ଅସ୍ତ୍ରଶସ୍ତ୍ର ବଦଳରେ ନକଲି ନୋଟ୍ ଛାପୁଛନ୍ତି ମାଓବାଦୀ, ଜାଲ୍ ନୋଟ୍ ସହ ମେଶିନ ଜବତ
ମାଲକାନଗିରି,୨୩ା୬(ଦୁର୍ଯ୍ୟୋଧନ ପାତ୍ର): ଅସ୍ତ୍ରଶସ୍ତ୍ର ବଦଳରେ ଲାଲ୍ବାହିନୀ ଏବେ ତିଆରି କରୁଛନ୍ତି ନକଲି ଟଙ୍କା। ମାଓବାଦୀ ଶିବିରରେ ଛପା ହେଉଛି ଏହି ନକଲି ନୋଟ୍। ଛତିଶଗଡ଼ରେ ଲଗାତର ଭାବେ ଚାଲିଥିବା ନକ୍ସଲ ବିରୋଧୀ ଅପରେଶନ ପରେ ଦୁର୍ବଳ ହୋଇପଡିଛି ମାଓବାଦୀ ସଂଗଠନ। କୁହାଯାଉଛି ଯେ, ବାହାର ଫଣ୍ଡିଂ ବନ୍ଦ ହେବା ପରେ ଏବେ ଖାଦ୍ୟ ସାମଗ୍ରୀ କିଣିବା ଲାଗି ମଧ୍ୟ ମାଓବାଦୀଙ୍କ ପାଖରେ ଟଙ୍କା ନାହିଁ। ତେଣୁ ନକଲି ଟଙ୍କା ତିଆରି କରି ଏବେ ହାଟ ବଜାରକୁ ଯାଉଛନ୍ତି […] The post ଅସ୍ତ୍ରଶସ୍ତ୍ର ବଦଳରେ ନକଲି ନୋଟ୍ ଛାପୁଛନ୍ତି ମାଓବାଦୀ, ଜାଲ୍ ନୋଟ୍ ସହ ମେଶିନ ଜବତ appeared first on Dharitri Odia News.
ମାଲକାନଗିରି,୨୩ା୬(ଦୁର୍ଯ୍ୟୋଧନ ପାତ୍ର): ଅସ୍ତ୍ରଶସ୍ତ୍ର ବଦଳରେ ଲାଲ୍ବାହିନୀ ଏବେ ତିଆରି କରୁଛନ୍ତି ନକଲି ଟଙ୍କା। ମାଓବାଦୀ ଶିବିରରେ ଛପା ହେଉଛି ଏହି ନକଲି ନୋଟ୍। ଛତିଶଗଡ଼ରେ ଲଗାତର ଭାବେ ଚାଲିଥିବା ନକ୍ସଲ ବିରୋଧୀ ଅପରେଶନ ପରେ ଦୁର୍ବଳ ହୋଇପଡିଛି ମାଓବାଦୀ ସଂଗଠନ। କୁହାଯାଉଛି ଯେ, ବାହାର ଫଣ୍ଡିଂ ବନ୍ଦ ହେବା ପରେ ଏବେ ଖାଦ୍ୟ ସାମଗ୍ରୀ କିଣିବା ଲାଗି ମଧ୍ୟ ମାଓବାଦୀଙ୍କ ପାଖରେ ଟଙ୍କା ନାହିଁ। ତେଣୁ ନକଲି ଟଙ୍କା ତିଆରି କରି ଏବେ ହାଟ ବଜାରକୁ ଯାଉଛନ୍ତି ଲାଲ୍ବାହିନୀ। ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲାର ଏକ ମାଓବାଦୀ ଶିବିର ଉପରେ ଚଢ଼ାଉ କରି ଏସବୁ ଖୁଲାସା କରିଛନ୍ତି ସୁକୁମା ଏସ୍ପି।
