ବାଲି ମାଫିଆଙ୍କ ଦୌରାତ୍ମ୍ୟ, ଫାଇନ ପକାଇବାରୁ ମାଇନିଂ ଅଧିକାରୀଙ୍କୁ ଅଟକାଇଲେ

ଉଦଳା ୨୯/୬: ବାଲି ମାଫିଆଙ୍କ ଦୌରାତ୍ମ୍ୟ । ତଦାରଖ ପାଇଁ ଆସିଥିବା ମାଇନିଂ ଅଧିକାରୀଙ୍କୁ ଅଟକାଇଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । । କପ୍ତିପଦା ଥାନା ଅଞ୍ଚଳରେ ଚୋରା ବାଲି ଚାଲାଣ ରୋକିବାକୁ ଯାଇ ହଟହଟା ହୋଇଛନ୍ତି ମାଇନିଂ ଅଧିକାରୀ ।ଶନିବାର ସକାଳୁ ମାଇନିଂ ବିଭାଗର ଡେପୁଟି ଡାଇରେକ୍ଟର ଓ ମାଇନିଂ ଅଧିକାରୀ ମିଳିତ ଭାବରେ କପ୍ତପଦା ଥାନା ଅଞ୍ଚଳରେ ଚଢାଉ କରିଥିଲେ । ୩ଟି ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଗାଡି ଧରିବା ସହ ସେମାନଙ୍କୁ ଫାଇନ କରିଥିଲେ । ମୋଟା ଅଙ୍କର ଫାଇନକୁ ବିରୋଧ କରି ବଡବିଶୋଳ ଛକ ନିକଟରେ ଗାଡି ଓ ଅଧିକାରୀଙ୍କୁ ଅଟକାଇଥିଲେ ମାଫିଆ ।ଦୀର୍ଘ ୧ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏତେ ଟଙ୍କା ଫାଇନ କଣ ପାଇଁ ଦେବୁ ବୋଲି ପ୍ରଶ୍ନ କରିଥିଲେ ମାଫିଆ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାବେଳେ କପ୍ତିପଦା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।  

ବାଲି ମାଫିଆଙ୍କ ଦୌରାତ୍ମ୍ୟ, ଫାଇନ ପକାଇବାରୁ ମାଇନିଂ ଅଧିକାରୀଙ୍କୁ ଅଟକାଇଲେ

ଉଦଳା ୨୯/୬: ବାଲି ମାଫିଆଙ୍କ ଦୌରାତ୍ମ୍ୟ । ତଦାରଖ ପାଇଁ ଆସିଥିବା ମାଇନିଂ ଅଧିକାରୀଙ୍କୁ ଅଟକାଇଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । । କପ୍ତିପଦା ଥାନା ଅଞ୍ଚଳରେ ଚୋରା ବାଲି ଚାଲାଣ ରୋକିବାକୁ ଯାଇ ହଟହଟା ହୋଇଛନ୍ତି ମାଇନିଂ ଅଧିକାରୀ ।

ଶନିବାର ସକାଳୁ ମାଇନିଂ ବିଭାଗର ଡେପୁଟି ଡାଇରେକ୍ଟର ଓ ମାଇନିଂ ଅଧିକାରୀ ମିଳିତ ଭାବରେ କପ୍ତପଦା ଥାନା ଅଞ୍ଚଳରେ ଚଢାଉ କରିଥିଲେ । ୩ଟି ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଗାଡି ଧରିବା ସହ ସେମାନଙ୍କୁ ଫାଇନ କରିଥିଲେ । ମୋଟା ଅଙ୍କର ଫାଇନକୁ ବିରୋଧ କରି ବଡବିଶୋଳ ଛକ ନିକଟରେ ଗାଡି ଓ ଅଧିକାରୀଙ୍କୁ ଅଟକାଇଥିଲେ ମାଫିଆ ।

ଦୀର୍ଘ ୧ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏତେ ଟଙ୍କା ଫାଇନ କଣ ପାଇଁ ଦେବୁ ବୋଲି ପ୍ରଶ୍ନ କରିଥିଲେ ମାଫିଆ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାବେଳେ କପ୍ତିପଦା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।