ବାଲେଶ୍ଵର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା, ଘର ମରାମତି ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା

ଭୁବନେଶ୍ଵର: ବାଲେଶ୍ଵର ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। କ୍ଷୟକ୍ଷତିର ସମୀକ୍ଷା ପରେ ମଙ୍ଗଳବାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚାଷୀ, ମତ୍ସ୍ୟଜୀବୀଠୁ  ନେଇ କ୍ଷତିଗ୍ରସ୍ତ ଘର ଉପରେ ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି। ସେହି ଅନୁସାରେ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ମରାମତି ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା। ପକ୍କା ଘର ଆଂଶିକ ଭାଙ୍ଗିଥିଲେ ୬ ହଜାର ୫୦୦ ଟଙ୍କା, କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ୪ ହଜାର ଟଙ୍କା,  ଭାଙ୍ଗି ଯାଇଥିବା କୁଡ଼ିଆ ଘର ପାଇଁ ୮ ହଜାର ଏବଂ ଗୁହାଳ ପାଇଁ ୩ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୧୮ତାରିଖରେ ଆକାଶ ମାର୍ଗରୁ ବାଲେଶ୍ୱର ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଥିଲେ ।ସେହିପରି କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ସରକାର। ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ମିଳିବ ୮ ହଜାର ୫୦୦ ଟଙ୍କା। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ମିଳିବ ୧୭ ହଜାର ଟଙ୍କା। ବାରମାସୀ ଫସଲ ପାଇଁ ହେକ୍ଟର ପିଛା ମିଳିବ ୨୨ ହଜାର ୫୦୦ ଟଙ୍କା। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ ବାଲିଚର ସହାୟତା। ଏଥିରେ ହେକ୍ଟର ପିଛା ଚାଷୀଙ୍କୁ ୧୮ ହଜାର ଏବଂ  ସର୍ବନିମ୍ନ ୨୨୦୦ଟଙ୍କା ମିଳିବ। ମାଛ ପୋଖରୀର ମରାମତି ଓ ପଙ୍କ ଉଦ

ବାଲେଶ୍ଵର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା, ଘର ମରାମତି ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା

ଭୁବନେଶ୍ଵର: ବାଲେଶ୍ଵର ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। କ୍ଷୟକ୍ଷତିର ସମୀକ୍ଷା ପରେ ମଙ୍ଗଳବାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚାଷୀ, ମତ୍ସ୍ୟଜୀବୀଠୁ  ନେଇ କ୍ଷତିଗ୍ରସ୍ତ ଘର ଉପରେ ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି। 

ସେହି ଅନୁସାରେ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ମରାମତି ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା। ପକ୍କା ଘର ଆଂଶିକ ଭାଙ୍ଗିଥିଲେ ୬ ହଜାର ୫୦୦ ଟଙ୍କା, କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ୪ ହଜାର ଟଙ୍କା,  ଭାଙ୍ଗି ଯାଇଥିବା କୁଡ଼ିଆ ଘର ପାଇଁ ୮ ହଜାର ଏବଂ ଗୁହାଳ ପାଇଁ ୩ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୧୮ତାରିଖରେ ଆକାଶ ମାର୍ଗରୁ ବାଲେଶ୍ୱର ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଥିଲେ ।

ସେହିପରି କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ସରକାର। ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ମିଳିବ ୮ ହଜାର ୫୦୦ ଟଙ୍କା। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ମିଳିବ ୧୭ ହଜାର ଟଙ୍କା। ବାରମାସୀ ଫସଲ ପାଇଁ ହେକ୍ଟର ପିଛା ମିଳିବ ୨୨ ହଜାର ୫୦୦ ଟଙ୍କା। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ ବାଲିଚର ସହାୟତା। ଏଥିରେ ହେକ୍ଟର ପିଛା ଚାଷୀଙ୍କୁ ୧୮ ହଜାର ଏବଂ  ସର୍ବନିମ୍ନ ୨୨୦୦ଟଙ୍କା ମିଳିବ। 

ମାଛ ପୋଖରୀର ମରାମତି ଓ ପଙ୍କ ଉଦ୍ଧାର ପାଇଁ ହେକ୍ଟର ପିଛା ୧୮ହଜାର ଟଙ୍କା ଓ ସର୍ବନିମ୍ନ ୨୨୦୦ଟଙ୍କା ମିଳିବ। ଯଦି ଚାଷ ଜମିର ଅନେକାଂଶ ଭୂସ୍ଖଳନ ଯୋଗୁ ନଦୀର ଗତିପଥ ପରିବର୍ତ୍ତନ ପାଇଁ କ୍ଷୟ ହୋଇଥାଏ ତା’ହେଲେ ହେକ୍ଟର ପିଛା ୪୭ହଜାର ଟଙ୍କା ଓ ସର୍ବନିମ୍ନ ୫ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ମିଳିବ । ଆଉ ୨ ଦିନ ପାଣି ଘେରରେ ଥିଲେ ଲୁଗା ପାଇଁ ୨୫୦୦ ଟଙ୍କା ମିଳିବ। ବାସନ କିଣିବାକୁ ମିଳିବ ୨୫୦୦ ଟଙ୍କା। 

ସେହିପରି ମତ୍ସ୍ୟଜୀବୀଙ୍କୁ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬ହଜାର ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ଜାଲ ପାଇଁ ୩ହଜାର ଟଙ୍କା, ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ ୧୫ହଜାର ଟଙ୍କା, ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜାଲ ପାଇଁ ୪ହଜାର ଟଙ୍କା ଓ ମତ୍ସ୍ୟ ଯାଆଁଳ ଚାଷ ପାଇଁ ହେକ୍ଟର ପିଛା ୧୦ହଜାର ଟଙ୍କା ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି ।

ମୃତ ଗୃହପାଳିତ ପଶୁଜନ୍ତୁ ଯଥା ମଇଁଷି, ଗାଈ ପିଛା ୩୭  ହଜାର ୫୦୦ଟଙ୍କା, ଛେଳି ଓ ମେଣ୍ଢା ପିଛା ୪ ହଜାର ଟଙ୍କା, ବଳଦ ଓ ଘୋଡ଼ା ପିଛା ୩୨ହଜାର ଟଙ୍କା, ବାଛୁରୀ,ଗଧ ଓ ଖଚର ପିଛା ୨୦ହଜାର ଟଙ୍କା ଆର୍ଥିକ ସହାୟତା ଚାଷୀଙ୍କୁ ଦିଆଯିବ । ସେହିପରି ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗରମାନଙ୍କୁ ଯନ୍ତ୍ରାଂଶ ନଷ୍ଟ ଓ ପ୍ରତିସ୍ଥାପନ ପାଇଁ ଗ୍ରାମୀଣ କାରିଗର ପିଛା ୫ହଜାର ଟଙ୍କା ଓ ବିଭିନ୍ନ ଆନୁସଙ୍ଗିକ ଦ୍ରବ୍ୟ ପାଇଁ କାରିଗର ପିଛା ୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁଁ ବନ୍ୟାରେ ବହୁତ ପ୍ରଭାବିତ  ହୋଇଛି ବାଲେଶ୍ଵର ଜିଲ୍ଲା। ଏବେ ବି ଚାଷ ଜମିରୁ ସଂପୂର୍ଣ୍ଣ ଭାବେ ବନ୍ୟା ପାଣି ଛାଡ଼ିନି। ଲୋକଙ୍କୁ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।