ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯ା୪(ବନ୍ଦନା ସେଠୀ) – ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୟୁନାଇଟେଡ କିଙ୍ଗ୍ଡମ୍ର ସମ୍ମାନଜନକ ‘ସ୍ୟାଣ୍ଡ୍ ମାଷ୍ଟର ଆଓ୍ବାର୍ଡ’ରେ ସମ୍ମାନିତ ହୋଇଛନ୍ତି। ଶନିବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଦର୍ଶନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ସୁଦର୍ଶନଙ୍କ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ତାଙ୍କୁ ଓଡ଼ିଶାର ଆସେଟ୍ ବୋଲି କହିଥିଲେ। ଆଗାମୀ ଦିନରେ ଓଡ଼ିଶା ଓ ଦେଶ ପାଇଁ ଆହୁରି ଗୌରବ ଆଣିବେ ବୋଲି ସେ ଆଶା […] The post ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୧୯ା୪(ବନ୍ଦନା ସେଠୀ) – ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୟୁନାଇଟେଡ କିଙ୍ଗ୍ଡମ୍ର ସମ୍ମାନଜନକ ‘ସ୍ୟାଣ୍ଡ୍ ମାଷ୍ଟର ଆଓ୍ବାର୍ଡ’ରେ ସମ୍ମାନିତ ହୋଇଛନ୍ତି। ଶନିବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଦର୍ଶନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ସୁଦର୍ଶନଙ୍କ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ତାଙ୍କୁ ଓଡ଼ିଶାର ଆସେଟ୍ ବୋଲି କହିଥିଲେ। ଆଗାମୀ ଦିନରେ ଓଡ଼ିଶା ଓ ଦେଶ ପାଇଁ ଆହୁରି ଗୌରବ ଆଣିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି ସଫଳତା ପାଇଁ ପୂର୍ବରୁ ତାଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ସଂଯୁକ୍ତ ରାଷ୍ଟ୍ରର ଡୋରସେଟ ଅଞ୍ଚଳର ୱେମାଉଥ୍ଠାରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବରେ ସୁଦର୍ଶନ ପ୍ରଥମ ଭାରତୀୟ ଭାବେ ଏହି ସମ୍ମାନ ପାଇଛନ୍ତି।
The post ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.