ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ
ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ସର୍ବଦା ସଫାସୁତୁରା ରଖିବା ଜରୁରୀ। କାରଣ ଏହା ହେଉଛି ଘର ପାଇଁ ଖୁସିର ଦ୍ୱାର। ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର … * ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଲାଗିଥିବା କବାଟ ଘରର ଅନ୍ୟ କବାଟ ତୁଳନାରେ ଟିକେ […] The post ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ appeared first on Dharitri Odia News.
ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ସର୍ବଦା ସଫାସୁତୁରା ରଖିବା ଜରୁରୀ। କାରଣ ଏହା ହେଉଛି ଘର ପାଇଁ ଖୁସିର ଦ୍ୱାର। ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର …
* ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଲାଗିଥିବା କବାଟ ଘରର ଅନ୍ୟ କବାଟ ତୁଳନାରେ ଟିକେ ବଡ଼ ହେବା ଦରକାର; ଯଦ୍ଦ୍ବାରା ଏହା ମଧ୍ୟ ଦେଇ ଘର ମଧ୍ୟକୁ ଭରପୁର ଆଲୋକ ଆସିପାରୁଥିବ।
* ମୁଖ୍ୟ ପ୍ରବେଶ ଦ୍ୱାରରେ ସ୍ବସ୍ତିକ ହେଉ ଅବା ଓମ୍ କିମ୍ବା କଳସ ଭଳି ଯେ କୌଣସି ମାଙ୍ଗଳିକ ଚିହ୍ନ କରିବା ଘର ପାଇଁ ଶୁଭ ହୋଇଥାଏ।
* ଘରର ମୁଖ୍ୟ ପ୍ରବେଶ ଦ୍ୱାର ଉପରେ ପଞ୍ଚମୁଖୀ ହନୁମାନଙ୍କର ଫଟୋ ଲଗାଇଲେ ଗୃହ ପ୍ରତି ଶୁଭ ହୋଇଥାଏ।
* ସେହିପରି ମୁଖ୍ୟ ପ୍ରବେଶ ଦ୍ୱାରର ଠିକ୍ ସମ୍ମୁଖରେ ଘରର ଅନ୍ୟ କୌଣସି କବାଟ ରହିବା ଆଦୌ ଠିକ୍ ନୁହେଁ।
* ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଅଣ୍ଡରଗ୍ରାଉଣ୍ଡ ଟାଙ୍କି ରହିବା ମଧ୍ୟ ଘର ପାଇଁ ଶୁଭଙ୍କର ହୋଇ ନଥାଏ।
* ମୁଖ୍ୟ ପ୍ରବେଶ ଦ୍ୱାରରେ ଧୂଳି ଜମିବା ଠିକ୍ ନୁହେଁ। ଏହାକୁ ଖୋଲିବା କିମ୍ବା ବନ୍ଦ କରିବା ସମୟରେ ଏଥିରୁ କର୍କଶ ଶବ୍ଦ ବାହାରିବା ମଧ୍ୟ ବାସ୍ତୁ ଅନୁଯାୟୀ ଭଲ ନୁହେଁ।
The post ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ appeared first on Dharitri Odia News.