ବାଲେଶ୍ୱର ଅଶାନ୍ତ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ବାଲେଶ୍ୱର,୭ା୮(ବାଞ୍ଛାନିଧି ଦେ): ବାଲେଶ୍ୱର ସହରରେ ବୁଧବାର ଗୁଳିକାଣ୍ଡ ଘଟିଛି l କିଛିଦିନର ବ୍ୟବଧାନ ପରେ ପୁଣି ବାଲେଶ୍ୱର ସହର ଅଶାନ୍ତ ହୋଇ ଉଠିଛି l ସହଦେଖୁଣ୍ଟା ଥାନା ଅନ୍ତର୍ଗତ ବାଲିଆ ନିକଟରେ ଜଣେ ଯୁବକଙ୍କ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ ହୋଇଥିବାରୁ ଯୁବକ ଜଣକ ଆହତ ହୋଇଛନ୍ତି l ଆହତ ଯୁବକଙ୍କୁ ଜିଲl ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଗୁଳି ମାଡ଼ରେ ଗୁରୁତର ଯୁବକ ହେଲେ ସହଦେବଖୁଣ୍ଟା ଟାଇଲିବସା ଅଞ୍ଚଳର ବାବୁଲା ବିନ୍ଧାଣୀଙ୍କ ପୁଅ ମନୋରଞ୍ଜନ […] The post ବାଲେଶ୍ୱର ଅଶାନ୍ତ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼ appeared first on Dharitri Odia News.

ବାଲେଶ୍ୱର ଅଶାନ୍ତ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ବାଲେଶ୍ୱର,୭ା୮(ବାଞ୍ଛାନିଧି ଦେ): ବାଲେଶ୍ୱର ସହରରେ ବୁଧବାର ଗୁଳିକାଣ୍ଡ ଘଟିଛି l କିଛିଦିନର ବ୍ୟବଧାନ ପରେ ପୁଣି ବାଲେଶ୍ୱର ସହର ଅଶାନ୍ତ ହୋଇ ଉଠିଛି l ସହଦେଖୁଣ୍ଟା ଥାନା ଅନ୍ତର୍ଗତ ବାଲିଆ ନିକଟରେ ଜଣେ ଯୁବକଙ୍କ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ ହୋଇଥିବାରୁ ଯୁବକ ଜଣକ ଆହତ ହୋଇଛନ୍ତି l ଆହତ ଯୁବକଙ୍କୁ ଜିଲl ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଗୁଳି ମାଡ଼ରେ ଗୁରୁତର ଯୁବକ ହେଲେ ସହଦେବଖୁଣ୍ଟା ଟାଇଲିବସା ଅଞ୍ଚଳର ବାବୁଲା ବିନ୍ଧାଣୀଙ୍କ ପୁଅ ମନୋରଞ୍ଜନ ବିନ୍ଧାଣି(୩୪)। ମନୋରଞ୍ଜନ ବାଲିଆସ୍ଥିତ ହିନ୍ଦ୍‌ ଜିମ୍‌ରୁ ବାହାରି ବାଇକ୍‌ରେ ଯାଉଥିବା ବେଳେ ଦୁଇ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ଉପରକୁ ଅଚାନକ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଗୋଟିଏ ଗୁଳି ତାଙ୍କ ମୁହଁରେ ବାଜି ପଳାଇଥିବା ଦେଖିବାକୁ ମିଳିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମନୋରଞ୍ଜନଙ୍କ ଉପରେ ଗୁଳିମାଡ଼ କରାଯାଇଥିବା କୁହାଯାଇଛି। ସେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

The post ବାଲେଶ୍ୱର ଅଶାନ୍ତ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼ appeared first on Dharitri Odia News.