ବାଲୁକାକଳା ମାଧ୍ୟମରେ ଭୋଟର ସଚେତନତା

ଭୁବନେଶ୍ୱର,୨୫।୫: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ନୂତନ ଅଭିଯାନ ‘ବାଲୁକା କଳା ମାଧ୍ୟମରେ ଭୋଟର ସଚେତନତା’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏସ୍‌ବିଆଇର ଭୁବନେଶ୍ୱର ପ୍ରଧାନ କାର୍ଯ୍ୟାଳୟ ସମ୍ମୁଖରେ ଏକ ଆକର୍ଷଣୀୟ ବାଲୁକା କଳାକୃତିର ନିର୍ମାଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏସ୍‌ବିଆଇ ଭୁବନେଶ୍ୱର ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ବିଆଇ ଭୁବନେଶ୍ୱର ସର୍କଲର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। […] The post ବାଲୁକାକଳା ମାଧ୍ୟମରେ ଭୋଟର ସଚେତନତା appeared first on Dharitri Odia News.

ବାଲୁକାକଳା ମାଧ୍ୟମରେ ଭୋଟର ସଚେତନତା

ଭୁବନେଶ୍ୱର,୨୫।୫: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ନୂତନ ଅଭିଯାନ ‘ବାଲୁକା କଳା ମାଧ୍ୟମରେ ଭୋଟର ସଚେତନତା’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏସ୍‌ବିଆଇର ଭୁବନେଶ୍ୱର ପ୍ରଧାନ କାର୍ଯ୍ୟାଳୟ ସମ୍ମୁଖରେ ଏକ ଆକର୍ଷଣୀୟ ବାଲୁକା କଳାକୃତିର ନିର୍ମାଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏସ୍‌ବିଆଇ ଭୁବନେଶ୍ୱର ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ବିଆଇ ଭୁବନେଶ୍ୱର ସର୍କଲର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଏସ୍‌ବିଆଇ ଭୁବନେଶ୍ୱର ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥୀ କହିଥିଲେ, ଗଣତନ୍ତ୍ରର ଏହି ମହାନ୍‌ ପର୍ବରେ ସାମିଲହେବା ସହ ଭୋଟଦାନ ସୁନିଶ୍ଚିତ କରିବାକୁ ସେ ବ୍ୟାଙ୍କର ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ତଥା ଅନ୍ୟ ସମସ୍ତଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ। ଏହି ଅଭିଯାନର ଅଂଶ ବିଶେଷ ଭାବେ ଏସ୍‌ବିଆଇର ଭୁବନେଶ୍ୱର ପ୍ରଧାନ କାର୍ଯ୍ୟାଳୟଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲାବେଳେ ଏସ୍‌ବିଆଇ ଭୁବନେଶ୍ୱରର ସମସ୍ତ ପ୍ରଶାସନିକ ଓ ଶାଖା କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଭୋଟର ସଚେତନତା ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଏହି ବାଲୁକା କଳାକୃତିଟି ଏସ୍‌ବିଆଇ କର୍ମଚାରୀ ସୁବଳ ମହାରଣାଙ୍କ ଦ୍ୱାରା ନିର୍ମିତ ହୋଇଛି।

The post ବାଲୁକାକଳା ମାଧ୍ୟମରେ ଭୋଟର ସଚେତନତା appeared first on Dharitri Odia News.