ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ ଅଛନ୍ତି। ସେ ଖୁବ କମ ସମୟ ମଧ୍ୟରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଉଲ୍ଲେଖଥାଉ କି, ସାରା ଅଲି ଖାନ ତାଙ୍କ ଲଭ ଲଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି। କାର୍ତ୍ତିକ ଆର୍ଯ୍ୟନଙ୍କ ଠାରୁ ଆରମ୍ଭ କରି କ୍ରିକେଟର ଶୁବମାନ ଗିଲଙ୍କ ସହ ତାଙ୍କ ନାମ ଯୋଡି ହୋଇଛି। […] The post ବାହା ହେବେ ସାରା! appeared first on Dharitri Odia News.

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ ଅଛନ୍ତି। ସେ ଖୁବ କମ ସମୟ ମଧ୍ୟରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଉଲ୍ଲେଖଥାଉ କି, ସାରା ଅଲି ଖାନ ତାଙ୍କ ଲଭ ଲଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି। କାର୍ତ୍ତିକ ଆର୍ଯ୍ୟନଙ୍କ ଠାରୁ ଆରମ୍ଭ କରି କ୍ରିକେଟର ଶୁବମାନ ଗିଲଙ୍କ ସହ ତାଙ୍କ ନାମ ଯୋଡି ହୋଇଛି। ଏବେ, ଖବର ଆସିଛି ଯେ ସାରା ତାଙ୍କ ହମସଫରଙ୍କୁ ବାଛି ସାରିଛନ୍ତି ଏବଂ ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟରେ ଏକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ ସାରା ଅଲି ଖାନ ଜଣେ ଧନୀ ବ୍ୟବସାୟୀଙ୍କ ସହ ଏନଗେଜମେଣ୍ଟ କରି ସାରିଛନ୍ତି ଏବଂ ସେ ତାଙ୍କୁ ହିଁ ବିବାହ କରିବେ। ଏହି ପୋଷ୍ଟରେ ଲେଖାଯାଇଛି ଯେ ସାରା ଅଲି ଖାନ ଏନଗେଜମେଣ୍ଟ ପରିସାରିଛନ୍ତି ଏବଂ ସେ ଚଳିତ ବର୍ଷ ବିବାହ କରିବେ। ସେ ଖୁବ ଶୀଘ୍ର ମେଟ୍ରୋ ଇନ ଦିନୋଁର ଶୁଟିଂ ଶେଷ କରିବେ। ସେ କୌଣସି ନୂଆ ଫିଲ୍ମ ସାଇନ କରିନାହାଁନ୍ତି। ସେ ଖୁବ ଶୀଘ୍ର ତାଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ।

ଏହି ପୋଷ୍ଟରେ ଦାବି କରାଯାଇଛି ଯେ ଯେଉଁ ବ୍ୟକ୍ତି ସାରା ଅଲି ଖାନଙ୍କୁ ବିବାହ କରିବାକୁ ଯାଉଛନ୍ତି ସେ ତାଙ୍କୁ ବହୁତ ଭଲ ପାଆନ୍ତି। ସାରା ମଧ୍ୟ ବହୁତ ଖୁସି ଏବଂ ତାଙ୍କ ପରିବାର ମଧ୍ୟ ସେମାନଙ୍କ ସମ୍ପର୍କକୁ ଅନୁମୋଦନ କରିଛନ୍ତି। ତେବେ ଏହି ଦାବି ସମ୍ପର୍କରେ ସାରା ଅଲି ଖାନ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

The post ବାହା ହେବେ ସାରା! appeared first on Dharitri Odia News.