ବାଲିଆମ୍ବ ଗାଁରେ ସଶସ୍ତ୍ର ଡକାୟତି, ଭୁଜାଲି ଓ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା
ଅନୁଗୁଳ : ମୃତକଙ୍କ ଘରକୁ ବି ଛାଡିଲେନି। ଅନୁଗୁଳ ହଣ୍ଡପା ଥାନା ବାଲିଆମ୍ବ ଗାଁରେ ଜଣଙ୍କ ଘରୁ ସଶସ୍ତ୍ର ଡକାୟତି। ଖଣ୍ଡା, ଭୁଜାଲି ଓ ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଗହଣା ଲୁଟ୍। ୧ ଲକ୍ଷ ୩୦ ହଜାର ଟଙ୍କା, ୫ ଭରି ସୁନା ସମେତ ୫ଟି ମୋବାଇଲ ଲୁଟ୍। ସନ୍ଧ୍ୟାରେ ଦୁର୍ଘଟଣାରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ। ବିଳମ୍ବିତ ରାତିରେ ମୃତ ବ୍ୟକ୍ତିଙ୍କ ଘରେ ପଶି କଲାକନା ବୁଲାଇଲେ ଲୁଟେରା। ଏପରି ଘଟଣା ଦେଖିବାକୁ […] The post ବାଲିଆମ୍ବ ଗାଁରେ ସଶସ୍ତ୍ର ଡକାୟତି, ଭୁଜାଲି ଓ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା appeared first on KNews Odisha.

ଅନୁଗୁଳ : ମୃତକଙ୍କ ଘରକୁ ବି ଛାଡିଲେନି। ଅନୁଗୁଳ ହଣ୍ଡପା ଥାନା ବାଲିଆମ୍ବ ଗାଁରେ ଜଣଙ୍କ ଘରୁ ସଶସ୍ତ୍ର ଡକାୟତି। ଖଣ୍ଡା, ଭୁଜାଲି ଓ ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଗହଣା ଲୁଟ୍। ୧ ଲକ୍ଷ ୩୦ ହଜାର ଟଙ୍କା, ୫ ଭରି ସୁନା ସମେତ ୫ଟି ମୋବାଇଲ ଲୁଟ୍। ସନ୍ଧ୍ୟାରେ ଦୁର୍ଘଟଣାରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ। ବିଳମ୍ବିତ ରାତିରେ ମୃତ ବ୍ୟକ୍ତିଙ୍କ ଘରେ ପଶି କଲାକନା ବୁଲାଇଲେ ଲୁଟେରା। ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ବାଲିଆମ୍ବ ଗାଁରେ। ମୃତ ବ୍ୟକ୍ତି ଜଣକ ହେଲେ ବିଜୟ ସାହୁ।
ଗତକାଲି ବାଗଡିଆ ହାଟକୁ ପରିବା ବିକ୍ରି କରିବା ପାଇଁ ଯାଇଥିଲେ ବିଜୟ। ଗତକାଲି ରାତିରେ ହାଟରୁ ପରିବା ବିକ୍ରି କରି ଟ୍ରାକ୍ଟର ଯୋଗେ ଘରକୁ ଫେରୁଥିଲେ। ବରସାହି ନିକଟରେ ଟ୍ରାକ୍ଚରଟି ହଠାତ ହମ୍ପସ ଉପରେ ଚଢିଯିବାରୁ ସେ ଭାରସାମ୍ୟ ହରାଇ ତଳେ ଛିଟିକି ପଡିଯାଇଥିଲେ। ଟ୍ରାକ୍ଟରଟି ବିଜୟଙ୍କ ମୁଣ୍ଡ ଉପରେ ଚଢିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
The post ବାଲିଆମ୍ବ ଗାଁରେ ସଶସ୍ତ୍ର ଡକାୟତି, ଭୁଜାଲି ଓ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା appeared first on KNews Odisha.