ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା, ପୋଲିସ ତଦନ୍ତ ପରିସର ହେବେ କି ଜଗନ୍ନାଥ ପ୍ରଧାନ ?
ଭୁବନେଶ୍ୱର : ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣାରେ ପୋଲିସ ତଦନ୍ତ ପରିସର ହେବେ କି ଜଗନ୍ନାଥ ପ୍ରଧାନ ? ଖାରବେଳ ନଗର ଥାନାରେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ଦେଇଥିବା ଏଫଆଇଆରରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନାଁ ଉଲ୍ଲେଖ କରିଛନ୍ତି । ହୋଇଥିବା ଏଫଆଇଆର ଅନୁସାରେ ଅଭିଯୁକ୍ତ ମାନେ ବିଏମସି ଅତିରିକ୍ତ କମିଶନରଙ୍କ କାର୍ଯ୍ୟାଳୟ ଭିତରେ ଜବରଦସ୍ତ ପଶିବା କ୍ଷଣି ଜଗନ୍ନାଥ ପ୍ରଧାନଙ୍କ ସହିତ କଥା ହେଉଥିଲ ବୋଲି ପ୍ରଶ୍ନ କରିଥିଲେ। ରତ୍ନାକର […] The post ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା, ପୋଲିସ ତଦନ୍ତ ପରିସର ହେବେ କି ଜଗନ୍ନାଥ ପ୍ରଧାନ ? appeared first on KNews Odisha.

ଭୁବନେଶ୍ୱର : ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣାରେ ପୋଲିସ ତଦନ୍ତ ପରିସର ହେବେ କି ଜଗନ୍ନାଥ ପ୍ରଧାନ ? ଖାରବେଳ ନଗର ଥାନାରେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ଦେଇଥିବା ଏଫଆଇଆରରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନାଁ ଉଲ୍ଲେଖ କରିଛନ୍ତି । ହୋଇଥିବା ଏଫଆଇଆର ଅନୁସାରେ ଅଭିଯୁକ୍ତ ମାନେ ବିଏମସି ଅତିରିକ୍ତ କମିଶନରଙ୍କ କାର୍ଯ୍ୟାଳୟ ଭିତରେ ଜବରଦସ୍ତ ପଶିବା କ୍ଷଣି ଜଗନ୍ନାଥ ପ୍ରଧାନଙ୍କ ସହିତ କଥା ହେଉଥିଲ ବୋଲି ପ୍ରଶ୍ନ କରିଥିଲେ।
ରତ୍ନାକର ସାହୁଙ୍କୁ ଘୋଷାଡି ଘୋଷାଡି ନେବାବେଳେ କହୁଥିଲେ କି ତମକୁ ଜଗନ୍ନାଥ ପ୍ରଧାନଙ୍କ ପାଖକୁ ଯାଇ କ୍ଷମା ମାଗିବାକୁ ପଡିବ। ଏଫଆଇଆର ଜଗନ୍ନାଥ ପ୍ରଧାନଙ୍କ ସଂପୃକ୍ତି ସମ୍ପର୍କରେ ଏଭଳି ତଥ୍ୟ ବିଏମସି ଅତିରିକ୍ତ କମିଶନର ରଖିଥିବା ବେଳେ ଏହି ଘଟଣା ଘଟାଇବା ପାଇଁ ଜଗନ୍ନାଥ ପ୍ରଧାନ ହିଁ ଉସୁକାଇ ଥିଲେ କିମ୍ବା ଏହା ପଛରେ ସେ ହିଁ ଅଛନ୍ତି ବୋଲି ସନ୍ଦେହ ସୃଷ୍ଟି ହେଉଛି ।
ଏଭଳି ତଥ୍ୟ ଏଫଆଇଆରରେ ଥିବାରୁ ପୋଲିସ ଜଗନ୍ନାଥ ପ୍ରଧାନଙ୍କୁ ପଚରାଉଚୁରା କରିପାରେ ବୋଲି କୁହାଯାଉଛି । କିନ୍ତୁ ଜଗନ୍ନାଥ ପ୍ରଧାନଙ୍କର ଏହି ଘଟଣା ସହିତ କୌଣସି ସଂପୃକ୍ତି ନ ଥିବା ସେ ଗଣମାଧ୍ୟମକୁ କହି ସାରିଛନ୍ତି। ଆଇନଜୀବୀଙ୍କ ମତରେ ପୋଲିସ ଜଗନ୍ନାଥ ପ୍ରଧାନଙ୍କୁ ଡାକି ପଚରାଉଚୁରା କରିପାରେ । ଏଫଆଇଆରରେ ସିଧାସଳଖ ନାଁ ଥିବାରୁ ଏହି ଘଟଣାରେ ସେ ସଂପୃକ୍ତ ଥାଇ ପାରନ୍ତି।
ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୭୯ ଅନୁଯାୟୀ ଜଗନ୍ନାଥ ପ୍ରଧାନଙ୍କୁ ପଚରାଉଚୁରା ପାଇଁ ପୋଲିସ ସମନ ଜାରି କରିପାରିବ। ସକାଳ ସମୟରେ ବିଏମସି ଅତିରିକ୍ତ କମିଶନରଙ୍କ ସହିତ ଟେଲିଫୋନରେ ଜଗନ୍ନାଥ ପ୍ରଧାନ କଥାହେବା ଏବଂ ଅଭିଯୁକ୍ତ ମାନେ ଜଗନ୍ନାଥ ପ୍ରଧାନଙ୍କୁ କ୍ଷମା ମାଗିବା ପାଇଁ ଦାବି କରିବା ଘଟଣା ଜଗନ୍ନାଥ ପ୍ରଧାନଙ୍କୁ ତଦନ୍ତ ପରିସର କରାଯିବା ନେଇ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି ବୋଲି ଆଇନଜୀବୀ ମାନେ ମତ ରଖିଛନ୍ତି ।
Also read: ବିଏମସି ଘଟଣା ପଛରେ ଥିବା ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରାଯାଉ : ବିଜେଡି
The post ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା, ପୋଲିସ ତଦନ୍ତ ପରିସର ହେବେ କି ଜଗନ୍ନାଥ ପ୍ରଧାନ ? appeared first on KNews Odisha.