ବିଆଇପିଏଫ୍ ପକ୍ଷରୁ ପିଜିଡିଏସ୍-୨୩ର ବିଜେତା ସମ୍ମାନିତ
ଭୁବନେଶ୍ୱର,୫।୭ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉଚ୍ଚ ଶିକ୍ଷା ନିମନ୍ତେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ୍ (ବିଆଇପିଏଫ୍) ପକ୍ଷରୁ ଇଞ୍ଜିନିୟରିଂ, ମେଡିସିନ ଏବଂ ଲିବରାଲ ଆର୍ଟସ୍ କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ ପାଇଁ ୬ ଜଣ ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ପ୍ରଫେସର ଘନଶ୍ୟାମ ଦାଶ ଛାତ୍ରବୃତ୍ତି (ପିଜିଡିଏସ୍-୨୦୨୩) ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍ ବା ଇମ୍ଫାର ସାମାଜିକ ବିକାଶ ସଂସ୍ଥା ବିଆଇପିଏଫ୍ ପକ୍ଷରୁ ଉଚ୍ଚଶିକ୍ଷା ନିମନ୍ତେ ୨୦୨୩-୨୪ […] The post ବିଆଇପିଏଫ୍ ପକ୍ଷରୁ ପିଜିଡିଏସ୍-୨୩ର ବିଜେତା ସମ୍ମାନିତ appeared first on Dharitri Odia News.
ଭୁବନେଶ୍ୱର,୫।୭ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉଚ୍ଚ ଶିକ୍ଷା ନିମନ୍ତେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ୍ (ବିଆଇପିଏଫ୍) ପକ୍ଷରୁ ଇଞ୍ଜିନିୟରିଂ, ମେଡିସିନ ଏବଂ ଲିବରାଲ ଆର୍ଟସ୍ କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ ପାଇଁ ୬ ଜଣ ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ପ୍ରଫେସର ଘନଶ୍ୟାମ ଦାଶ ଛାତ୍ରବୃତ୍ତି (ପିଜିଡିଏସ୍-୨୦୨୩) ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍ ବା ଇମ୍ଫାର ସାମାଜିକ ବିକାଶ ସଂସ୍ଥା ବିଆଇପିଏଫ୍ ପକ୍ଷରୁ ଉଚ୍ଚଶିକ୍ଷା ନିମନ୍ତେ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଚୟନ ହୋଇଥିବା କୃତୀ ଛାତ୍ରୀଛାତ୍ରମାନଙ୍କୁ ପିଜିଡିଏସ୍ ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ପ୍ରତି ବର୍ଷ ୬ଜଣ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ (ଓଡ଼ିଶାର ବାସିନ୍ଦା) ଏହି ବୃତ୍ତି ପ୍ରଦାନ କରାଯାଇଥାଏ। ଅପରପକ୍ଷରେ ପିଜିଡିଏସ୍ର ୧୯ତମ ସଂସ୍କରଣରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ୪ ଜଣ କେ.ଭି.ଏମ୍ .ପ୍ରସନ୍ନ କୁମାର ( ଆଇଆଇଆଇଟି , ଧାରୱାଡ଼), ପ୍ରିୟାଂଶୁ ପଣ୍ଡା (ଆଇଆଇଟି, ମାଡ୍ରାସ୍), ହିମାଂଶୁ ଶେଖର ପାତ୍ର (ଆଇଜିଆଇଟି ସାରଙ୍ଗ), ପ୍ରିୟଙ୍କା ଦଳାଇ (ଦୀନଦୟାଲ ଉପାଧ୍ୟୟ କଲେଜ) ଏବଂ ମେଡିସିନ ପାଠ୍ୟକ୍ରମ ପାଇଁ ପ୍ରୟାସ ରାଉତ (ଭୁବନେଶ୍ୱର ଏମ୍ସ) ଓ ଅଭିପ୍ସା ଚୌଧୁରୀ (ଭୁବନେଶ୍ୱର ଏମ୍ସ)ଙ୍କୁ ଏହି ଛାତ୍ରବୃତ୍ତିି ପ୍ରଦାନ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ପ୍ରଫେସର ଡା. ଆଶୁତୋଷ ବିଶ୍ୱାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲାବେଳେ ବିଆଇପିଏଫ୍ର ଟ୍ରଷ୍ଟି ତଥା ସିଇଓ ଶୈଫାଳିକା ପଣ୍ଡା ଏବଂ ଇମ୍ପାର ଏମଡି ଶୁଭ୍ରକାନ୍ତ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛାତ୍ରବୃତ୍ତି ପାଇଥିବା କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ମାନିତ କରିଥିଲେ। ସେହିପରି ଏହି ବୃତ୍ତି ଅନ୍ତର୍ଗତ ଏକାଡେମିକ୍ ଫିର ୯୦% ଓ ୪ବର୍ଷ ମଧ୍ୟରେ ହେବାକୁ ଥିବା ଅନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତ୍ୟେକ ବୃତ୍ତିଧାରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଆର୍ଥିକ ସହାୟତା ବ୍ୟତୀତ ବୃତ୍ତିଧାରୀମାନେ ବିଆଇପିଏଫ୍ ଦ୍ୱାରା ପରିଚାଳିତ ଏକ ସ୍ବତନ୍ତ୍ର ମେଣ୍ଟରଶିପ୍ କାର୍ଯ୍ୟକ୍ରମ ‘ଉତ୍ସାହ’ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇଛନ୍ତି।
The post ବିଆଇପିଏଫ୍ ପକ୍ଷରୁ ପିଜିଡିଏସ୍-୨୩ର ବିଜେତା ସମ୍ମାନିତ appeared first on Dharitri Odia News.