ବାୟୁସେନାର UAV ବିମାନ କ୍ରାସ୍; ଯାନ୍ତ୍ରିକ ତୃଟି ଯୋଗୁ ଦୁର୍ଘଟଣା ସୂଚନା
ନୂଆଦିଲ୍ଲୀ: ରାଜସ୍ଥାନରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ଜୈସଲମେର ଅଞ୍ଚଳରେ UAV ବିମାନ କ୍ରାସ୍ ହୋଇଛି । ଯାନ୍ତ୍ରିକ ତୃଟି ପାଇଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଯୁଦ୍ଧ ବିମାନ ନିୟମିତ ଉଡାଣରେ ଥିଲା, ଏହି ସମୟରେ ଇଞ୍ଜିନ ଖରାପ୍ ହେବା ଯୋଗୁ କ୍ରାସ୍ ହୋଇଛି । ତେବେ ଏହି ଅଘଟଣରେ କୌଣସି ପ୍ରକାର ଜୀବନ ଯିବାର ଖବର ମିଳିନାହିଁ । ଏହି ଦୁର୍ଘଟଣା ଜୈସଲମେରର ପିଥଳା କ୍ଷେତ୍ର ହୋଇଛି । କୁହାଯାଉଛି, ଯୁଦ୍ଧ ବିମାନଟି ଭାରତ ସୀମାବର୍ତ୍ତୀ ଅଞ୍ଚଳର ନିୟମିତ ନିରୀକ୍ଷଣ ପାଇଁ ଉଡ଼ାଣ ଭରିଥିଲା । ପୋଲିସ୍ ଅଧିକାରୀ ସୁଧୀର ଚୌଧୁରୀଙ୍କ ସୂଚନା ମୁତାବକ, ଏହା ବାୟୁସେନାର UAV ବିମାନ । ସେପଟେ ପ୍ରତ୍ୟକ୍ଷଦର୍ଶି ପରମବୀର ସିଂହ କହିଛନ୍ତି, ଟ୍ୟୁଓ୍ବେଲ୍ ନିକଟରେ ବସିଥିବା ବେଳେ ଏହି ବିମାନଟି ଦୁର୍ଘଟଣା ଘଟି ତଳକୁ ଖସିପଡ଼ିଥିଲା ।ଯାନ୍ତ୍ରିକ ତୃଟି ଯୋଗୁ ବାୟୁସେନା ବିମାନ ଖସିପଡ଼ିବା ପରେ ସେଥିରେ ଜୋରଦାର ନିଆଁ ଲାଗିଯାଇଥିଲା । ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି ।
ନୂଆଦିଲ୍ଲୀ: ରାଜସ୍ଥାନରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ଜୈସଲମେର ଅଞ୍ଚଳରେ UAV ବିମାନ କ୍ରାସ୍ ହୋଇଛି । ଯାନ୍ତ୍ରିକ ତୃଟି ପାଇଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଯୁଦ୍ଧ ବିମାନ ନିୟମିତ ଉଡାଣରେ ଥିଲା, ଏହି ସମୟରେ ଇଞ୍ଜିନ ଖରାପ୍ ହେବା ଯୋଗୁ କ୍ରାସ୍ ହୋଇଛି । ତେବେ ଏହି ଅଘଟଣରେ କୌଣସି ପ୍ରକାର ଜୀବନ ଯିବାର ଖବର ମିଳିନାହିଁ ।
ଏହି ଦୁର୍ଘଟଣା ଜୈସଲମେରର ପିଥଳା କ୍ଷେତ୍ର ହୋଇଛି । କୁହାଯାଉଛି, ଯୁଦ୍ଧ ବିମାନଟି ଭାରତ ସୀମାବର୍ତ୍ତୀ ଅଞ୍ଚଳର ନିୟମିତ ନିରୀକ୍ଷଣ ପାଇଁ ଉଡ଼ାଣ ଭରିଥିଲା । ପୋଲିସ୍ ଅଧିକାରୀ ସୁଧୀର ଚୌଧୁରୀଙ୍କ ସୂଚନା ମୁତାବକ, ଏହା ବାୟୁସେନାର UAV ବିମାନ । ସେପଟେ ପ୍ରତ୍ୟକ୍ଷଦର୍ଶି ପରମବୀର ସିଂହ କହିଛନ୍ତି, ଟ୍ୟୁଓ୍ବେଲ୍ ନିକଟରେ ବସିଥିବା ବେଳେ ଏହି ବିମାନଟି ଦୁର୍ଘଟଣା ଘଟି ତଳକୁ ଖସିପଡ଼ିଥିଲା ।
ଯାନ୍ତ୍ରିକ ତୃଟି ଯୋଗୁ ବାୟୁସେନା ବିମାନ ଖସିପଡ଼ିବା ପରେ ସେଥିରେ ଜୋରଦାର ନିଆଁ ଲାଗିଯାଇଥିଲା । ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି ।