ବାଲେଶ୍ୱରର ସୁନା ଝିଅ ମେଧା ନାୟକ, ରୁଷର ବୈଜ୍ଞାନିକ ସମ୍ମିଳନୀରେ ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଆଣିଲେ ଗର୍ବ

ବାଲେଶ୍ବର: ପିଲାଟି ଦିନରୁ ପରିବେଶ, ଜଙ୍ଗଲ ଓ ଜୀବଜନ୍ତୁଙ୍କ ପ୍ରତି ଥିଲା ତାଙ୍କର ଅହେତୁକ ଦୁର୍ବଳତା। ଏହି ଦୁର୍ବଳତା କାରଣରୁ ଜୀବଜନ୍ତଙ୍କୁ ଜୀବନ ଶୈଳୀ ଜାଣିବାକୁ ମନରେ ସୃଷ୍ଟି ହୋଇଥିଲା ପ୍ରବଳ ଆଗ୍ରହ। ଆଉ ଏହି ଆଗ୍ରହ କାରଣରୁ ପଶୁ ଓ ମଣିଷ ଲଢ଼େଇର ପ୍ରତିକାର ଉପରେ ରିସର୍ଚ୍ଚ କରି ସେ ହୋଇପାରିଛନ୍ତି ସଫଳ। ଖାଲି ଯେ, ସଫଳ ହୋଇଛନ୍ତି ତାହା ନୁହେଁ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସ୍ତରର ସମ୍ମିଳନୀରେ ପ୍ରତିନିଧିତ୍ବ କରି ରାଜ୍ୟ ପାଇଁ ଆଣିଛନ୍ତି ସୁନାମ। ସେ ହେଉଛନ୍ତି ବାଲେଶ୍ଵର ସହର ପୋଲିସ ଲାଇନ ପଢୁଆପଦା ସୁବ୍ରତ ନାୟକ ଓ ରୁଚିତାଙ୍କ ଏକମାତ୍ର କନ୍ୟା ମେଧା । ପିଲାଟି ଦିନରୁ ହିଁ ଜଙ୍ଗଲ ଜୀବଜନ୍ତୁ ଓ ପରିବେଶ ପାଇଁ ତାଙ୍କର ଅହେତୁକ ଦୁର୍ବଳତା ଥିଲା। ଏମିତିରେ ଜୀବଜନ୍ତୁଙ୍କୁ ନେଇ ଦୁର୍ବଳତା, ଆଉ ପାଠ ପଢ଼ିବା ସମୟରେ ନୀଳଗିରିକୁ ଝାଡ଼ଖଣ୍ଡୀ ହାତୀ ଆସି ଉପଦ୍ରବ କରିବା ଘଟଣା ତାଙ୍କ ମନରେ ହାତୀ ମଣିଷର ଲଢେଇ ଉପରେ ଗବେଷଣା କରିବାକୁ ଇଚ୍ଛା ଜାଗ୍ରତ କରିଥିଲା। ଏମିତିକି ହାତୀଙ୍କ ବିଷୟରେ ଜାଣିବା ପାଇଁ ବାପାଙ୍କ ସହ ହାତୀର ଗତିବିଧି ଓ ଉପଦ୍ରବ ସମୟରେ ଗାଁକୁ ଯାଇ ଏହା ଉପରେ ଗଣେଷଣା କରୁଥିଲେ। ଆଉ ଏହି ଧାରା ଜାରି ରଖିବା ସହ ୨୦୧୩ରୁ ୨୦୧୫ରେ ଦିଲ୍ଲୀସ୍ଥିତ ଜେଏନୟୁରେ ସୋସିଆଲୋଜିରେ ପାସ୍‌ ଆଉଟ୍‌ ପରେ ହାତୀ ମଣିଷ ଲଢ଼େଇ ଓ ତା’ର ପ୍ରତିକାର ନେଇ ରିସର୍ଚ୍ଚ କରିବା ସହ ପାସ୍‌ ଆଉଟ ହୋଇଥିଲେ। ଏବେ ରାଉଲକେଲା

ବାଲେଶ୍ୱରର ସୁନା ଝିଅ ମେଧା ନାୟକ, ରୁଷର ବୈଜ୍ଞାନିକ ସମ୍ମିଳନୀରେ ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଆଣିଲେ ଗର୍ବ

ବାଲେଶ୍ବର: ପିଲାଟି ଦିନରୁ ପରିବେଶ, ଜଙ୍ଗଲ ଓ ଜୀବଜନ୍ତୁଙ୍କ ପ୍ରତି ଥିଲା ତାଙ୍କର ଅହେତୁକ ଦୁର୍ବଳତା। ଏହି ଦୁର୍ବଳତା କାରଣରୁ ଜୀବଜନ୍ତଙ୍କୁ ଜୀବନ ଶୈଳୀ ଜାଣିବାକୁ ମନରେ ସୃଷ୍ଟି ହୋଇଥିଲା ପ୍ରବଳ ଆଗ୍ରହ। ଆଉ ଏହି ଆଗ୍ରହ କାରଣରୁ ପଶୁ ଓ ମଣିଷ ଲଢ଼େଇର ପ୍ରତିକାର ଉପରେ ରିସର୍ଚ୍ଚ କରି ସେ ହୋଇପାରିଛନ୍ତି ସଫଳ। ଖାଲି ଯେ, ସଫଳ ହୋଇଛନ୍ତି ତାହା ନୁହେଁ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସ୍ତରର ସମ୍ମିଳନୀରେ ପ୍ରତିନିଧିତ୍ବ କରି ରାଜ୍ୟ ପାଇଁ ଆଣିଛନ୍ତି ସୁନାମ। 

