ସେମି ଫାଇନାଲ୍ରେ ଏଣ୍ଟ୍ରି କଲା ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନର ସ୍ଵପ୍ନ ଚୂରମାର
ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଚତୁର୍ଥ ତଥା ଶେଷ ସେମି ଫାଇନାଲିଷ୍ଟ ଚୂଡ଼ାନ୍ତ ହୋଇଛି। ଦକ୍ଷିଣ ଆଫ୍ରିକା ଶନିବାର ଇଂଲଣ୍ଡକୁ ହରାଇ ସେମି ଫାଇନାଲ୍ରେ ଧମାକଦାର ଏଣ୍ଟ୍ରି କରିଛି। ଏଥିସହ ନ୍ୟୁଜିଲାଣ୍ଡ, ଭାରତ, ଅଷ୍ଟ୍ରେଲିଆ ପରେ ଦକ୍ଷିଣ ଆଫ୍ରିକା ଚତୁର୍ଥ ଦଳ ଭାବେ ସେମିରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକାର ଇଂଲଣ୍ଡ ବିପକ୍ଷରେ ଦମଦାର ବିଜୟ ସହ ଆଫଗାନିସ୍ତାନର ଚାମ୍ପିଅନ୍ସ ଟ୍ରଫି ଅଭିଯାନ ସମାପ୍ତ ହୋଇଛି। ଇଂଲଣ୍ଡ ଯଦି ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଡ଼ ବିଜୟ ହାସଲ କରିଥାନ୍ତା ତେବେ ଆଫଗାନିସ୍ତାନ ପାଇଁ ସେମି ସୁଯୋଗ ସୃଷ୍ଟି ହୋଇଥାନ୍ତା। ମାତ୍ର ଆଜିର ମ୍ୟାଚ୍ରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାଠୁ ୭ ଓ୍ଵିକେଟ୍ରେ ପରାଜିତ ହୋଇଛି। କିନ୍ତୁ ସେମି ଫାଇନାଲ୍ ମ୍ୟାଚ୍ରେ କେଉଁ ଦଳ କାହା ସହ ମୁକାବିଲା କରିବ ତାର ଚିତ୍ର ମାର୍ଚ୍ଚ ୨ ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍ ପରେ ସ୍ପଷ୍ଟ ହେବ। ଆସନ୍ତାକାଲି ଯଦି ଭାରତ ନ୍ୟୁଜିଲାଣ୍ଡକୁ ହରାଏ ତେବେ ସେମି ଫାଇନାଲ୍ରେ ଦଳ ଅଷ୍ଟ୍ରେଲିଆକୁ ଭେଟିବ। ପରାଜିତ ହେଲେ ଭାରତ ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଗ୍ରୁପ ଏରୁ ଭାରତ, ନ୍ୟୁଜିଲାଣ୍ଡ ଏବଂ ଗ୍ରୁପ ବିରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପ୍ରବେଶ କରିଛନ୍ତି। Also read: ଚାମ୍ପିଅନ୍ସ ଟ୍ରଫି ସେମି ଫାଇନାଲ ଟକ୍କର; ଇଣ୍ଡିଆ-ଅଷ୍ଟ୍ରେଲିଆ ହୋଇପାରେ ମୁକାବିଲାସୂଚନାଯୋଗ୍ୟ, ଆଫଗାନିସ୍ତାନ ଦଳ ତେବେ ସେ
ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଚତୁର୍ଥ ତଥା ଶେଷ ସେମି ଫାଇନାଲିଷ୍ଟ ଚୂଡ଼ାନ୍ତ ହୋଇଛି। ଦକ୍ଷିଣ ଆଫ୍ରିକା ଶନିବାର ଇଂଲଣ୍ଡକୁ ହରାଇ ସେମି ଫାଇନାଲ୍ରେ ଧମାକଦାର ଏଣ୍ଟ୍ରି କରିଛି। ଏଥିସହ ନ୍ୟୁଜିଲାଣ୍ଡ, ଭାରତ, ଅଷ୍ଟ୍ରେଲିଆ ପରେ ଦକ୍ଷିଣ ଆଫ୍ରିକା ଚତୁର୍ଥ ଦଳ ଭାବେ ସେମିରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକାର ଇଂଲଣ୍ଡ ବିପକ୍ଷରେ ଦମଦାର ବିଜୟ ସହ ଆଫଗାନିସ୍ତାନର ଚାମ୍ପିଅନ୍ସ ଟ୍ରଫି ଅଭିଯାନ ସମାପ୍ତ ହୋଇଛି। ଇଂଲଣ୍ଡ ଯଦି ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଡ଼ ବିଜୟ ହାସଲ କରିଥାନ୍ତା ତେବେ ଆଫଗାନିସ୍ତାନ ପାଇଁ ସେମି ସୁଯୋଗ ସୃଷ୍ଟି ହୋଇଥାନ୍ତା। ମାତ୍ର ଆଜିର ମ୍ୟାଚ୍ରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାଠୁ ୭ ଓ୍ଵିକେଟ୍ରେ ପରାଜିତ ହୋଇଛି।
