ବାଲି ବୋଝେଇ ଟ୍ରକ ଜବତ, ଡ୍ରାଇଭର ଅଟକ
ରେଙ୍ଗାଲିକ୍ୟାମ୍ପ: ଅତାବିରା ଥାନା ଅନ୍ତର୍ଗତ ଗୋଡଭଗା ତୁରୁମ ୫୪ ନମ୍ୱର ରାଜ୍ୟ ରାଜପଥରେ ପାଟ୍ରୋଲିଂ ସମୟରେ ପୁଲିସ ଏକ ଚୋରା ବାଲି ବୋଝେଇ ଟ୍ରକ ଜବତ କରିଛି। କୁଜାପାଲି ଗ୍ରାମ ପାଖରେ ଭେଡେନ ତୁରୁମ୍ ଦେଇ ଗୋଡ଼ଭଗାକୁ ଆସୁଥିବା ବାଲି ବୋଝେଇ ଏକ ଦଶ ଚକିଆ ହାଇୱାକୁ ଅଟକ ରଖି ପୁଲିସ କାଗଜ ପତ୍ର ଯାଞ୍ଚ କରିଥିଲା। କିନ୍ତୁ ଗାଡ଼ି ଚାଳକ ପାଖରେ କୌଣସି କାଗଜ ପତ୍ର ନ ଥିବାରୁ ପୁଲିସ ଗାଡିକୁ ଜବତ କରିବା ସହ […]

ରେଙ୍ଗାଲିକ୍ୟାମ୍ପ: ଅତାବିରା ଥାନା ଅନ୍ତର୍ଗତ ଗୋଡଭଗା ତୁରୁମ ୫୪ ନମ୍ୱର ରାଜ୍ୟ ରାଜପଥରେ ପାଟ୍ରୋଲିଂ ସମୟରେ ପୁଲିସ ଏକ ଚୋରା ବାଲି ବୋଝେଇ ଟ୍ରକ ଜବତ କରିଛି। କୁଜାପାଲି ଗ୍ରାମ ପାଖରେ ଭେଡେନ ତୁରୁମ୍ ଦେଇ ଗୋଡ଼ଭଗାକୁ ଆସୁଥିବା ବାଲି ବୋଝେଇ ଏକ ଦଶ ଚକିଆ ହାଇୱାକୁ ଅଟକ ରଖି ପୁଲିସ କାଗଜ ପତ୍ର ଯାଞ୍ଚ କରିଥିଲା। କିନ୍ତୁ ଗାଡ଼ି ଚାଳକ ପାଖରେ କୌଣସି କାଗଜ ପତ୍ର ନ ଥିବାରୁ ପୁଲିସ ଗାଡିକୁ ଜବତ କରିବା ସହ ଗାଡ଼ି ଚାଳକକୁ ଅଟକ ରଖି ତଦନ୍ତ ଚଳାଇଛି। ଗାଡ଼ିଟି ବରଗଡ଼ର ବୋଲି ଜଣାପଡିଛି।