‘୨୫ ଲକ୍ଷ ଭୂତ ରାଶନ କାର୍ଡରେ ହୋଇଛି କି ଆଧାର ଲିଙ୍କ୍‌ ’ ଜାଣନ୍ତୁ ଏମିତି କାହିଁକି କହିଲେ …

ଭୁବନେଶ୍ୱର,୨୬।୭: ବିଧାନସଭା ଶୂନ୍ୟକାଳରେ ଭୂତ ରାଶନ କାର୍ଡ ହିତାଧିକାରୀ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ। ବିଧାନସଭାରେ ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ରାଜ୍ୟରେ ୨୫ ଲକ୍ଷ ଭୂତ କାର୍ଡ, ଯୋଗାଣ ମନ୍ତ୍ରୀ କହିଥିଲେ ରାଶନ କାର୍ଡ ପାଇଁ ୬ ଲକ୍ଷ ୭୦ ହଜାର ନୂଆ ଆବେଦନ କରିଥିଲେ। ତାଙ୍କୁ ସାମିଲ କରିବେ କି ? ଯଦି ୨୫ ଲକ୍ଷ ଭୂତ କାର୍ଡ ତାହାଲେ ସେଗୁଡ଼ିକର ଆଧାର ଲିଙ୍କ ହୋଇଛି […] The post ‘୨୫ ଲକ୍ଷ ଭୂତ ରାଶନ କାର୍ଡରେ ହୋଇଛି କି ଆଧାର ଲିଙ୍କ୍‌ ’ ଜାଣନ୍ତୁ ଏମିତି କାହିଁକି କହିଲେ … appeared first on Dharitri Odia News.

‘୨୫ ଲକ୍ଷ ଭୂତ ରାଶନ କାର୍ଡରେ ହୋଇଛି କି ଆଧାର ଲିଙ୍କ୍‌ ’ ଜାଣନ୍ତୁ ଏମିତି କାହିଁକି କହିଲେ …

ଭୁବନେଶ୍ୱର,୨୬।୭: ବିଧାନସଭା ଶୂନ୍ୟକାଳରେ ଭୂତ ରାଶନ କାର୍ଡ ହିତାଧିକାରୀ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ। ବିଧାନସଭାରେ ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ରାଜ୍ୟରେ ୨୫ ଲକ୍ଷ ଭୂତ କାର୍ଡ, ଯୋଗାଣ ମନ୍ତ୍ରୀ କହିଥିଲେ ରାଶନ କାର୍ଡ ପାଇଁ ୬ ଲକ୍ଷ ୭୦ ହଜାର ନୂଆ ଆବେଦନ କରିଥିଲେ। ତାଙ୍କୁ ସାମିଲ କରିବେ କି ? ଯଦି ୨୫ ଲକ୍ଷ ଭୂତ କାର୍ଡ ତାହାଲେ ସେଗୁଡ଼ିକର ଆଧାର ଲିଙ୍କ ହୋଇଛି କି? ଯଦି ହୋଇଛି ତାହା ସ୍ପଷ୍ଟ କରନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି । ଏଥିସହିତ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ସରକାରଙ୍କ ତରଫରୁ ଯଦି କିଛି ବିଜ୍ଞପ୍ତି ପ୍ରକାଶ କରାଯାଇଛି, ତେବେ ସମସ୍ତ ବିଧାୟକଙ୍କୁ ଏହାର କପି ପ୍ରଦାନ କରିବାକୁ ସେ ଦାବି କରିଛନ୍ତି ।

The post ‘୨୫ ଲକ୍ଷ ଭୂତ ରାଶନ କାର୍ଡରେ ହୋଇଛି କି ଆଧାର ଲିଙ୍କ୍‌ ’ ଜାଣନ୍ତୁ ଏମିତି କାହିଁକି କହିଲେ … appeared first on Dharitri Odia News.