କିନ୍ତୁ ସେମି ଫାଇନାଲ୍ ମ୍ୟାଚ୍ରେ କେଉଁ ଦଳ କାହା ସହ ମୁକାବିଲା କରିବ ତାର ଚିତ୍ର ମାର୍ଚ୍ଚ ୨ ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍ ପରେ ସ୍ପଷ୍ଟ ହେବ। ଆସନ୍ତାକାଲି ଯଦି ଭାରତ ନ୍ୟୁଜିଲାଣ୍ଡକୁ ହରାଏ ତେବେ ସେମି ଫାଇନାଲ୍ରେ ଦଳ ଅଷ୍ଟ୍ରେଲିଆକୁ ଭେଟିବ। ପରାଜିତ ହେଲେ ଭାରତ ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଗ୍ରୁପ ଏରୁ ଭାରତ, ନ୍ୟୁଜିଲାଣ୍ଡ ଏବଂ ଗ୍ରୁପ ବିରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପ୍ରବେଶ କରିଛନ୍ତି।
Also read: ଚାମ୍ପିଅନ୍ସ ଟ୍ରଫି ସେମି ଫାଇନାଲ ଟକ୍କର; ଇଣ୍ଡିଆ-ଅଷ୍ଟ୍ରେଲିଆ ହୋଇପାରେ ମୁକାବିଲା
ସୂଚନାଯୋଗ୍ୟ, ଆଫଗାନିସ୍ତାନ ଦଳ ତେବେ ସେମି ଫାଇନାଲ୍ରେ ପହଞ୍ଚିଥାନ୍ତା ଯଦି ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ଅତି କମରେ ୨୦୭ ରନରେ ହରାଇଥାନ୍ତା। କିନ୍ତୁ ଓଲଟା ଇଂଲଣ୍ଡ ଦଳ ଦକ୍ଷିଣ ଆଫ୍ରିକା ବୋଲିଂର ଉଚିତ୍ ମୁକାବିଲା କରି ନ ପାରି ୩୮.୨ ଓଭରରେ ୧୭୯ ରନରେ ଅଲଆଉଟ୍ ହୋଇଥିଲା। ଦଳର ତାରକା ବ୍ୟାଟର ଜୋ ରୁଟ୍, ହ୍ୟାରି ବ୍ରୁକ, ଜୋସ୍ ବଟଲର ବିଫଳ ହୋଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୨୯.୧ ଓଭରରେ ୩ ଓ୍ଵିକେଟ୍ ହରାଇ ୧୮୧ ରନ କରି ମ୍ୟାଚ୍କୁ ଜିତି ନେଇଛି। ରସି ଭାନ ଡର ଡସେନ ଅପରାଜିତ ୭୨ ରନ ଓ ହେନରିକ କ୍ଲାସେନ(ଓ୍ଵିକେଟ୍ କିପର) ୬୪ ରନ କରିଥିଲେ।
ସୂଚନାଯୋଗ୍ୟ, ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏ ଗ୍ରୁପରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ରହିଛି। ଗ୍ରୁପ ବିରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଇଂଲଣ୍ଡ ରହିଛି। ଟୁର୍ଣ୍ଣାମେଣ୍ଟରୁ ଆୟୋଜକ ପାକିସ୍ତାନ, ବାଂଲାଦେଶ, ଇଂଲଣ୍ଡ ଓ ଆଫଗାନିସ୍ତାନ ବାଦ୍ ପଡ଼ିଛନ୍ତି।
ମାର୍ଚ୍ଚ ୪- ପ୍ରଥମ ସେମି ଫାଇନାଲ୍, ଦୁବାଇ
ମାର୍ଚ୍ଚ ୫- ଦ୍ଵିତୀୟ ସେମି ଫାଇନାଲ୍, ଲାହୋର
ମାର୍ଚ୍ଚ ୯- ଫାଇନାଲ୍, ଲାହୋର(ଭାରତ ଫାଇନାଲ୍ରେ ପହଞ୍ଚିଲେ ମ୍ୟାଚ୍ ଦୁବାଇରେ ଖେଳାଯିବ)
ମାର୍ଚ୍ଚ ୧୦- ରିଜର୍ଭ ଡେ