ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି। ଏକ୍ସ’ରେ ଜଣେ ୟୁଜର ଭାରତୀୟ ବ୍ୟଞ୍ଜନକୁ ପ୍ରଶଂସାକରି ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ, ଭାରତୀୟ ଖାଦ୍ୟ ପୃଥିବୀରେ ସବୁଠୁ ଉତ୍ତମ। ଉକ୍ତ ପୋଷ୍ଟରେ ସେ ଭାତ ଓ ବିଭିନ୍ନ ତରକାରିର ରଙ୍ଗିନ ଫଟୋ ସଂଲଗ୍ନ କରିଥିଲେ। ତେବେ ସିଡ୍‌ନୀ ଏହା ଉପରେ ମନ୍ତବ୍ୟ ଦେବା ପରେ ବିବାଦ […] The post ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର appeared first on Dharitri Odia News.

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି। ଏକ୍ସ’ରେ ଜଣେ ୟୁଜର ଭାରତୀୟ ବ୍ୟଞ୍ଜନକୁ ପ୍ରଶଂସାକରି ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ, ଭାରତୀୟ ଖାଦ୍ୟ ପୃଥିବୀରେ ସବୁଠୁ ଉତ୍ତମ। ଉକ୍ତ ପୋଷ୍ଟରେ ସେ ଭାତ ଓ ବିଭିନ୍ନ ତରକାରିର ରଙ୍ଗିନ ଫଟୋ ସଂଲଗ୍ନ କରିଥିଲେ। ତେବେ ସିଡ୍‌ନୀ ଏହା ଉପରେ ମନ୍ତବ୍ୟ ଦେବା ପରେ ବିବାଦ ଦେଖାଦେଇଥିଲା। ସେ ନିଜ ପ୍ରତିକ୍ରିୟାରେ ଲେଖିଥିଲେ, ଆପଣଙ୍କ ଖାଦ୍ୟ ଅପରିଷ୍କାର। ଅନ୍ୟ ଏକ କମେଣ୍ଟରେ ସେ ପୁଣି ଲେଖିଥିଲେ, ଏସବୁ ପୋଡ଼ା ଭଳି ଲାଗେ। ଏହାକୁ ପସନ୍ଦ କରୁଥିବା ଲୋକେ ମାସୋଚିଷ୍ଟିକ୍‌ (ନିଜ ଯନ୍ତ୍ରଣା ଓ ଅପମାନରୁ ସନ୍ତୋଷ ଲାଭ କରୁଥିବା ବ୍ୟକ୍ତି) ବୋଲି ସେ ଉଲ୍ଳେଖ କରିଥିଲେ। ଅନେକ ୟୁଜର୍ସ ଭାରତୀୟ ଖାଦ୍ୟର ଐତିହାସିକ ଓ ସାଂସ୍କୃତିକ ମହତ୍ତ୍ୱ ବୁଝାଇବାକୁ ଯାଇ ସିଡ୍‌ନୀଙ୍କୁ ନିନ୍ଦା କରିଛନ୍ତି।

The post ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର appeared first on Dharitri Odia News.