ବାର୍‌ହା ଶିକାର କରି ଚାଲିଥିଲା ମାଂସ ଭାଗବଣ୍ଟା: ମାଡ଼ିବସିଲା ବନ ବିଭାଗ

କେସିଙ୍ଗା,୨୭।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବନଖଣ୍ଡ ଅଞ୍ଚଳରେ ବାର୍‌ହା ଶିକାର କରି ମାଂସ ଭାଗବଣ୍ଟା ଚାଲିଥିବା ସମଯରେ ବନ ବିଭାଗ ଚଢ଼ଉ କରି ୩ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନ ଙ୍କଠାରୁ ପ୍ରାୟ ୧ କ୍ୱିଣ୍ଟାଲ ବାର୍‌ହା ମାଂସ ଓ ୨ଟି ବାଇକ ଜବତ କରାଯାଇଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେସିଙ୍ଗା ବଜ୍ରଗଡ଼ ଜଙ୍ଗଲ ଭିତରେ ଥିବା ସିଂଝରନ-ଟାପରଙ୍ଗ ରାସ୍ତାରେ ବାର୍ହା ମାରି ମାଂସ ଭାଗବଣ୍ଟା କରାଯାଉଥିବା ଖବରବିଶେଷ ସୂତ୍ରରୁ ମିଳିବା […] The post ବାର୍‌ହା ଶିକାର କରି ଚାଲିଥିଲା ମାଂସ ଭାଗବଣ୍ଟା: ମାଡ଼ିବସିଲା ବନ ବିଭାଗ appeared first on Dharitri Odia News.

ବାର୍‌ହା ଶିକାର କରି ଚାଲିଥିଲା ମାଂସ ଭାଗବଣ୍ଟା: ମାଡ଼ିବସିଲା ବନ ବିଭାଗ

କେସିଙ୍ଗା,୨୭।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବନଖଣ୍ଡ ଅଞ୍ଚଳରେ ବାର୍‌ହା ଶିକାର କରି ମାଂସ ଭାଗବଣ୍ଟା ଚାଲିଥିବା ସମଯରେ ବନ ବିଭାଗ ଚଢ଼ଉ କରି ୩ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନ ଙ୍କଠାରୁ ପ୍ରାୟ ୧ କ୍ୱିଣ୍ଟାଲ ବାର୍‌ହା ମାଂସ ଓ ୨ଟି ବାଇକ ଜବତ କରାଯାଇଛି।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେସିଙ୍ଗା ବଜ୍ରଗଡ଼ ଜଙ୍ଗଲ ଭିତରେ ଥିବା ସିଂଝରନ-ଟାପରଙ୍ଗ ରାସ୍ତାରେ ବାର୍ହା ମାରି ମାଂସ ଭାଗବଣ୍ଟା କରାଯାଉଥିବା ଖବରବିଶେଷ ସୂତ୍ରରୁ ମିଳିବା ପରେ ଅତିରିକ୍ତ ବନ ସଂରକ୍ଷକ ପ୍ରଭାତୀ ସେଠଙ୍କ ନେତୃତ୍ୱରେ ବନ ବିଭାଗର ଏକ ଦଳ ଚଢାଉ କରିଥିଲେ। ଘଟଣା ସ୍ଥଳରୁ ପାଖାପାଖ ୧ କ୍ୱିଣ୍ଟାଲ ବାରହା ମାଂସ ଜବତ କରାଯାଇଛି। ଘଟଣା ସ୍ଥଳରେ ୩ ଜଣ ଶିକାରୀଙ୍କୁ କାବୁ କରାଯାଇଥିଲା। ଧରା ପଡ଼ିଥିବା ଅଭିଯୁକ୍ତମାନେ ହେଉଛନ୍ତି ସିଂ ଝରନ ଗାଁର ଉମାକାନ୍ତ ମାଝୀ, ଶ୍ରୀଧର ମାଝୀ ଓ ପଲସାପଡ଼ା ଗାଁର ବେଣୁ ମାଝୀ। ଏମାନଙ୍କ ପାଖରୁ ୨ଟି ବାଇକ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଶିକାରୀମାନେ ଫେରାର ଥିବା ଅତିରିକ୍ତ ବନ ସଂରକ୍ଷକ କହିଛନ୍ତି। ଜବତ ବାର୍‌ହା ମାଂସକୁ କେସିଙ୍ଗା ପ୍ରାଣୀ ଚିକିତ୍ସାଳୟକୁ ନେଇ ବ୍ୟବଚ୍ଛେଦ କରାଯାଇଥିବା ପ୍ରାଣୀ ଚିକିତ୍ସା ଅଧିକାରୀ ଆଭାମଞ୍ଜରୀ ନାୟକ ପ୍ରକାଶ କରିଛନ୍ତି। ଏହି ଘଟଣାରେ ବନ ବିଭାଗର ଫରେଷ୍ଟର ଯଶୋବନ୍ତ ନାଏକଙ୍କ ସମେତ ବହୁ କର୍ମଚାରୀ ସହଯୋଗ କରିଥିଲେ।

The post ବାର୍‌ହା ଶିକାର କରି ଚାଲିଥିଲା ମାଂସ ଭାଗବଣ୍ଟା: ମାଡ଼ିବସିଲା ବନ ବିଭାଗ appeared first on Dharitri Odia News.