ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ଦ୍ବିତୀୟ ଦିନରେ କଳାବ୍ୟାଜ ପିନ୍ଧି ପ୍ରତିବାଦ

ଭୁବନେଶ୍ବର : ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ଦ୍ବିତୀୟ ଦିନରେ କଳାବ୍ଯାଜ ପିନ୍ଧି ପ୍ରତିବାଦ। ସମୂହ ଛୁଟିରେ ଅଧିକାରୀ... The post ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ଦ୍ବିତୀୟ ଦିନରେ କଳାବ୍ୟାଜ ପିନ୍ଧି ପ୍ରତିବାଦ appeared first on .

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ଦ୍ବିତୀୟ ଦିନରେ କଳାବ୍ୟାଜ ପିନ୍ଧି ପ୍ରତିବାଦ

ଭୁବନେଶ୍ବର : ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ଦ୍ବିତୀୟ ଦିନରେ କଳାବ୍ଯାଜ ପିନ୍ଧି ପ୍ରତିବାଦ। ସମୂହ ଛୁଟିରେ ଅଧିକାରୀ ଓ କର୍ମଚାରୀ। ସୁରକ୍ଷିତ ବାତାବରଣ ନଫେରିବା ଯାଏ କାମ କରିବାକୁ ନାରାଜ କର୍ମଚାରୀ। ବିଏମସି ମେୟରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ଗୁରୁତ୍ବପୁର୍ଣ ବୈଠକ। ଷ୍ଟାଣ୍ଡିଂ କମିଟି ଅଧ୍ଯକ୍ଷଙ୍କ ସମେତ ସ୍ମାର୍ଟସିଟି ଅଧିକାରୀ ଥିଲେ ଉପସ୍ଥିତ। ବିଏମସି ଅଫିସରେ ସିସିଟିଭି କାମ କରୁ ନଥିବା ନେଇ ହୋଇଥିଲା ଅଭିଯୋଗ। ସେହିପରି ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ସୁରକ୍ଷା ଏଜେନ୍ସିକୁ ଦୋଷ ଦେଇଛନ୍ତି ଅଧିକାରୀ ଓ କର୍ମଚାରୀ। ତେଣେ ସ୍ମାର୍ଟ ସିଟି ଅଧୀନରୁ ବିଏମସି ଅଫିସ ଭିତର ସିସିଟିଭିକୁ ନିଜ ନିୟନ୍ତ୍ରଣକୁ ନେଇଛି ବିଏମସି I ଘଟଣାର ମାଷ୍ଟର ମାଇଣ୍ଡ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି ମେୟର। ତେଣେ   ମାଡ଼ ଘଟଣା ପରେ ବଦଳିଛି ସିକୁରିଟି ବ୍ୟବସ୍ଥା। ଏଣିକି ଗନମ୍ୟାନ୍ ଜଗିବେ ବିଏମସି ଅଫିସ I

ଭୁବନେଶ୍ୱର ମହାନଗର ନିଗମରେ ୨ ଦିନ ହେଲା କାର୍ଯ୍ୟବନ୍ଦ ରହିଛି। ଚାଲିଛି କେବଳ  ପରିମଳ କାମ । ବିଏମସି କମିଶନର ଓ ଅତିରିକ୍ତ କମିଶନରଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର I ଘଟଣାର ତଦନ୍ତ ଚାଲିଛି। ୫ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିଶନର। ଦୁଇଦିନ ବିତିଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇନାହିଁ। ଜଗନ୍ନାଥଙ୍କ ଗିରଫ ଦାବିରେ ଜୋର ଧରୁଛି ଆନ୍ଦୋଳନ।

The post ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ଦ୍ବିତୀୟ ଦିନରେ କଳାବ୍ୟାଜ ପିନ୍ଧି ପ୍ରତିବାଦ appeared first on .