ବାଲୁକା କଳାରେ ୫୦୦ ଶିବଲିଙ୍ଗ, ମହାଶିବରାତ୍ରୀ ଅବସରରେ ତିଆରି କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ରାତି ପାହିଲେ ମହାଶିବରାତ୍ରୀ। ଆଉ ଏହି ମହାଶିବରାତ୍ରୀ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପୁରୀ ବେଳାଭୂମିରେ ବାଲିରେ ତିଆରି କରିଛନ୍ତି ମହଦେବଙ୍କ ପ୍ରତିମା। ସେ ପ୍ରାୟ ୫୦୦ ଶିବଲିଙ୍ଗ ନିର୍ମାଣ କରିଛନ୍ତି। ଯାହାର ଉଚ୍ଚତାର ରହିଛି ୫ ଫୁଟ୍‌ । ଏହି ବାଲୁକା କଳା ନିର୍ମାଣ ପାଇଁ ୪ ଟନ୍‌ର ବାଲି ବ୍ୟବହୃତ ହୋଇଛି। ଏହି ବାଲୁକା କଳାରେ ସେ ‘‘ଶାନ୍ତି ପାଇଁ ପ୍ରାର୍ଥନା, ଓମ୍‌ ନମଃ ଶିବାୟ’’ ବାର୍ତ୍ତା ମଧ୍ୟ ଲେଖିଛନ୍ତି।ଏଥିରେ ତାଙ୍କ ବାଲୁକା କଳା ଅନୁଷ୍ଠାନର ଛାତ୍ରମାନେ ସହଯୋଗ ଦେଇଥିଲେ। ସୂଚନାଥାଉକି, ବର୍ତ୍ତମାନ ପର୍ଯ୍ୟନ୍ତ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମଗ୍ର ବିଶ୍ୱରେ ୬୫ ରୁ ଅଧିକ ଆନ୍ତର୍ଜାତୀୟ ବାଲୁକା କଳା ଚାମ୍ପିୟନସିପ୍‌ ଏବଂ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ଏବଂ ଅନେକ ପୁରସ୍କାର ଜିତିଛନ୍ତି।Also Read: ଶୁକ୍ରବାର ପବିତ୍ର ମହାଶିବରାତ୍ର, ଲୋକନାଥଙ୍କ ପୀଠରେ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ବାଲୁକା କଳାରେ ୫୦୦ ଶିବଲିଙ୍ଗ, ମହାଶିବରାତ୍ରୀ ଅବସରରେ ତିଆରି କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ରାତି ପାହିଲେ ମହାଶିବରାତ୍ରୀ। ଆଉ ଏହି ମହାଶିବରାତ୍ରୀ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପୁରୀ ବେଳାଭୂମିରେ ବାଲିରେ ତିଆରି କରିଛନ୍ତି ମହଦେବଙ୍କ ପ୍ରତିମା। ସେ ପ୍ରାୟ ୫୦୦ ଶିବଲିଙ୍ଗ ନିର୍ମାଣ କରିଛନ୍ତି। ଯାହାର ଉଚ୍ଚତାର ରହିଛି ୫ ଫୁଟ୍‌ । ଏହି ବାଲୁକା କଳା ନିର୍ମାଣ ପାଇଁ ୪ ଟନ୍‌ର ବାଲି ବ୍ୟବହୃତ ହୋଇଛି। ଏହି ବାଲୁକା କଳାରେ ସେ ‘‘ଶାନ୍ତି ପାଇଁ ପ୍ରାର୍ଥନା, ଓମ୍‌ ନମଃ ଶିବାୟ’’ ବାର୍ତ୍ତା ମଧ୍ୟ ଲେଖିଛନ୍ତି।

ଏଥିରେ ତାଙ୍କ ବାଲୁକା କଳା ଅନୁଷ୍ଠାନର ଛାତ୍ରମାନେ ସହଯୋଗ ଦେଇଥିଲେ। ସୂଚନାଥାଉକି, ବର୍ତ୍ତମାନ ପର୍ଯ୍ୟନ୍ତ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମଗ୍ର ବିଶ୍ୱରେ ୬୫ ରୁ ଅଧିକ ଆନ୍ତର୍ଜାତୀୟ ବାଲୁକା କଳା ଚାମ୍ପିୟନସିପ୍‌ ଏବଂ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ଏବଂ ଅନେକ ପୁରସ୍କାର ଜିତିଛନ୍ତି।

Also Read: ଶୁକ୍ରବାର ପବିତ୍ର ମହାଶିବରାତ୍ର, ଲୋକନାଥଙ୍କ ପୀଠରେ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା