ବାଲିଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ଉନ୍ନୟନ କମିଶନ

କଟକ: ହାତରେ ଆଉ ମାତ୍ର ତିନି ଦିନ। ଆରମ୍ଭ ହେବ ବାଣିଜ୍ୟର ମହାକୁମ୍ଭ କଟକ ଐତିହାସିକ ବାଲିଯାତ୍ରା। ଏମିତିରେ ଚଳଚଞ୍ଚଳ ହୋଇଉଠିଛି ବାଲିଯାତ୍ରା ପଡ଼ିଆ। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି । ଗୋଟିଏ ପଟେ ପ୍ରଶାସନର ପ୍ରସ୍ତୁତି ଅନ୍ୟପଟେ ବ୍ୟବସାୟୀମାନେ ଦୋକାନ ଖୋଲିବା ପାଇଁ ଟେଣ୍ଟ୍‌ ନିର୍ମାଣରେ ଲାଗିପଡ଼ିଛନ୍ତି। ତେବେ ବାଲିଯାତ୍ରା ପ୍ରସ୍ତୁତି କାର୍ଯ୍ୟକୁ ସନ୍ଧ୍ୟା ସମୟରେ ବୁଲି ଦେଖିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ଉନ୍ନୟନ କମିଶନ ଅନୁ ଗର୍ଗ। ତାଙ୍କ ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ, ପୋଲିସ କମିଶନର, କଟକ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଚଳିତ ବର୍ଷ ବାଲିଯାତ୍ରାରେ ଏସିଆ ମହାଦେଶର ଅନେକ ଦେଶର ରାଜଦୂତଙ୍କୁ ନିମନ୍ତ୍ରଣ କରାଯାଇଛି। ଏହା ସହ ଅନେକ ଦେଶର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ ବାଲିଯାତ୍ରା ମଞ୍ଚରେ। ଓଡ଼ିଆ ଅସ୍ମିତା ଝଲକ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ ବୋଲି କହିଛନ୍ତି ଅନୁ ଗର୍ଗ।

ବାଲିଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ଉନ୍ନୟନ କମିଶନ

କଟକ: ହାତରେ ଆଉ ମାତ୍ର ତିନି ଦିନ। ଆରମ୍ଭ ହେବ ବାଣିଜ୍ୟର ମହାକୁମ୍ଭ କଟକ ଐତିହାସିକ ବାଲିଯାତ୍ରା। ଏମିତିରେ ଚଳଚଞ୍ଚଳ ହୋଇଉଠିଛି ବାଲିଯାତ୍ରା ପଡ଼ିଆ। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି । ଗୋଟିଏ ପଟେ ପ୍ରଶାସନର ପ୍ରସ୍ତୁତି ଅନ୍ୟପଟେ ବ୍ୟବସାୟୀମାନେ ଦୋକାନ ଖୋଲିବା ପାଇଁ ଟେଣ୍ଟ୍‌ ନିର୍ମାଣରେ ଲାଗିପଡ଼ିଛନ୍ତି। 

ତେବେ ବାଲିଯାତ୍ରା ପ୍ରସ୍ତୁତି କାର୍ଯ୍ୟକୁ ସନ୍ଧ୍ୟା ସମୟରେ ବୁଲି ଦେଖିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ଉନ୍ନୟନ କମିଶନ ଅନୁ ଗର୍ଗ। ତାଙ୍କ ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ, ପୋଲିସ କମିଶନର, କଟକ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। 

ଚଳିତ ବର୍ଷ ବାଲିଯାତ୍ରାରେ ଏସିଆ ମହାଦେଶର ଅନେକ ଦେଶର ରାଜଦୂତଙ୍କୁ ନିମନ୍ତ୍ରଣ କରାଯାଇଛି। ଏହା ସହ ଅନେକ ଦେଶର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ ବାଲିଯାତ୍ରା ମଞ୍ଚରେ। ଓଡ଼ିଆ ଅସ୍ମିତା ଝଲକ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ ବୋଲି କହିଛନ୍ତି ଅନୁ ଗର୍ଗ।