ବାଲିଗୁଡ଼ା ଆସନରେ ଆଦିବାସୀ କାର୍ଡ ଖେଳିପାରେ ବିଜେଡି, ମଇଦାନକୁ ଓହ୍ଲାଇବେ ନୂଆ ଚେହେରା

ବାଲିଗୁଡ଼ା,୪ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ୩ଟି ବିଧାନସଭା ଆସନରୁ ଫୁଲବାଣୀ ଓ ଘୁ. ଉଦୟଗିରି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ହେଲେ ବାଲିଗୁଡ଼ା ଆସନକୁ ବିଜେଡି ଏପର୍ଯ୍ୟନ୍ତ ଝୁଲାଇ ରଖିଛି। ଏହାକୁ ନେଇ ଆଶାୟୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଜିଲାର ଫୁଲବାଣୀ ଆସନରେ ନୂତନ ମହିଳା ପ୍ରାର୍ଥୀ ଜୟଶ୍ରୀ କହଁରଙ୍କୁ ଦେଇଥିବା ବେଳେ ଘୁ.ଉଦୟଗିରି ଆସନରେ ପୁରୁଣା ପ୍ରାର୍ଥୀ ସାଲୁଗା ପ୍ରଧାନଙ୍କୁ ଦୋହରାଇଛି। ହେଲେ ବାଲିଗୁଡ଼ା ଆସନ କ୍ଷେତ୍ରରେ ଦଳ କାହିଁକି […] The post ବାଲିଗୁଡ଼ା ଆସନରେ ଆଦିବାସୀ କାର୍ଡ ଖେଳିପାରେ ବିଜେଡି, ମଇଦାନକୁ ଓହ୍ଲାଇବେ ନୂଆ ଚେହେରା appeared first on Dharitri Odia News.

ବାଲିଗୁଡ଼ା ଆସନରେ ଆଦିବାସୀ କାର୍ଡ ଖେଳିପାରେ ବିଜେଡି, ମଇଦାନକୁ ଓହ୍ଲାଇବେ ନୂଆ ଚେହେରା

ବାଲିଗୁଡ଼ା,୪ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ୩ଟି ବିଧାନସଭା ଆସନରୁ ଫୁଲବାଣୀ ଓ ଘୁ. ଉଦୟଗିରି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ହେଲେ ବାଲିଗୁଡ଼ା ଆସନକୁ ବିଜେଡି ଏପର୍ଯ୍ୟନ୍ତ ଝୁଲାଇ ରଖିଛି। ଏହାକୁ ନେଇ ଆଶାୟୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଜିଲାର ଫୁଲବାଣୀ ଆସନରେ ନୂତନ ମହିଳା ପ୍ରାର୍ଥୀ ଜୟଶ୍ରୀ କହଁରଙ୍କୁ ଦେଇଥିବା ବେଳେ ଘୁ.ଉଦୟଗିରି ଆସନରେ ପୁରୁଣା ପ୍ରାର୍ଥୀ ସାଲୁଗା ପ୍ରଧାନଙ୍କୁ ଦୋହରାଇଛି। ହେଲେ ବାଲିଗୁଡ଼ା ଆସନ କ୍ଷେତ୍ରରେ ଦଳ କାହିଁକି ଏପର୍ଯ୍ୟନ୍ତ ସେଭଳି କିଛି ନିଷ୍ପତ୍ତି ନେଇ ନାହିଁ, ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହି ନିର୍ବାଚନ ମଣ୍ଡଳୀରେ ଭାଜପା ଆଦିବାସୀ କାର୍ଡ ଖେଳି ସ୍ଥାନୀୟ ଟାଉନର ମହିଳା ଆଦିବାସୀ ନେତ୍ରୀ ଭାବେ ଜଣାଶୁଣା କଳ୍ପନା କହଁରଙ୍କୁ ପ୍ରଥମ ଥର ପାଇଁ ଦଳୀୟ ପ୍ରାର୍ଥୀ କରିଛି ଏବଂ କଂଗ୍ରେସ ମଧ୍ୟ ବାଲିଗୁଡା ନିର୍ବାଚନ ମଣ୍ଡଳୀ କୋଟଗଡ଼ ବ୍ଲକ ପାରିଗଡ଼ ପଞ୍ଚାୟତ ସମିତି ସଭ୍ୟ ସୁରଦା ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ହେଲେ ବହୁ କଂଗ୍ରେସ କର୍ମୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରାର୍ଥୀ ଜଣକ ଆଦିବାସୀ ନୁହନ୍ତି ବୋଲି ଯୁକ୍ତି ବାଢ଼ି ସ୍ଥାନୀୟ ଉପଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏ ସବୁ ଭିତରେ ଲଗାତର ବିଜୟଧାରାକୁ ଅବ୍ୟାହତ ରଖିବା ପାଇଁ ବିଜେଡି ମଧ୍ୟ ଏଠାରେ ଆଦିବାସୀ କାର୍ଡ ଖେଳିପାରେ। ଏଭଳି ସ୍ଥିତିରେ ବିଜେଡି ବିଧାୟକ ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ବିଧାୟକ ଚକ୍ରମଣି କହଁରଙ୍କୁ ପୁଣି ଥରେ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ଚାଲିଛି। କିନ୍ତୁ ଅନ୍ୟପକ୍ଷରେ ଏକାଧିକ ଆଶାୟୀ ଥିବା ପୂର୍ବତନ ବିଧାୟକ ରାଜୀବ ପାତ୍ର, ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କ୍ଳେଶ ପ୍ରଧାନ ଓ କନ୍ଧମାଳ ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକଙ୍କ ଭାଇ ବିଜେଶ୍ୱର ମଲ୍ଲିକଙ୍କ ଭଳି ନୂଆ ଚେହେରାଙ୍କୁ ଦଳ ଏଠାରୁ ନିର୍ବାଚନ ମଇଦାନକୁ ଛାଡ଼ି ଚମକ ସୃଷ୍ଟି କରିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେଉନାହିଁ। ହେଲେ ଦଳ ସ୍ଥାନୀୟ ଭୋଟରଙ୍କ ସୁଖ ଦୁଃଖରେ ସର୍ବଦା ଭାଗିଦାର ହୋଇ ପାରୁଥିବା କିଛି ନୂଆ ଚେହେରାଙ୍କୁ ଚାହୁଁଥିବା ଦୃଷ୍ଟିରୁ ବିଜେଡି ସେଭଳି କିଛି ଗୋଟିଚାଳନା କରିପାରେ ବୋଲି ମଧ୍ୟ ସାଧାରଣରେ ଆଲୋଚନା ହେଉଛି। ଏଭଳି ସ୍ଥିତିରେ ବାଲିଗୁଡ଼ା ବିଧାନସଭା ଆସନରୁ ବିଜେଡି କାହାକୁ ପ୍ରାର୍ଥୀ କରୁଛି, ସେଥିପ୍ରତି ସମସ୍ତଙ୍କର ନଜର ରହିଛି।

The post ବାଲିଗୁଡ଼ା ଆସନରେ ଆଦିବାସୀ କାର୍ଡ ଖେଳିପାରେ ବିଜେଡି, ମଇଦାନକୁ ଓହ୍ଲାଇବେ ନୂଆ ଚେହେରା appeared first on Dharitri Odia News.