ବାଲିକୁଦା ରେଳ ଓଭରବ୍ରିଜ ଉଦ୍ଘାଟିତ
କଟକ,୨୬ା୨(ଶିଳ୍ପା ପ୍ରିୟଦର୍ଶିନୀ): ଅମୃତ ଭାରତ ଷ୍ଟେଶନ ଯୋଜନା ଅଧୀନରେ ସୋମବାର ବାଲିକୁଦା ରେଳ ଓଭରବ୍ରିଜକୁ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଛନ୍ତି। ପୂର୍ବତଟ ରେଳ ବିଭାଗ ପକ୍ଷରୁ ବାଲିକୁଦା ରେଲଓ୍ବେ କ୍ରସିଂ ନିକଟରେ ଉଦଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ଉପସଭାପତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜିଲା ସଭାପତି ପ୍ରକାଶ ବେହେରା, ବରିଷ୍ଠ ନେତା ନୟନ ମହାନ୍ତି, ରେଲଓ୍ବେ ଆମିନିଟି କମିଟି ଚେୟାରମ୍ୟାନ ଦିଲୀପ ମଲ୍ଲିକ, ରେଲଓ୍ବେ ନୋଡାଲ ଅଧିକାରୀ ତଥା […] The post ବାଲିକୁଦା ରେଳ ଓଭରବ୍ରିଜ ଉଦ୍ଘାଟିତ appeared first on Dharitri Odia News.
କଟକ,୨୬ା୨(ଶିଳ୍ପା ପ୍ରିୟଦର୍ଶିନୀ): ଅମୃତ ଭାରତ ଷ୍ଟେଶନ ଯୋଜନା ଅଧୀନରେ ସୋମବାର ବାଲିକୁଦା ରେଳ ଓଭରବ୍ରିଜକୁ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଛନ୍ତି। ପୂର୍ବତଟ ରେଳ ବିଭାଗ ପକ୍ଷରୁ ବାଲିକୁଦା ରେଲଓ୍ବେ କ୍ରସିଂ ନିକଟରେ ଉଦଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ଉପସଭାପତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜିଲା ସଭାପତି ପ୍ରକାଶ ବେହେରା, ବରିଷ୍ଠ ନେତା ନୟନ ମହାନ୍ତି, ରେଲଓ୍ବେ ଆମିନିଟି କମିଟି ଚେୟାରମ୍ୟାନ ଦିଲୀପ ମଲ୍ଲିକ, ରେଲଓ୍ବେ ନୋଡାଲ ଅଧିକାରୀ ତଥା ଡେପୁଟି ଇଞ୍ଜିନିୟର ରାଜେଶ ଦାସ ଯୋଗ ଦେଇଥିଲେ। ଆଜିର ଦିନ ଏକ ସ୍ବର୍ଣ୍ଣିମ ଦିନ। ସବୁ କିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସମ୍ଭବପର ହୋଇପାରିଛି। ରେଳସେବା କ୍ଷେତ୍ରରେ ଓଡ଼ିଶାକୁ ପ୍ରାଧାନ୍ୟ ଦିଆଯାଇଛି। ଏଥିସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଉଛୁ ବୋଲି ରେଲଓ୍ବେ ଆମିନିଟି କମିଟି ଚେୟାରମ୍ୟାନ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିକାଶ ଦିଗରେ ଏପରି କାର୍ଯ୍ୟକ୍ରମ ସ୍ମରଣୀୟ ହୋଇରହିବ। ପ୍ରକୃତ ବିକାଶର ସ୍ପଷ୍ଟ ଉଦାହରଣ ଆଜି ଲୋକେ ଜାଣିବାକୁ ପାଇଛନ୍ତି। ରେଳ ମନ୍ତ୍ରୀଙ୍କର ଓଡ଼ିଶା, ବିଶେକେରି କଟକ ପ୍ରତି ଭଲ ପାଇବା ଯୋଗୁ ଏପରି କାର୍ଯ୍ୟ ହୋଇପାରିଛି ବୋଲି ଭାଜପା ରାଜ୍ୟ ଉପସଭାପତି ଡା. ମହାପାତ୍ର କହିଥିଲେ। ରେଲଓ୍ବେ ବିଭାଗର ସଦସ୍ୟ ସୁରେଶ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂର୍ବରୁ ପିଲାଙ୍କୁ ନେଇ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କଟକର ୯ଜଣ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।
The post ବାଲିକୁଦା ରେଳ ଓଭରବ୍ରିଜ ଉଦ୍ଘାଟିତ appeared first on Dharitri Odia News.