ସରକାର ଗଢିବା ନେଇ ଦାବି କଲେ ନୱାଜ ସରିଫ, କହିଲେ- PML-N ସବୁଠୁ ବଡ଼ ପାର୍ଟି

ନୂଆଦିଲ୍ଲୀ: ପାକିସ୍ତାନର ସାଧାରଣ ନିର୍ବାଚନ ରେଜଲ୍ଟ ପାଇଁ ଗତ ୨୪ ଘଣ୍ଟାରୁ ଅଧିକ ସମୟ ହେଲା ଭୋଟ ଗଣତି ଚାଲିଛି । ଜେଲରେ ବନ୍ଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ସମର୍ଥିକ ନିର୍ଦୀଳୟ ପ୍ରାର୍ଥୀ ଆଗୁଆ ଥିବା ଜଣାପଡ଼ିଛି । କିନ୍ତୁ ଏବେ ସୁଦ୍ଧା କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ । ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଦ ସରିଫ ଦାବି କରିଛନ୍ତି ଯେ ତାଙ୍କ ଦଳ ପିଏମଏଲ-ଏନ ସବୁଠୁ ବଡ଼ ପାର୍ଟି ହୋଇଛି । ଏପରିସ୍ଥଳେ ଅନ୍ୟ ଦଳଗୁଡ଼ିକ ସହ ମିଶି ମେଣ୍ଟ ସରକାର ଗଠନ କରିବେ । ନୱାବ ସରିଫ ଶୁକ୍ରବାର ସଂଧ୍ୟାରେ ଲାହୋରରେ ପିଏମଏଲ-ଏନ ସଚିବାଳୟ ପହଞ୍ଚି ପାର୍ଟି କର୍ମକର୍ତ୍ତାଙ୍କୁ ସମ୍ୱୋଧିତ କରିଛନ୍ତି । ପିଏମଏଲ-ଏନ ମୁଖ୍ୟ ନୱାଜ ସରିଫ ନିଜ ଭାଷଣରେ କହିଛନ୍ତି ଯେ ଆଜି ଆପଣାନଙ୍କ ଆଖିରେ ଚମକ ଦେଖୁଛି । ସେ ଦାବି କରିଛନ୍ତି ଯେ ଆମେ ସମସ୍ତେ ଶୁଭେଚ୍ଛା ଜଣାଉଛୁ କାରଣ ଏହି ନିର୍ବାଚନରେ ପିଏମଏଲ-ଏନ ଦେଶର ସବୁଠୁ ବଡ଼ ପାର୍ଟି ହୋଇଛି । ପାକିସ୍ତାନ ମିଡିଆ ଡନ ଅନୁସାରେ, ନୱାଜ ସରିଫ କହିଛନ୍ତି, 'ପିଏମଏଲ-ଏନ ମେଣ୍ଟ ସରକାର ଗଢିବା ପାଇଁ ପିପିପି, ଏମକ୍ୟୁଏମ-ପି, ଜେୟୁଆଇ-ଏଫ ସହ ଯୋଗାଯୋଗ କରୁଛି । ନିଜର ସାନ ଭାଇ ଶହବାଜ ସରିଫଙ୍କୁ ମେଣ୍ଟ ସରକାର ଗଠନ ପାଇଁ ପିପିପିର ଆସିଫ ଅଲି ଜରଦାରୀ, ଜେୟୁଆଇ-ଏଫର ଫଜଲୁର ହରମାନ ଏବଂ ଏମକ୍ୟୁଏମ-ପିର ଖାଲିଦ ମକବୁଲ ସିଦ୍ଦିକଙ୍କ ସହ ଯୋଗାଯୋଗ କରି

ସରକାର ଗଢିବା ନେଇ ଦାବି କଲେ ନୱାଜ ସରିଫ, କହିଲେ- PML-N ସବୁଠୁ ବଡ଼ ପାର୍ଟି

ନୂଆଦିଲ୍ଲୀ: ପାକିସ୍ତାନର ସାଧାରଣ ନିର୍ବାଚନ ରେଜଲ୍ଟ ପାଇଁ ଗତ ୨୪ ଘଣ୍ଟାରୁ ଅଧିକ ସମୟ ହେଲା ଭୋଟ ଗଣତି ଚାଲିଛି । ଜେଲରେ ବନ୍ଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ସମର୍ଥିକ ନିର୍ଦୀଳୟ ପ୍ରାର୍ଥୀ ଆଗୁଆ ଥିବା ଜଣାପଡ଼ିଛି । କିନ୍ତୁ ଏବେ ସୁଦ୍ଧା କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ । ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଦ ସରିଫ ଦାବି କରିଛନ୍ତି ଯେ ତାଙ୍କ ଦଳ ପିଏମଏଲ-ଏନ ସବୁଠୁ ବଡ଼ ପାର୍ଟି ହୋଇଛି । ଏପରିସ୍ଥଳେ ଅନ୍ୟ ଦଳଗୁଡ଼ିକ ସହ ମିଶି ମେଣ୍ଟ ସରକାର ଗଠନ କରିବେ । ନୱାବ ସରିଫ ଶୁକ୍ରବାର ସଂଧ୍ୟାରେ ଲାହୋରରେ ପିଏମଏଲ-ଏନ ସଚିବାଳୟ ପହଞ୍ଚି ପାର୍ଟି କର୍ମକର୍ତ୍ତାଙ୍କୁ ସମ୍ୱୋଧିତ କରିଛନ୍ତି ।

