ମନେ ରହିବ ବାର୍ବାଡୋସର ‘ମାଟି’, ସେଥିପାଇଁ ତ ମୁଁ ପିଚ୍‌ର ମାଟି ଖାଇଥିଲି- ରୋହିତ ଶର୍ମା

ମୁମ୍ବାଇ ୦୨।୦୭ : ବାର୍ବାଡୋସ୍‌ ମୋ ପାଇଁ ସ୍ପେଶାଲ୍‌ । ଏହାକୁ କେବେବି ମୁଁ ଜୀବନରେ ଭୁଲିପାରିବିନି । ଶେଷ ନିଶ୍ୱାସ ଯାଏଁ ବାର୍ବାଡୋସ୍‌ର ମାଟିକୁ ମୁଁ ମନେ ରଖିଥିବି । ଏପିରି କିଛି କହିଛନ୍ତି ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ବିଜୟୀ କ୍ୟାପଟେନ୍‌ ରୋହିତ ଶର୍ମା । ଶନିବାର ଦିନ ରାତିରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାକୁ ହରାଇ ୨୦୨୪ ଟି-୨୦ ବିଶ୍ୱକପ୍‌ ଚମ୍ପିଆନ୍‌ ହୋଇଛି । ଦୀର୍ଘ ୧୭ ବର୍ଷ ପରେ ପୁଣି ଥରେ ଟି-୨୦ ଚମ୍ପିଆନ୍‌ ହୋଇଛି ଟିମ୍‌ ଇଣ୍ଡିଆ । ଆଉ ଏହି ଟିମ୍‌ର ନେତୃତ୍ୱ ନେଇଥିଲେ ରୋହିତ ଶର୍ମା । ତେବେ ବିଶ୍ୱକପ୍ ବିଜୟୀ ପରେ ରୋହିତ ଶର୍ମା ହଠାତ୍‌ ପିଚ୍‌ ମଧ୍ୟ ଆସିଥିଲେ । ଆଉ ପିଚ୍‌ର ଖଣ୍ଡେ ମାଟି ନିଜ ପାଟିରେ ମାରିଥିଲେ । ଯାହାର ଭିଡିଓ ବିସିସିଆଇ ଏବଂ ଆଇସିସି ପକ୍ଷରୁ ସେୟାର କରାଯାଇଥିଲା । ଏହି ଭିଡିଓକୁ ନେଇ ବି ଖୁବ୍‌ ଚର୍ଚ୍ଚା ହୋଇଥିଲା । ଏବେ ବିଜୟ ପରେ କାହିଁକି ପିଚ୍‌ରୁ ମାଟି ଖଣ୍ଡ ଖାଇଥିଲେ । ତାକୁ ନେଇ ବଡ଼ ଖୁଲାସା କରିଛନ୍ତି ରୋହିତ ଶର୍ମା । ସେ କହିଛନ୍ତି ଯେ, ବାର୍ବାଡୋସ୍‌ ମୋ ପାଇଁ ସ୍ପେଶାଲ୍‌ । ଏହାକୁ କେବେବି ମୁଁ ଜୀବନରେ ଭୁଲିପାରିବିନି । ଶେଷ ନିଶ୍ୱାସ ଯାଏଁ ବାର୍ବାଡୋସ୍‌ର ମାଟିକୁ ମୁଁ ମନେ ରଖିଥିବି ।ସେଥିପାଇଁ ତ ମୁଁ ବାର୍ବାଡୋସ୍‌ର ପିଚ୍‌ରୁ ଖଣ୍ଡେ ମାଟି ଖାଇଥିଲି । ସେହି ସମୟଟା ମୋ ପାଇଁ ବହୁ ସ୍ପେଶାଲ ଥିଲା ।ଦୀର୍ଘ ଦିନର ଥିବା ମୋର ସ୍ୱପ୍ନ ପୂରଣ ହେ

ମନେ ରହିବ ବାର୍ବାଡୋସର ‘ମାଟି’, ସେଥିପାଇଁ ତ ମୁଁ ପିଚ୍‌ର ମାଟି ଖାଇଥିଲି- ରୋହିତ ଶର୍ମା

ମୁମ୍ବାଇ ୦୨।୦୭ : ବାର୍ବାଡୋସ୍‌ ମୋ ପାଇଁ ସ୍ପେଶାଲ୍‌ । ଏହାକୁ କେବେବି ମୁଁ ଜୀବନରେ ଭୁଲିପାରିବିନି । ଶେଷ ନିଶ୍ୱାସ ଯାଏଁ ବାର୍ବାଡୋସ୍‌ର ମାଟିକୁ ମୁଁ ମନେ ରଖିଥିବି । ଏପିରି କିଛି କହିଛନ୍ତି ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ବିଜୟୀ କ୍ୟାପଟେନ୍‌ ରୋହିତ ଶର୍ମା । 

