ଭଦ୍ରକରେ ଅଭାବନୀୟ ଘଟଣା, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏକା ଛାଡି ପଳାଇଲେ
ଗତ ୩ ଦିନ ଧରି ଶୀତ, କାକର, ଖରାରେ ପଡି ରହିଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ଏହି ଅବହେଳାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭଦ୍ରକ ବାସିନ୍ଦା।
ଶେଷ ହୋଇଛି ଭଦ୍ରକ ଜିଲ୍ଲାର ଲୋକ ମହୋତ୍ସବ ଭଦ୍ରାୟଣୀ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୂଜା କରି ଏହି ଜିଲ୍ଲା ମହୋତ୍ସବ ଆରମ୍ଭ ହୋଇଥିଲା। ଶେଷରେ ତାଙ୍କୁ ହିଁ ଭୁଲିଯାଇଛନ୍ତି। ଗତ ୩ ଦିନ ଧରି ଶୀତ, କାକର, ଖରାରେ ପଡି ରହିଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ଏହି ଅବହେଳାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭଦ୍ରକ ବାସିନ୍ଦା।