ବାଲେଶ୍ୱରରେ ଏନଆଇଏ ର ତିନି ଜଣିଆ ଟିମ

ବାଲେଶ୍ୱର : ବାଲେଶ୍ଵରରେ ପହଞ୍ଚିଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଟିମ। ଏନଆଇଏର ୩ ଜଣିଆ ଟିମ୍ ବାଲେଶ୍ଵର ଜିଲା ଇଶାଣୀ ଗ୍ରାମରେ ପହଞ୍ଚିଛନ୍ତି । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣହରାଇଥିବା ଇଶାଣୀ ଗ୍ରାମର ପ୍ରଶାନ୍ତ କୁମାର ଶତପଥୀଙ୍କ ଘରେ ତଦନ୍ତ କରୁଛି । ରୁଦ୍ଧଦ୍ୱାରରେ ପ୍ରଶାନ୍ତଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ଓ ତାଙ୍କ ୯ ବର୍ଷର ପୁଅଙ୍କ ନିକଟରୁ ତଥ୍ୟ ନେଉଛି ଟିମ । ପାଖାପାଖି ୪ ରୁ ୫ ଘଣ୍ଟା ଧରି ପଚାର ଉଚରା ପରେ ତଥ୍ୟସଂଗ୍ରହ […]

ବାଲେଶ୍ୱରରେ ଏନଆଇଏ ର ତିନି ଜଣିଆ ଟିମ
ବାଲେଶ୍ୱରରେ ଏନଆଇଏ ର ତିନି ଜଣିଆ ଟିମ

ବାଲେଶ୍ୱର : ବାଲେଶ୍ଵରରେ ପହଞ୍ଚିଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଟିମ। ଏନଆଇଏର ୩ ଜଣିଆ ଟିମ୍ ବାଲେଶ୍ଵର ଜିଲା ଇଶାଣୀ ଗ୍ରାମରେ ପହଞ୍ଚିଛନ୍ତି । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣହରାଇଥିବା ଇଶାଣୀ ଗ୍ରାମର ପ୍ରଶାନ୍ତ କୁମାର ଶତପଥୀଙ୍କ ଘରେ ତଦନ୍ତ କରୁଛି । ରୁଦ୍ଧଦ୍ୱାରରେ ପ୍ରଶାନ୍ତଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ଓ ତାଙ୍କ ୯ ବର୍ଷର ପୁଅଙ୍କ ନିକଟରୁ ତଥ୍ୟ ନେଉଛି ଟିମ । ପାଖାପାଖି ୪ ରୁ ୫ ଘଣ୍ଟା ଧରି ପଚାର ଉଚରା ପରେ ତଥ୍ୟସଂଗ୍ରହ କରି ଫେରି ଯାଇଛନ୍ତି ଟିମ ।

ସୂଚନାନୁସାରେ,ଗତ ଏପ୍ରିଲ ୨୨ ତାରିଖରେ ଜାମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲା ପହଲଗାମ ଵୈସାରନ ଉପତ୍ୟକାରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଧର୍ମ ପଚାରି ବୁଲିବାକୁ ଯାଇଥିବା ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ବାଲେଶ୍ୱର ଇଶାଣୀ ଗାଁର ପ୍ରଶାନ୍ତ ଶତପଥୀ ଏବଂ ବଲାଙ୍ଗୀର ର ମୁକେଶ ଅଗ୍ରୱାଲ ।