ଶନିବାର ଦିନ ରାତିରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାକୁ ହରାଇ ୨୦୨୪ ଟି-୨୦ ବିଶ୍ୱକପ୍‌ ଚମ୍ପିଆନ୍‌ ହୋଇଛି । ଦୀର୍ଘ ୧୭ ବର୍ଷ ପରେ ପୁଣି ଥରେ ଟି-୨୦ ଚମ୍ପିଆନ୍‌ ହୋଇଛି ଟିମ୍‌ ଇଣ୍ଡିଆ । ଆଉ ଏହି ଟିମ୍‌ର ନେତୃତ୍ୱ ନେଇଥିଲେ ରୋହିତ ଶର୍ମା । ତେବେ ବିଶ୍ୱକପ୍ ବିଜୟୀ ପରେ ରୋହିତ ଶର୍ମା ହଠାତ୍‌ ପିଚ୍‌ ମଧ୍ୟ ଆସିଥିଲେ । ଆଉ ପିଚ୍‌ର ଖଣ୍ଡେ ମାଟି ନିଜ ପାଟିରେ ମାରିଥିଲେ । ଯାହାର ଭିଡିଓ ବିସିସିଆଇ ଏବଂ ଆଇସିସି ପକ୍ଷରୁ ସେୟାର କରାଯାଇଥିଲା । ଏହି ଭିଡିଓକୁ ନେଇ ବି ଖୁବ୍‌ ଚର୍ଚ୍ଚା ହୋଇଥିଲା । ଏବେ ବିଜୟ ପରେ କାହିଁକି ପିଚ୍‌ରୁ ମାଟି ଖଣ୍ଡ ଖାଇଥିଲେ । ତାକୁ ନେଇ ବଡ଼ ଖୁଲାସା କରିଛନ୍ତି ରୋହିତ ଶର୍ମା । 

ସେ କହିଛନ୍ତି ଯେ, ବାର୍ବାଡୋସ୍‌ ମୋ ପାଇଁ ସ୍ପେଶାଲ୍‌ । ଏହାକୁ କେବେବି ମୁଁ ଜୀବନରେ ଭୁଲିପାରିବିନି । ଶେଷ ନିଶ୍ୱାସ ଯାଏଁ ବାର୍ବାଡୋସ୍‌ର ମାଟିକୁ ମୁଁ ମନେ ରଖିଥିବି ।ସେଥିପାଇଁ ତ ମୁଁ ବାର୍ବାଡୋସ୍‌ର ପିଚ୍‌ରୁ ଖଣ୍ଡେ ମାଟି ଖାଇଥିଲି । ସେହି ସମୟଟା ମୋ ପାଇଁ ବହୁ ସ୍ପେଶାଲ ଥିଲା ।ଦୀର୍ଘ ଦିନର ଥିବା ମୋର ସ୍ୱପ୍ନ ପୂରଣ ହୋଇଛି । ତାହା ପୁଣି ବାର୍ବାଡୋସ ଲାଗି । ସେଥିପାଇଁ ସେ ସମୟକୁ ସବୁବେଳେ ସ୍ମରଣୀୟ କରିବାକୁ ମାଟି ଖଣ୍ଡେ ଖାଇଥିଲି । 

ସୂଚନାଯୋଗ୍ୟ ଯେ, ବିଶ୍ୱକପ୍‌ ବିଜୟୀ ପରେ ବାର୍ବାଡୋସରେ ବାତ୍ୟା ଆସିଛି । ଯାହାଫଳରେ ଭାରତୀୟ ଟିମ୍‌ ସହ ଅନେକ ଦେଶରେ ମିଡିଆ ହୋଟେଲରେ ଫସିରହିଛନ୍ତି । ଦୁଇ ଦିନ ଧରି ବାର୍ବଡୋସର ବିଭିନ୍ନ ହୋଟେଲରେ ରହିଛନ୍ତି । ତେବେ ମିଳିଥିବା ସୂଚନାନୁସାରେ , ଭାରତୀୟ ଟିମ୍‌ ମଙ୍ଗଳବାର ସଂଧ୍ୟାରେ ବାର୍ବାଡୋସର ଛାଡିବେ । ଏହାପରେ ବୁଧବାର ଦିନ ସଂଧ୍ୟା ସମୟରେ ନୂଆଦିଲ୍ଲୀରେ ପହଞ୍ଚିବେ ଟ୍ରଫି ସହ ପୁରା ଟିମ୍‌ ଏବଂ ସପୋର୍ଟ ଷ୍ଟାଫ୍‌ ।