ବାର୍ହା ଆକ୍ରମଣରେ ବୃଦ୍ଧ ଗୁରୁତର
ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ବୁଧବାର ସକାଳେ ଏକ ବାର୍ହା ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ଜଣାପଡିଛି। କନ୍ଦରପୁର ଗ୍ରାମର ବସନ୍ତ ଦଳାଇ (୭୦) ମହାନଦୀକୁ ଗାଧୋଇବା ପାଇଁ ଯାଉଥିବାବେଳେ ତାଙ୍କୁ ଅତର୍କିତ ଭାବେ ଏକ ବାର୍ହା ଆକ୍ରମଣ କରିଥିଲା। ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହେବାଦ୍ୱାରା ସେ ଗୁରୁତର ଆହତ ହୋଇଥିଲେ। ବନପାଳ ସବିତା ରାଉତ ଓ ବନରକ୍ଷୀ ପ୍ରଶାନ୍ତ କୁମାର ବେହେରାଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଆଠଗଡ […]

ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ବୁଧବାର ସକାଳେ ଏକ ବାର୍ହା ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ଜଣାପଡିଛି। କନ୍ଦରପୁର ଗ୍ରାମର ବସନ୍ତ ଦଳାଇ (୭୦) ମହାନଦୀକୁ ଗାଧୋଇବା ପାଇଁ ଯାଉଥିବାବେଳେ ତାଙ୍କୁ ଅତର୍କିତ ଭାବେ ଏକ ବାର୍ହା ଆକ୍ରମଣ କରିଥିଲା।
ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହେବାଦ୍ୱାରା ସେ ଗୁରୁତର ଆହତ ହୋଇଥିଲେ। ବନପାଳ ସବିତା ରାଉତ ଓ ବନରକ୍ଷୀ ପ୍ରଶାନ୍ତ କୁମାର ବେହେରାଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ଲାଗି କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତରୀ ରିପୋର୍ଟ ମିଳିବା ପରେ ଆହତ ବୃଦ୍ଧଙ୍କୁ ବିଭାଗ ପକ୍ଷରୁ ଆବଶ୍ୟକୀୟ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ରେଞ୍ଜର ରବିନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି।