ବାଲଟ ପେପରରେ ନିର୍ବାଚନ ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୬।୧୧: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବଦଳରେ ନିର୍ବାଚନରେ ବାଲାଟ ପେପର ବ୍ୟବହାର ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବିଚାରପତି ବିକ୍ରମ ନାଥ ଏବଂ ପି.ବି ଭାରାଲେଙ୍କ ଖଣ୍ଡପୀଠ କହିଛନ୍ତି, ‘ଯେତେବେଳେ ଆପଣ ନିର୍ବାଚନରେ ଜିତନ୍ତି, ସେତେବେଳେ ଇଭିଏମ୍ ଟାମ୍ପରିଂ ହୁଏନାହିଁ। କିନ୍ତୁ ଯେତେବେଳେ ନିର୍ବାଚନରେ ହାରି ଯାଉଛ, ଇଭିଏମ୍ ଟାମ୍ପରିଂ ହୋଇଯାଉଛି। ଆବେଦନକାରୀ କେଏ. ପଲ କହିଥିଲେ କି, ଲୋକତନ୍ତ୍ରକୁ ବଞ୍ଚାଇବା ଲାଗି ନିର୍ବାଚନରେ ପୁନର୍ବାର ବାଲାଟ ପେପର ଲାଗୁ କରିବା ଜରୁରୀ, କାରଣ ଇଭିଏମ […] The post ବାଲଟ ପେପରରେ ନିର୍ବାଚନ ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୧୧: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବଦଳରେ ନିର୍ବାଚନରେ ବାଲାଟ ପେପର ବ୍ୟବହାର ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବିଚାରପତି ବିକ୍ରମ ନାଥ ଏବଂ ପି.ବି ଭାରାଲେଙ୍କ ଖଣ୍ଡପୀଠ କହିଛନ୍ତି, ‘ଯେତେବେଳେ ଆପଣ ନିର୍ବାଚନରେ ଜିତନ୍ତି, ସେତେବେଳେ ଇଭିଏମ୍ ଟାମ୍ପରିଂ ହୁଏନାହିଁ। କିନ୍ତୁ ଯେତେବେଳେ ନିର୍ବାଚନରେ ହାରି ଯାଉଛ, ଇଭିଏମ୍ ଟାମ୍ପରିଂ ହୋଇଯାଉଛି।
ଆବେଦନକାରୀ କେଏ. ପଲ କହିଥିଲେ କି, ଲୋକତନ୍ତ୍ରକୁ ବଞ୍ଚାଇବା ଲାଗି ନିର୍ବାଚନରେ ପୁନର୍ବାର ବାଲାଟ ପେପର ଲାଗୁ କରିବା ଜରୁରୀ, କାରଣ ଇଭିଏମ ଟାମ୍ପରିଂ ଆଶଙ୍କା ରହିଛି। ସେ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଦାବି କରିଛନ୍ତି ଯେ ଇଭିଏମ୍ ଗୁଡିକୁ ଟାମ୍ପରିଂ କରାଯାଇପାରିବ। ଇଭିଏମ୍ ହ୍ୟାକ୍ ହୋଇପାରିବ ବୋଲି ସେ ଏଲନ୍ ମସ୍କଙ୍କ ଦାବିକୁ ମଧ୍ୟ ଦର୍ଶାଇଛନ୍ତି। ତେବେ ଖଣ୍ଡପୀଠ ଏହାର ଜବାବରେ କହିଛନ୍ତି, ‘ଯେତେବେଳେ ଚନ୍ଦ୍ରବାବୁ ନାଇଡୁ କିମ୍ବା ଜଗନ୍ ରେଡ୍ଡୀ ହାରିଯାଆନ୍ତି, ସେତେବେଳେ ସେମାନେ କୁହନ୍ତି ଇଭିଏମ ଟାମ୍ପରିଂ ହୋଇଛି। କିନ୍ତୁ ଯେତେବେଳେ ସେମାନେ ଜିତିଯାଆନ୍ତି, ସେତେବେଳେ କିଛି କହିନଥାନ୍ତି। ଆମେ ଏହାକୁ କିପରି ଦେଖିବା? ତେଣୁ ଆମେ ଏହି ଆବେଦନକୁ ଖାରଜ କରୁଛୁ। ଜଷ୍ଟିସ୍ ନାଥ କହିଛନ୍ତି, ‘ଏହି ସେପରି ସ୍ଥାନ ନୁହେଁ ଯେଉଁଠାରେ ଆପଣ ଏସବୁ ବିଷୟରେ ବିତର୍କ କରିପାରିବେ।’
The post ବାଲଟ ପେପରରେ ନିର୍ବାଚନ ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ appeared first on Dharitri Odia News.