ବି.ଆର୍.ଜି.କଲେଜ ଭୋଜପୁର ରେ ସମ୍ବଲପୁରୀ ଦିନ୍ ଧୁମଧାମରେ ପାଳିତ

ଜମନକିରା : ଜମନକିରା ବ୍ଲକ ଭୋଜପୁର ସ୍ଥିତ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଆଜି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମତିଥି ଉପଲକ୍ଷେ ସମ୍ବଲପୁରୀ ଦିନ୍ ବେଶ ହର୍ଷଉଲ୍ଲାସର ସହ ପାଳିତ ହୋଇଯାଇଛି। ଅଧ୍ୟାପକ ତପନ ଜୟପୁରିଆଙ୍କ ସଂଯୋଜନାରେ ପରିଚାଳିତ ସମ୍ବଲପୁରୀ ଦିନ୍ ଉତ୍ସବର ଅତିଥି ପରିଚୟ ଅଧ୍ୟକ୍ଷ ପ୍ରତାପ କୁମାର ମହାକୁଲ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମ୍ବଲପୁରୀ ସାହିତ୍ୟିକ ତଥା ସଂପାଦକ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଡା.ସୁଧାଂଶୁ ଭୂଷଣ ଷଣ୍ଢ ତଥା […] The post ବି.ଆର୍.ଜି.କଲେଜ ଭୋଜପୁର ରେ ସମ୍ବଲପୁରୀ ଦିନ୍ ଧୁମଧାମରେ ପାଳିତ appeared first on Odisha.News.

ବି.ଆର୍.ଜି.କଲେଜ ଭୋଜପୁର ରେ ସମ୍ବଲପୁରୀ ଦିନ୍ ଧୁମଧାମରେ ପାଳିତ

ଜମନକିରା : ଜମନକିରା ବ୍ଲକ ଭୋଜପୁର ସ୍ଥିତ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଆଜି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମତିଥି ଉପଲକ୍ଷେ ସମ୍ବଲପୁରୀ ଦିନ୍ ବେଶ ହର୍ଷଉଲ୍ଲାସର ସହ ପାଳିତ ହୋଇଯାଇଛି। ଅଧ୍ୟାପକ ତପନ ଜୟପୁରିଆଙ୍କ ସଂଯୋଜନାରେ ପରିଚାଳିତ ସମ୍ବଲପୁରୀ ଦିନ୍ ଉତ୍ସବର ଅତିଥି ପରିଚୟ ଅଧ୍ୟକ୍ଷ ପ୍ରତାପ କୁମାର ମହାକୁଲ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମ୍ବଲପୁରୀ ସାହିତ୍ୟିକ ତଥା ସଂପାଦକ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଡା.ସୁଧାଂଶୁ ଭୂଷଣ ଷଣ୍ଢ ତଥା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେଡମ୍ବରୁଧର ଶର୍ମା ଯୋଗ ଦେଇଥିଲେ l ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଉଚ୍ଚକୋଟିର ସମ୍ବଲପୁରୀ ନୃତ୍ୟ, ଗୀତ ସହିତ ଖାଦ୍ୟପେୟର ପସରା ଖୋଲା ଯାଇଥିଲା। ଅଧ୍ୟାପିକା ଅନିତା ପଟେଲ ଧନ୍ୟବାଦ ଅର୍ପଣ କରିଥିବାବେଳେ ବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ I

The post ବି.ଆର୍.ଜି.କଲେଜ ଭୋଜପୁର ରେ ସମ୍ବଲପୁରୀ ଦିନ୍ ଧୁମଧାମରେ ପାଳିତ appeared first on Odisha.News.