ବାଲି ହାଇଓ୍ବାକୁ ଢେଲାମାଡ଼ରୁ ଉତ୍ତେଜନା, ଗୋଷ୍ଠୀ ସଂଘର୍ଷରେ ୪ ଆହତ
ବାଙ୍କୀ ୧୧।୧: ଭଗୀପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଛନ୍ତି । ଢେଲା ଓ ବୋତଲ ମାଡ଼ ହୋଇଥିଲା । କିଛି ସମୟ ପାଇଁ ବାଙ୍କୀ-କଟକ ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା କମିଛି । ଶୁକ୍ରବାର ବିଳମ୍ବିତ ରାତିରେ ବାଲି ହାଇଓ୍ବାକୁ ଢେଲା ମାରିବା ନେଇ ହୋଇଥିଲା ଉତ୍ତେଜନା ।ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ବାଙ୍କୀ କଟକ ମୁଖ୍ୟ ରାସ୍ତା ଦେଇ ଯାଉଥିବା ବାଲି ବୋଝେଇ ହାଇଓ୍ବା ଗାଡ଼ିକୁ ଭାଗିପୁର ଗ୍ରାମର ଶବର ସାହି ପିଲା ଟେକା ପଥର ମାରିଥିଲେ । ଏହି ହାଇଓ୍ବା ଗାଡ଼ି ମଧ୍ୟରେ ଭାଗିପୁର ଗ୍ରାମର ୩ଟି ହାଇଓ୍ବା ରହିଥିଲା । ଯାହାକୁ ନେଇ ଶବର ସାହିକୁ ଗ୍ରାମର ଅନ୍ୟ ଲୋକମାନେ ଯାଇ ପଥର ମାରିବା ନେଇ ପଚରା ଉଚରା କରିଥିଲେ । କିନ୍ତୁ ଶବର ସାହି ଲୋକମାନେ ସେମାନଙ୍କୁ ଅଟକ ରଖିବା ସହ ବାଡେଇଥିଲେ । ଏହାକୁ ନେଇ ଗାଁଲୋକ ଓ ଶବର ସାହି ଲୋକଙ୍କ ଭିତରେ ଝଗଡ଼ା ହେବା ସହ ଢେଲା ଓ ବୋତଲ ମାଡ଼ ହୋଇଥିଲା । ଯାହାଦ୍ବାରା ବାଙ୍କୀ-କଟକ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଥିଲା । ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା କମିଥିଲା । କିନ୍ତୁ ଢେଲା ଓ ବୋତଲ ମାଡ଼ ଦ୍ଵାରା ୪ ଜଣ ଆହତ ହୋଇଥିବା ଜଣାପଡିଛି ।You Can Read:PBD ସମ୍ମିଳନୀରେ ହଜିଲା ୟୁକେ ଡ଼େଲିଗେଟ୍ସଙ୍କ ବ୍ୟାଗ୍, ମୈତ୍ରୀ ବିହାର ପୋଲିସ ଯୋଗୁ ଫେର
ବାଙ୍କୀ ୧୧।୧: ଭଗୀପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଛନ୍ତି । ଢେଲା ଓ ବୋତଲ ମାଡ଼ ହୋଇଥିଲା । କିଛି ସମୟ ପାଇଁ ବାଙ୍କୀ-କଟକ ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା କମିଛି । ଶୁକ୍ରବାର ବିଳମ୍ବିତ ରାତିରେ ବାଲି ହାଇଓ୍ବାକୁ ଢେଲା ମାରିବା ନେଇ ହୋଇଥିଲା ଉତ୍ତେଜନା ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ବାଙ୍କୀ କଟକ ମୁଖ୍ୟ ରାସ୍ତା ଦେଇ ଯାଉଥିବା ବାଲି ବୋଝେଇ ହାଇଓ୍ବା ଗାଡ଼ିକୁ ଭାଗିପୁର ଗ୍ରାମର ଶବର ସାହି ପିଲା ଟେକା ପଥର ମାରିଥିଲେ । ଏହି ହାଇଓ୍ବା ଗାଡ଼ି ମଧ୍ୟରେ ଭାଗିପୁର ଗ୍ରାମର ୩ଟି ହାଇଓ୍ବା ରହିଥିଲା । ଯାହାକୁ ନେଇ ଶବର ସାହିକୁ ଗ୍ରାମର ଅନ୍ୟ ଲୋକମାନେ ଯାଇ ପଥର ମାରିବା ନେଇ ପଚରା ଉଚରା କରିଥିଲେ । କିନ୍ତୁ ଶବର ସାହି ଲୋକମାନେ ସେମାନଙ୍କୁ ଅଟକ ରଖିବା ସହ ବାଡେଇଥିଲେ । ଏହାକୁ ନେଇ ଗାଁଲୋକ ଓ ଶବର ସାହି ଲୋକଙ୍କ ଭିତରେ ଝଗଡ଼ା ହେବା ସହ ଢେଲା ଓ ବୋତଲ ମାଡ଼ ହୋଇଥିଲା । ଯାହାଦ୍ବାରା ବାଙ୍କୀ-କଟକ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଥିଲା । ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା କମିଥିଲା । କିନ୍ତୁ ଢେଲା ଓ ବୋତଲ ମାଡ଼ ଦ୍ଵାରା ୪ ଜଣ ଆହତ ହୋଇଥିବା ଜଣାପଡିଛି ।
You Can Read:
PBD ସମ୍ମିଳନୀରେ ହଜିଲା ୟୁକେ ଡ଼େଲିଗେଟ୍ସଙ୍କ ବ୍ୟାଗ୍, ମୈତ୍ରୀ ବିହାର ପୋଲିସ ଯୋଗୁ ଫେରିପାଇଲେ