ବାଲିମାଫିଆଙ୍କ ଗୁଣ୍ଡାରାଜ, ଖଣି ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ !

ଜିଲ୍ଲା ଖଣି ଅଧିକାରୀଙ୍କୁ ଧକ୍କା ଦେବା ପରେ ଡ୍ରାଇଭର ଖସି ପଳେଇ ଯାଉଥିବା ବେଳେ ଗାଡ଼ିକୁ ଜବତ କରାଯାଇଛି।

ବାଲିମାଫିଆଙ୍କ ଗୁଣ୍ଡାରାଜ, ଖଣି ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ !

କଟକରେ ବାଲିମାଫିଆଙ୍କ ଗୁଣ୍ଡାରାଜ। ଏପରିକି ଖଣି ଅଧିକାରୀଙ୍କ ଉପରେ ଗାଡ଼ି ଚଢାଇ ଦେବାକୁ ଉଦ୍ୟମ କରିଛନ୍ତି ବାଲି ମାଫିଆ। ସଦର ଥାନା ଅଞ୍ଚଳରେ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ଗତ ରାତିରେ ଖଣି ବିଭାଗର ଅଧିକାରୀ ଯାଞ୍ଚ କରୁଥିବା ବେଳେ ଏକ ବାଲି ବୋଝେଇ ହାଇୱା ସରକାରୀ ଗାଡିକୁ ଧକ୍କା ଦେଇଥିଲା। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜିଲ୍ଲା ଖଣି ଅଧିକାରୀ ସମ୍ୱିତ ସାହୁ।

ଜିଲ୍ଲା ଖଣି ଅଧିକାରୀଙ୍କୁ ଧକ୍କା ଦେବା ପରେ ଡ୍ରାଇଭର ଖସି ପଳେଇ ଯାଉଥିବା ବେଳେ ଗାଡ଼ିକୁ ଜବତ କରାଯାଇଛି। ବେଆଇନ ବାଲି ଉଠାଣ ଓ ଚାଲାଣ ବନ୍ଦ ପାଇଁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବିଭିନ୍ନି ସ୍ଥାନରେ ଏପରି ବେଆଇନ ବାଲି ଚାଲାଣ ଚାଲିଛି। ଖଣି ବିଭାଗ ପକ୍ଷରୁ ଗତକାଲି ରାତିରେ ଯାଞ୍ଚ କରାଯାଇ ୩ଟି ହାଇୱା ଜବତ କରାଯାଇଛି। ଖଣି ଅଧିକାରୀ ଏନେଇ ସଦର ଥାନାରେ ଏତଲା ଦେବାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହାଇୱା ଡ୍ରାଇଭର ଜଣକ ଚିହ୍ନଟ ହୋଇଥିବା ବେଳେ ତାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଆଡିସନାଲ ଡିସିପି ଅନିଲ ମିଶ୍ର।