ଶନିବାର ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲାରେ ହୋଇଛି ବଡ଼ଧରଣର ମାଓବାଦୀ ବିରୋଧୀ ଅପରେଶନ। ପ୍ରଥମଥର ଲାଗି ମାଓବାଦୀ ଶିବିରରୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ସହ ମିଳିଛି ନକଲି ଟଙ୍କା ତିଆରି ମେଶିନ ଓ ଅନ୍ୟାନ୍ୟ ଉପକରଣ। ୫୦ ଟଙ୍କାଠାରୁ ଆରମ୍ଭ କରି ୧୦୦, ୨୦୦ ଓ ୫୦୦ ଟଙ୍କା ପରି ସବୁ ନୋଟ୍ ଛପା ଯାଉଥିଲା ଏହି କ୍ୟାମ୍ପରେ। ବେଶ କିଛି ଦିନ ଧରି ଅର୍ଥ ଅଭାବରେ ପୀଡ଼ିତ ଥିବା ଲାଲ୍ବାହିନୀ ବଜାରରେ ନକଲି ନୋଟ୍ ବ୍ୟବହାର କରୁଥିଲେ। କୋଣ୍ଟା ଥାନା ଅନ୍ତର୍ଗତ କୋରାଜଗୁଡ଼ା ଜଙ୍ଗଲ ଭିତରେ ଚାଲିଥିବା ଏକ ମାଓବାଦୀ କ୍ୟାମ୍ପ ଉପରେ ସିଆର୍ପିଏଫ୍, ଡିଆର୍ଜି ଓ ବସ୍ତର ଫାଇଟରସର ଯବାନମାନେ ମିଳିତ ଭାବେ ଚଢ଼ାଉ କରି ଏମିତି କିଛି ଖୁଲାସା କରିଛନ୍ତି ସୁକୁମା ଏସ୍ପି. କିରନ ଚୌହାନ।
ବହୁ ପରିମାଣର ନକଲି ଟଙ୍କା ସହ ୨୦୦ ବୋତଲ ନୋଟ୍ ତିଆରି କରିବା କଲର ମିଳିଛି ମାଓବାଦୀ କ୍ୟାମ୍ପରୁ । ଟଙ୍କା ତିଆରି କରିବା ମେଶିନ ସହ ସମସ୍ତ ଉପକରଣ ଜବତ କରିଛି ସୁକୁମା ପୋଲିସ। ୨୦୨୨ଠାରୁ ମାଓବାଦୀ ସଂଗଠନ ପକ୍ଷରୁ ପର୍ଯ୍ୟାୟ କ୍ରମେ କିଛି ନକ୍ସଲ କ୍ୟାଡରମାନଙ୍କୁ ଟଙ୍କା ତିଆରି କରିବା ଲାଗି ତାଲିମ ଦିଆଯାଉଥିଲା। ଯେତେବେଳେ ବନ୍ଧୁକର ବୁଲେଟ୍ରେ ଆଉ ପାରିଲେ ନାହିଁ। ସେତେ ବେଳେ ଭାରତର ଅର୍ଥ ବ୍ୟବସ୍ଥାକୁ ମାଓବାଦୀମାନେ ଦୁର୍ବଳ କରିବାକୁ ଚାହୁଁଛନ୍ତି ବୋଲି ସୁକୁମା ଏସ୍ପି. କହିଛନ୍ତି। ମାଓବାଦୀ ଶିବିରରୁ ଟଙ୍କା ଛପା ମେଶିନ ଜବତ କରିବା ସହ କିଛି ମାଓବାଦୀଙ୍କୁ ମଧ୍ୟ ଗିରଫ କରିଛି ସୁକୁମା ପୋଲିସ। ହେଲେ ସେମାନଙ୍କ ଖୁଲାସା ବର୍ତ୍ତମାନ ସୁଦ୍ଧା କରାଯାଇନାହିଁ। କାରଣ ଟଙ୍କା ତିଆରି କରିବା ପେପରଠାରୁ ଆରମ୍ଭ କରି ଅନ୍ୟ ସବୁ ଉପକରଣ ମାଓବାଦୀଙ୍କୁ କିଏ ଯୋଗାଉଥିଲା ତାହାର ତଦନ୍ତ କରୁଛି ସୁକୁମା ପୋଲିସ।
The post ଅସ୍ତ୍ରଶସ୍ତ୍ର ବଦଳରେ ନକଲି ନୋଟ୍ ଛାପୁଛନ୍ତି ମାଓବାଦୀ, ଜାଲ୍ ନୋଟ୍ ସହ ମେଶିନ ଜବତ appeared first on Dharitri Odia News.