ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ୍ ଅଫିସରେ ଅଗ୍ନିକାଣ୍ଡ; କିଛି ଲୋକ ଫସିରହିଥିବା ଆଶଙ୍କା

ନିଆଁକୁ ଆୟତ୍ତ କରିବା ପାଇଁ ୨ଟି ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି।

ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ୍ ଅଫିସରେ ଅଗ୍ନିକାଣ୍ଡ; କିଛି ଲୋକ ଫସିରହିଥିବା ଆଶଙ୍କା

ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଯ୍ୟାଳୟ ଥିବା ତୃତୀୟ ମହଲାରେ ନିଆଁ ଲାଗିଯାଇଛି। ୩ ଜଣଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି। ୩ ଅସୁସ୍ଥ ମଧ୍ୟରେ ଜଣେ ମହିଳା ସମେତ ୨ଜଣ ପୁରୁଷ ଥିବା ଜଣାଯାଇଛି। 

ନିଆଁକୁ ଆୟତ୍ତ କରିବା ପାଇଁ  ୨ଟି ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ବ୍ୟାଙ୍କ ଭିତରେ ଅନେକ କର୍ମଚାରୀ ଫଶି ରହିଥିବା ଆଶଙ୍କା କରାଯାଉଛି।  ଧୂଆଁ ଅଧିକ ହେଉଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି।

ନିଆଁ ଉପର ମହଲାକୁ ବ୍ୟାପବାର ଆଶଙ୍କା ରହିଛି। କ୍ୟାଣ୍ଟିନରୁ ଏହି ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ଅଗ୍ନିଶମ ବାହିନୀ କର୍ମଚାରୀ  ନିଆଁ ଲିଭାଇବା ପାଇଁ ଉଦ୍ୟମ ଚଳାଇଛନ୍ତି।