ରାମ ଜନ୍ମଭୂମି ମୁଖ୍ୟ ପୂଜାରୀ ମହନ୍ତ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ

ଲକ୍ଷ୍ନୌ ୧୨।୨: ଶ୍ରୀ ରାମ ଜନ୍ମଭୂମି ମୁଖ୍ୟ ପୂଜାରୀ ମହନ୍ତ ସତ୍ୟେନ୍ଦ୍ର ଦାସଙ୍କ ୧୨ ଫେବୃଆରୀ ବୁଧବାର ପରଲୋକ ହୋଇଛି। ୮୭ ବର୍ଷ ବୟଷ୍କ ସତ୍ୟେନ୍ଦ୍ର ଦାସ ‘ବ୍ରେନ ଷ୍ଟ୍ରୋକ୍’ କାରଣରୁ ଅସୁସ୍ଥ ଥିଲେ। ତାଙ୍କୁ ଲକ୍ଷ୍ନୌର ଏସଜିପିଜିଆଇ ହସ୍ପିଟାଲରେ ରବିବାର ଭର୍ତ୍ତି କରାଯାଇଥିଲା। ତାଙ୍କର ମଧୁମେହ ସମେତ ଉଚ୍ଚ ରକ୍ତଚାପ ମଧ୍ୟ ଥିଲା। ହସ୍ପିଟାଲ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁସାରେ ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜାରୀ ସତ୍ୟେନ୍ଦ୍ର ଦାସ ବୁଧବାର ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ଫେବୃଆରୀ ୩ ତାରିଖ ଦିନ ଷ୍ଟ୍ରୋକ୍ କାରଣରୁ ଗୁରୁତର ଅବସ୍ଥାରେ ନ୍ୟୁରୋଲଜି ୱାର୍ଡର ଏଚଡିୟୁରେ ଭର୍ତ୍ତି କରାଯାଇଥିଲା। ମହନ୍ତ ସତ୍ୟେନ୍ଦ୍ର ଦାସଙ୍କୁ ଗୁରୁବାର ଜଳ ସମାଧି ଦିଆଯିବ। ତାଙ୍କ ପାର୍ଥିବ ଶରୀରକୁ ବୁଧବାର ତାଙ୍କ ଘରକୁ ନିଆଯାଇଛି, ସେଠାରେ ଲୋକେ ତାଙ୍କର ଦର୍ଶନ କରୁଛନ୍ତି। ରାମମନ୍ଦିର ଟ୍ରଷ୍ଟର ସଦସ୍ୟ ମହନ୍ତ ଦିନେନ୍ଦ୍ର ଦାସ ମଧ୍ୟ ତାଙ୍କର ଶେଷ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମୁଖ୍ୟ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି। परम रामभक्त, श्री राम जन्मभूमि मंदिर, श्री अयोध्या धाम के मुख्य पुजारी आचार्य श्री सत्येन्द्र कुमार दास जी महाराज का निधन अत्यंत दुःखद एवं आध्यात्मिक जगत की अपूरणीय क्षति है। विनम्र श्रद्धांजलि!प्रभु श्री र

ରାମ ଜନ୍ମଭୂମି ମୁଖ୍ୟ ପୂଜାରୀ ମହନ୍ତ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ

ଲକ୍ଷ୍ନୌ ୧୨।୨: ଶ୍ରୀ ରାମ ଜନ୍ମଭୂମି ମୁଖ୍ୟ ପୂଜାରୀ ମହନ୍ତ ସତ୍ୟେନ୍ଦ୍ର ଦାସଙ୍କ ୧୨ ଫେବୃଆରୀ ବୁଧବାର ପରଲୋକ ହୋଇଛି। ୮୭ ବର୍ଷ ବୟଷ୍କ ସତ୍ୟେନ୍ଦ୍ର ଦାସ ‘ବ୍ରେନ ଷ୍ଟ୍ରୋକ୍’ କାରଣରୁ ଅସୁସ୍ଥ ଥିଲେ। ତାଙ୍କୁ ଲକ୍ଷ୍ନୌର ଏସଜିପିଜିଆଇ ହସ୍ପିଟାଲରେ ରବିବାର ଭର୍ତ୍ତି କରାଯାଇଥିଲା। ତାଙ୍କର ମଧୁମେହ ସମେତ ଉଚ୍ଚ ରକ୍ତଚାପ ମଧ୍ୟ ଥିଲା। ହସ୍ପିଟାଲ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁସାରେ ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜାରୀ ସତ୍ୟେନ୍ଦ୍ର ଦାସ ବୁଧବାର ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। 

