ବାଲେଶ୍ବର ସହରରେ ମଙ୍ଗଳବାର ପାଇଁ କର୍ଫ୍ୟୁ ବଳବତ୍ତର: ସୂଚନା ଦେଲେ ବାଲେଶ୍ବର ଜିଲ୍ଲାପାଳ

ବାଲେଶ୍ବର: ସୁଧୁରୁଛି ବାଲେଶ୍ବର ସହରର ସ୍ଥିତି । ସୋମବାର ଏଠାରେ ସ୍କୁଲ କଲେଜ ଖୋଲିଥିବାବେଳେ, ମୋବାଇଲ ଇଣ୍ଟରନେଟ ସେବା ମଧ୍ୟ କାର୍ଯ୍ୟକ୍ଷମ ହୋଇଛି। ଅବଶ୍ୟ ବାଲେଶ୍ବର ସହରରେ ମଙ୍ଗଳବାର ପାଇଁ କର୍ଫ୍ୟୁ ବଳବତ୍ତର ରଖାଯାଇଛି। ସେହିଭଳି ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ ଯାଏଁ ଏବଂ ଟାଉନଥାନା ଅଞ୍ଚଳରେ ସକାଳ ୫ରୁ ସନ୍ଧ୍ୟା ୫ଯାଏଁ କର୍ଫ୍ୟୁ କୋହଳ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକରେ।ସୂଚନାଯୋଗ୍ୟ ଯେ, ବାଲେଶ୍ବର ସହରରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ପୋଲିସ ଓ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏମିତିକି ସୋସିଆଲ ମିଡିଆରେ ମିଥ୍ୟା ଗୁଜବ ପୋଷ୍ଟ କରିବା ଅପରାଧରେ ଜଣକୁ ଗିରଫ ମଧ୍ୟ କରାଯାଇଛି ।

ବାଲେଶ୍ବର ସହରରେ ମଙ୍ଗଳବାର ପାଇଁ କର୍ଫ୍ୟୁ ବଳବତ୍ତର: ସୂଚନା ଦେଲେ ବାଲେଶ୍ବର ଜିଲ୍ଲାପାଳ

ବାଲେଶ୍ବର: ସୁଧୁରୁଛି ବାଲେଶ୍ବର ସହରର ସ୍ଥିତି । ସୋମବାର ଏଠାରେ ସ୍କୁଲ କଲେଜ ଖୋଲିଥିବାବେଳେ, ମୋବାଇଲ ଇଣ୍ଟରନେଟ ସେବା ମଧ୍ୟ କାର୍ଯ୍ୟକ୍ଷମ ହୋଇଛି। ଅବଶ୍ୟ ବାଲେଶ୍ବର ସହରରେ ମଙ୍ଗଳବାର ପାଇଁ କର୍ଫ୍ୟୁ ବଳବତ୍ତର ରଖାଯାଇଛି। ସେହିଭଳି ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ ଯାଏଁ ଏବଂ ଟାଉନଥାନା ଅଞ୍ଚଳରେ ସକାଳ ୫ରୁ ସନ୍ଧ୍ୟା ୫ଯାଏଁ କର୍ଫ୍ୟୁ କୋହଳ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକରେ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ସହରରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ପୋଲିସ ଓ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏମିତିକି ସୋସିଆଲ ମିଡିଆରେ ମିଥ୍ୟା ଗୁଜବ ପୋଷ୍ଟ କରିବା ଅପରାଧରେ ଜଣକୁ ଗିରଫ ମଧ୍ୟ କରାଯାଇଛି ।