ସେ ହେଉଛନ୍ତି ବାଲେଶ୍ଵର ସହର ପୋଲିସ ଲାଇନ ପଢୁଆପଦା ସୁବ୍ରତ ନାୟକ ଓ ରୁଚିତାଙ୍କ ଏକମାତ୍ର କନ୍ୟା ମେଧା । ପିଲାଟି ଦିନରୁ ହିଁ ଜଙ୍ଗଲ ଜୀବଜନ୍ତୁ ଓ ପରିବେଶ ପାଇଁ ତାଙ୍କର ଅହେତୁକ ଦୁର୍ବଳତା ଥିଲା। ଏମିତିରେ ଜୀବଜନ୍ତୁଙ୍କୁ ନେଇ ଦୁର୍ବଳତା, ଆଉ ପାଠ ପଢ଼ିବା ସମୟରେ ନୀଳଗିରିକୁ ଝାଡ଼ଖଣ୍ଡୀ ହାତୀ ଆସି ଉପଦ୍ରବ କରିବା ଘଟଣା ତାଙ୍କ ମନରେ ହାତୀ ମଣିଷର ଲଢେଇ ଉପରେ ଗବେଷଣା କରିବାକୁ ଇଚ୍ଛା ଜାଗ୍ରତ କରିଥିଲା। ଏମିତିକି ହାତୀଙ୍କ ବିଷୟରେ ଜାଣିବା ପାଇଁ ବାପାଙ୍କ ସହ ହାତୀର ଗତିବିଧି ଓ ଉପଦ୍ରବ ସମୟରେ ଗାଁକୁ ଯାଇ ଏହା ଉପରେ ଗଣେଷଣା କରୁଥିଲେ। ଆଉ ଏହି ଧାରା ଜାରି ରଖିବା ସହ ୨୦୧୩ରୁ ୨୦୧୫ରେ ଦିଲ୍ଲୀସ୍ଥିତ ଜେଏନୟୁରେ ସୋସିଆଲୋଜିରେ ପାସ୍‌ ଆଉଟ୍‌ ପରେ ହାତୀ ମଣିଷ ଲଢ଼େଇ ଓ ତା’ର ପ୍ରତିକାର ନେଇ ରିସର୍ଚ୍ଚ କରିବା ସହ ପାସ୍‌ ଆଉଟ ହୋଇଥିଲେ। ଏବେ ରାଉଲକେଲା ସ୍ଥିତ ନିଟରେ ହ୍ୟୁମାନିଟି ଓ ସୋସିଆଲ ସାଇନ୍ସ ଡିପାର୍ଟମେଣ୍ଟରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି। 

ନିକଟରେ ରୁଷିଆ ଠାରେ ବ୍ରାଜିଲ, ରୁଷ, ଇଣ୍ଡିଆ, ଚାଇନା, ଦକ୍ଷିଣ ଆଫ୍ରିକା ଭଳି ଦେଶ ତରଫରୁ ଆୟୋଜିତ ରୁଷ ସୋଚି ଟାଉନରେ ଗତ ନଭେମ୍ବର ୨୫ରୁ ୨୯ ତାରିଖରେ ଯୁବ ବୈଜ୍ଞାନିକ ସମ୍ମିଳନୀରେ ପ୍ରତିନିଧିତ୍ୱ କରି ବେଶ୍‌ ଅଞ୍ଚଳ ପାଇଁ ସୁନାମ ଆଣିଦେଇଛନ୍ତି । ଏଥିରେ ୧୦ଟି ଦେଶର ବୈଜ୍ଞାନିକ ଭାଗ ନେଇଥିଲେ । ଭାରତରୁ ୧୪  ଜଣଙ୍କ ଭିତରୁ ଓଡ଼ିଶାର ୨ଜଣ  ମନୋନୀତ ହୋଇଥିବା ବେଳେ ମେଧା ଏଭଳି କାର୍ଯ୍ୟକ୍ରମରେ କେବଳ‌ ଯେ, ପ୍ରତିନିଧିତ୍ୱ କରିଛନ୍ତି ତାହା ନୁହେଁ, ସେଠାରେ ତାଙ୍କର ଦକ୍ଷତା ପ୍ରତିପାଦନ କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇଛନ୍ତି । 

ସେପଟେ ଝିଅର ଏଭଳି ସଫଳତା ଦେଖି ପରିବାର ଲୋକଙ୍କ ଖୁସି କହିଲେ ନସରେ। ପିଲାଟି ଦିନରୁ ଝିଅର ସବୁ ସ୍ୱପ୍ନ ପୁରଣ କରିଥିବା ବେଳେ ପାଠ ପଢ଼ା ଓ ତା’ର ଭବିଷ୍ୟତ ପାଇଁ ଝିଅକୁ ପୁରା ସ୍ୱାଧୀନତା ଦେଇଥିବା କହନ୍ତି । ଦେଶ ବାହାରକୁ ଯାଇ BRICS ଭଳି ଯୁବ ବୈଜ୍ଞାନିକ ସମ୍ମିଳନୀରେ ଓଡ଼ିଆ ଝିଅ ଗର୍ବ ଆଣିଦେଇଥିବାରୁ ବାଲେଶ୍ଵରର ସୁନାଝିଅ ମେଧାଙ୍କୁ ଏବେ ଛୁଟୁଛି ଶୁଭେଛାର ସୁଅ।