଥ
ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି । ରାଜପାଲଙ୍କ ପୁରା ପରିବାରଙ୍କ ସହ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛିା ବାର୍ଦ୍ଧକ୍ୟ ସମସ୍ୟା ଯୋଗୁଁ ରାଜପାଳଙ୍କ ପିତା ନୌରଙ୍ଗ୍ ଯାଦବ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଜାନୁଆରୀ ୨୧ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଖବର ପାଇଲା ପରେ କାମ ଛାଡ଼ି ଦିଲ୍ଲୀ ପହଞ୍ଚି ଥିଲେ ରାଜପାଲ । […] The post ଚାଲିଗଲେ ରାଜପାଲଙ୍କ ବାପା, ଦୀର୍ଘ ଦିନରୁ ଥିଲେ ଅସୁସ୍ଥ appeared first on KNews Odisha.

ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି । ରାଜପାଲଙ୍କ ପୁରା ପରିବାରଙ୍କ ସହ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛିା ବାର୍ଦ୍ଧକ୍ୟ ସମସ୍ୟା ଯୋଗୁଁ ରାଜପାଳଙ୍କ ପିତା ନୌରଙ୍ଗ୍ ଯାଦବ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଜାନୁଆରୀ ୨୧ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।
ଖବର ପାଇଲା ପରେ କାମ ଛାଡ଼ି ଦିଲ୍ଲୀ ପହଞ୍ଚି ଥିଲେ ରାଜପାଲ । ରାଜପାଲ ଯାଦବ କୌଣସି କାମ ପାଇଁ ୨୩ ଜାନୁଆରୀରେ ଥାଇଲ୍ୟାଣ୍ଡ ଯାଇଥିଲେ । ହତ୍ୟା ଧମକ ମିଳିବା ପରେ ରାଜପାଲଙ୍କ ଉପରେ ଦୁଃଖର ଲହରୀ ଖେଳିଯାଇଛି । ବାପାଙ୍କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି ଅଭିନେତା । ବାପା ନୌରଙ୍ଗ ଯାଦବ କିଛି ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା ପରେ, ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା ।
ଏଠାରେ ଚିକିତ୍ସା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ରାଜପାଲ ଯାଦବ ଆଶାବାଦୀ ଥିଲେ ଯେ ତାଙ୍କ ବାପା ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରି ଆସିବେ। କିନ୍ତୁ ଏଭଳି ବାପା ତାଙ୍କୁ ଛାଡ଼ି ଚାଲିଯିବେ ବୋଲି ସେ ଭାବିନଥିଲେ। ସୂଚନା ମିଳିଛି ଯେ, ରାଜପାଲଙ୍କ ପିତାଙ୍କ ଶେଷକୃତ୍ୟ ତାଙ୍କ ଜିଲ୍ଲା ଶାହଜାହାନପୁରରେ କରାଯିବ । ତେବେ ଏପର୍ଯ୍ୟନ୍ତ ଅଭିନେତାଙ୍କ ଦ୍ୱାରା ଏ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
Also read:କପିଲ ଶର୍ମା, ରାଜପାଲ ଯାଦବ, ରେମୋ ଡିସୁଜା ଓ ସୁଗନ୍ଧା ମିଶ୍ରାଙ୍କୁ ହତ୍ୟା ଧମକ, ପାକିସ୍ଥାନରୁ ଆସିଛି ମେଲ୍
The post ଚାଲିଗଲେ ରାଜପାଲଙ୍କ ବାପା, ଦୀର୍ଘ ଦିନରୁ ଥିଲେ ଅସୁସ୍ଥ appeared first on KNews Odisha.