ତାଙ୍କୁ ଫେବୃଆରୀ ୩ ତାରିଖ ଦିନ ଷ୍ଟ୍ରୋକ୍ କାରଣରୁ ଗୁରୁତର ଅବସ୍ଥାରେ ନ୍ୟୁରୋଲଜି ୱାର୍ଡର ଏଚଡିୟୁରେ ଭର୍ତ୍ତି କରାଯାଇଥିଲା। ମହନ୍ତ ସତ୍ୟେନ୍ଦ୍ର ଦାସଙ୍କୁ ଗୁରୁବାର ଜଳ ସମାଧି ଦିଆଯିବ। ତାଙ୍କ ପାର୍ଥିବ ଶରୀରକୁ ବୁଧବାର ତାଙ୍କ ଘରକୁ ନିଆଯାଇଛି, ସେଠାରେ ଲୋକେ ତାଙ୍କର ଦର୍ଶନ କରୁଛନ୍ତି। ରାମମନ୍ଦିର ଟ୍ରଷ୍ଟର ସଦସ୍ୟ ମହନ୍ତ ଦିନେନ୍ଦ୍ର ଦାସ ମଧ୍ୟ ତାଙ୍କର ଶେଷ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମୁଖ୍ୟ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି। 


ବାବରୀ ମସଜିଦ ବିଧ୍ୱଂସ ବେଳେ ଦାସ ୬ ଡିସେମ୍ବର ୧୯୯୨ରେ ଅସ୍ଥାୟୀ ରାମ ମନ୍ଦିରର ପୂଜକ ଥିଲେ। ସେ ୨୦ ବର୍ଷ ବୟସର ହୋଇଥିବା ବେଳେ  ଦୀର୍ଘ ସମୟ ଧରି ରାମ ମନ୍ଦିରର ସେବା କରିଥିବା ଦାସ ଆଧ୍ୟାତ୍ମିକ ଜୀବନକୁ ବିକଳ୍ପ ବାଛିଥିଲେ।  ସମଗ୍ର ଅଯୋଧ୍ୟାରେ ତାଙ୍କର ବିଶେଷ ସମ୍ମାନ ଥିଲା। ନିର୍ବାଣୀ ଆଖଡ଼ା ସମ୍ପର୍କିତ ଦାସ ଅଯଧ୍ୟାର ସବୁଠୁ ସୁଲଭ ସନ୍ଥମାନଙ୍କ ମଧ୍ୟରେ ଜଣେ ଥିଲେ। ବାବରୀ ମସଜିଦ ବିଧ୍ୱଂସର ମାତ୍ର ୯ ମାସ ପୂର୍ବରୁ ସେ ରାମ ମନ୍ଦିରର ପୂଜକ ନିଯୁକ୍ତ ହୋଇଥିଲେ।  ମସଜିଦ ଭଙ୍ଗା ଘଟଣା ସେତେବେଳେ ଦେଶର ରାଜନୀତିର ଦିଗ ବଦଳାଇ ଦେଇଥିଲା।  


ମହନ୍ତ ଦାସ ସର୍ବଦା ରାମମନ୍ଦିର ଆନ୍ଦୋଳନ ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଗଣମାଧ୍ୟମକୁ ଧୈର୍ଯ୍ୟ ପୂର୍ବକ ଉତ୍ତର ଦେଉଥିଲେ। ବାବରୀ ବିଧ୍ୱଂସ ପରେ ମଧ୍ୟ ଦାସ ମୁଖ୍ୟ ପୂଜାରୀ ରୂପେ କାର୍ଯ୍ୟ କରୁଥିଲେ। ଯେତେବେଳେ ରାମ ଲଲାଙ୍କୁ ଅସ୍ଥାୟୀ ତମ୍ବୁତଳେ ରଖାଗଲା ସେତେବେଳେ ମଧ୍ୟ ସେ ପୂଜା କରୁଥିଲେ।