ପିଏମଏଲ-ଏନ ମୁଖ୍ୟ ନୱାଜ ସରିଫ ନିଜ ଭାଷଣରେ କହିଛନ୍ତି ଯେ ଆଜି ଆପଣାନଙ୍କ ଆଖିରେ ଚମକ ଦେଖୁଛି । ସେ ଦାବି କରିଛନ୍ତି ଯେ ଆମେ ସମସ୍ତେ ଶୁଭେଚ୍ଛା ଜଣାଉଛୁ କାରଣ ଏହି ନିର୍ବାଚନରେ ପିଏମଏଲ-ଏନ ଦେଶର ସବୁଠୁ ବଡ଼ ପାର୍ଟି ହୋଇଛି । ପାକିସ୍ତାନ ମିଡିଆ ଡନ ଅନୁସାରେ, ନୱାଜ ସରିଫ କହିଛନ୍ତି, 'ପିଏମଏଲ-ଏନ ମେଣ୍ଟ ସରକାର ଗଢିବା ପାଇଁ ପିପିପି, ଏମକ୍ୟୁଏମ-ପି, ଜେୟୁଆଇ-ଏଫ ସହ ଯୋଗାଯୋଗ କରୁଛି । ନିଜର ସାନ ଭାଇ ଶହବାଜ ସରିଫଙ୍କୁ ମେଣ୍ଟ ସରକାର ଗଠନ ପାଇଁ ପିପିପିର ଆସିଫ ଅଲି ଜରଦାରୀ, ଜେୟୁଆଇ-ଏଫର ଫଜଲୁର ହରମାନ ଏବଂ ଏମକ୍ୟୁଏମ-ପିର ଖାଲିଦ ମକବୁଲ ସିଦ୍ଦିକଙ୍କ ସହ ଯୋଗାଯୋଗ କରିବାକୁ କହିଛନ୍ତି'।

ପଢନ୍ତୁ: ପାକିସ୍ତାନ ସାଧାରଣ ନିର୍ବାଚନ: ଜାଣନ୍ତୁ କିପରି ବିଫଳ ହେଲା ନିର୍ବାଚନ ଆୟୋଗଙ୍କ EMS

ନିଜ ଭାଷଣରେ ନୱାଜ ସରିଫ କହିଛନ୍ତି ଯେ ପିଏମଏଲ-ଏନ ଏଥିପାଇଁ ଲଢେଇ ଚାହୁଁନି, କାରଣ ପାକିସ୍ତାନ ଏହାର ଖର୍ଚ୍ଚ ବହନ କରିପାରିବ ନାହିଁ । ସେ ଜୋର ଦେଇ କହିଛନ୍ତି, 'ବର୍ତ୍ତମାନର ସ୍ଥିତିକୁ ଦେଖି, ପାକିସ୍ତାନକୁ ଅତି କମରେ ୧୦ ବର୍ଷର ସ୍ଥିରତା ଦରକାର । ପିଏମଏସ-ଏନ ନେତା ନୱାଜ ସରିଫ କହିଛନ୍ତି ଯେ ପାକିସ୍ତାନକୁ ବର୍ତ୍ତମାନ ସ୍ଥିତିରୁ  ବାହାର କରିବା ପାଇଁ ସମସ୍ତ ରାଜନୀତିକ ଦଳକୁ ଏକାସଙ୍ଗରେ ବସିବାକୁ ହେବ । ସେ କହିଛନ୍ତି, ଆମେ ବାରମ୍ୱାର ନିର୍ବାଚନ କରିପାରିବା ନାହିଁ । ଗତକାଲି ଆମ ସମସ୍ତେ ଏକାଠି ବସିଥିଲୁ, କିନ୍ତୁ ପରିଣାମ ଆସି ନଥିବାରୁ ସମ୍ୱୋଧନ କରି ନଥିଲୁ ।

ଅନ୍ୟପଟେ ନୱାଜଙ୍କ ଏହା ଦାବି ଉପରେ ପିଟିଆଇ ନେତା ଶିରିନ ମଜାରି ପ୍ରଶ୍ନ ଉଠାଇଛନ୍ତି । ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ନୱାବଙ୍କ ପାଖରେ ସରକାର ଗଢିବା ପାଇଁ ଜନାଦେଶ ନାହିଁ, କିନ୍ତୁ ଏପରି ଦେଖାଇ ହେଉଛନ୍ତି ସତେ ଯେମିତି ଜିତି ଯାଇଛନ୍ତି ।

The post ସରକାର ଗଢିବା ନେଇ ଦାବି କଲେ ନୱାଜ ସରିଫ, କହିଲେ- PML-N ସବୁଠୁ ବଡ଼ ପାର୍ଟି appeared first on Prameya News7.