ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ଘଟଣାରେ ମୁଖ୍ୟମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ
ଭୁବନେଶ୍ୱର,୧୭।୬(ଅସମାପିକା ସାହୁ): ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତିକ୍ରିୟା ରଖିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲାପାଳଙ୍କ ସହ ଆଲୋଚନା କରି ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କୌଣସି ପରିସ୍ଥିତିରେ ଶାନ୍ତି ଶୃଙ୍ଖଳା ବ୍ୟାହତ ହେବାକୁ ଦିଆଯିବ ନାହିଁ। ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ। ଭାଇଚାରା ବଜାୟ ରଖିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। The post ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ଘଟଣାରେ ମୁଖ୍ୟମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ appeared first on Dharitri Odia News.
ଭୁବନେଶ୍ୱର,୧୭।୬(ଅସମାପିକା ସାହୁ): ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତିକ୍ରିୟା ରଖିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲାପାଳଙ୍କ ସହ ଆଲୋଚନା କରି ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, କୌଣସି ପରିସ୍ଥିତିରେ ଶାନ୍ତି ଶୃଙ୍ଖଳା ବ୍ୟାହତ ହେବାକୁ ଦିଆଯିବ ନାହିଁ। ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ। ଭାଇଚାରା ବଜାୟ ରଖିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
The post ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ଘଟଣାରେ ମୁଖ୍ୟମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ appeared first on Dharitri Odia News.